ETV Bharat / sports

ISL ଉଦଘାଟନୀ ମ୍ୟାଚ, କେରଳ ବ୍ଳାଷ୍ଟର୍ସ-ATK ମୋହନ ବଗାନ ମୁକାବିଲା

20 ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଆଇଏସଏଲ 2020-21 ସଂସ୍କରଣର ପ୍ରଥମ ମ୍ୟାଚ କେରଳ ବ୍ଳାଷ୍ଟର୍ସ ଓ ଏଟିକେ ମୋହନ ବଗାନ ମଧ୍ୟରେ ଖେଳାଯିବ ।

ATK Mohun Bagan to play Kerala Blasters in first 2020-21 ISL match
ISL: ଉଦ୍ଘାଟନୀ ମ୍ୟାଚରେ କେରଳ ବ୍ଳାଷ୍ଟର୍ସକୁ ଭେଟିବ ଏଟିକେ ମୋହୁନ ବଗାନ
author img

By

Published : Oct 30, 2020, 8:10 PM IST

Updated : Oct 30, 2020, 9:06 PM IST

ନୂଆଦିଲ୍ଲୀ: ଘୋଷଣା ହୋଇଛି ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର ଉଦଘାଟନୀ ମ୍ୟାଚ ସୂଚୀ । 20 ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଆଇଏସଏଲ 2020-21 ସଂସ୍କରଣର ପ୍ରଥମ ମ୍ୟାଚ କେରଳ ବ୍ଳାଷ୍ଟର୍ସ ଓ ଏଟିକେ ମୋହନ ବଗାନ ମଧ୍ୟରେ ଖେଳାଯିବ । ଏନେଇ ଫୁଟବଲ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଲିମିଟେଡ (FSDL) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।

ପୂର୍ବରୁ ଏହି ହାଇଭୋଲଟେଜ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ 11 ରାଉଣ୍ଡର ସୂଚୀ ଘୋଷଣା ହୋଇଥିଲା । ଏଥିରେ 6ଟି ଡବଲହେଡର ମ୍ୟାଚ ରହିଛି । ଏହି ସମସ୍ତ ମ୍ୟାଚ ରବିବାର ଖେଳାଯିବ ।

ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଗୋଆର ଜବାହାରଲାଲ ନେହେରୁ ଷ୍ଟାଡିୟମ (ଫାଟୋରଦା), ଜିଏମସି ଷ୍ଟାଡିୟମ (ବାମବୋଲିମ) ଓ ତିଳକ ମଇଦାନ(ଭାସ୍କୋ)ରେ ଖେଳାଯିବ ।

ନଭେମ୍ବର 27ରେ ଇଷ୍ଟ ବେଙ୍ଗଲ ଆଇଏସଏଲ ଡେବ୍ୟୁ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୋହୁନ ବଗାନକୁ ଭେଟିବ । ଏହି ମ୍ୟାଚ ତିଳକ ମଇଦାନ ଷ୍ଟାଡିୟମରେ ଖେଳାଯିବ । ନଭେମ୍ବର 29ରେ ଡବଲହେଡର ମ୍ୟାଚର ପ୍ରଥମ ମୁକାବିଲାରେ ଓଡିଶା ଏଫସି ଓ ଜାମସେଦପୁର ଏଫସି ମୁହାଁମୁହିଁ ହେବେ ।

ଅବଶିଷ୍ଟ 55 ଲିଗ ମ୍ୟାଚର ସୂଚୀ ଡିସେମ୍ବର ପ୍ରଥମ ସପ୍ତାହରେ ଘୋଷଣା ହେବ । ଏନେଇ ଏଫଏସଡିଏଲ ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2020, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.