ETV Bharat / sports

ISL-7: ଜାମଶେଦପୁରକୁ 2-1ରେ ହରାଇଲା 2 ଥର ଚାମ୍ପିଅନ ଚେନ୍ନାଇୟନ ଏଫସି

author img

By

Published : Nov 25, 2020, 3:48 PM IST

ବିଜୟ ସହ ଆଇଏସଲର ସପ୍ତମ ସଂସ୍କରଣ ଆରମ୍ଭ କଲା ଚେନ୍ନାଇୟନ ଏଫସି । ପ୍ରଥମ ମିନିଟରେ ଗୋଲ କରି ଚେନ୍ନାଇ ପାଇଁ ବଡ଼ ସୁଯୋଗ ସୃଷ୍ଟି କଲେ ଅନିରୁଦ୍ଧ ଥାପା । ଅଧିକ ପଢ଼ନ୍ତୁ...

Anirudh Thapa first minute strike,  Chennaiyin's 2-1 win over Jamshedpur, Chennaiyin FC beat Jamshedopur FC, ଜାମଶେଦପୁରକୁ ହରାଇଲା ଚେନ୍ନାଇୟନ ଏଫସି, ଅନିରୁଦ୍ଧ ଥାପା, ISL-7
ISL-7: ଜାମଶେଦପୁରକୁ 2-1ରେ ହରାଇଲା 2 ଥର ଚାମ୍ପିୟନ ଚେନ୍ନାଇୟନ ଏଫସି

ଭାସ୍କୋ ଡି ଗାମା: ଦୁଇଥର ଆଇଏସଏଲ ଚାମ୍ପିୟନ ଚେନ୍ନାଇୟନ ଏଫସି ଆଇଏସଏଲର ସପ୍ତମ ସଂସ୍କରଣରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି । ମଙ୍ଗଳବାର ଜାମଶେଦପୁର ଏଫସିକୁ 2-1 ଗୋଲ୍‌ରେ ମାତ ଦେଇଛି ଟିମ । ତିଲକ ମୈଦାନରେ ଖେଳାଯାଇଥିବା ମ୍ୟାଚର ତିନୋଟି ଯାକ ଗୋଲ ପ୍ରଥମ ହାଫରେ ହିଁ ହୋଇଥିଲା । ଦୁଇଟି ଗୋଲ ଚେନ୍ନାଇ କରିଥିବା ବେଳେ ଜାମଶେଦପୁର କରିଥିଲା ମାତ୍ର ଗୋଟିଏ ଗୋଲ । ଚେନ୍ନାଇ ପାଇଁ ଅନିରୁଦ୍ଧ ଥାପା ପ୍ରଥମ ମିନିଟରେ ହିଁ ଗୋଲ କରି ଏହି ସଂସ୍କରଣର ସବୁଠାରୁ ଦ୍ରୁତ ଗୋଲ କରିଥିଲେ ।

ଏହାପରେ 25ତମ ମିନିଟରେ ଇସାକ ୱେନମାଲସାବମା ବକ୍ସ ଭିତରେ ଲାଲିଆନଜୁଆଲା ଚାଙ୍ଗତେଙ୍କୁ ପକାଇଦେଲେ । ଯାହାପରେ ପେନାଲ୍ଟି ଦେଇଥିଲେ ରେଫରି । ଏହି ପେନାଲ୍ଟିରେ ଗୋଲ କରି ଇସ୍ମାଇଲ ଗୋକାନ୍ବେସ ଓରଫ ଇସ୍ମା 26ତମ ମିନିଟରେ ଗୋଲ କରି ଚେନ୍ନାଇ ଖତାରେ 2-0 ଗୋଲ ରଖିଥିଲେ । ଏହାପରେ ନେରିଜୁସ ୱାଲ୍ସକିସ 37ତମ ମିନିଟରେ ଗୋଲ କରି ଜାମଶେଦପୁରକୁ ମ୍ୟାଚକୁ ଫେରାଇ ଆଣିଲେ ।

ପ୍ରଥମ ଗୋଲରେ ପରେ ଜାମଶେଦପୁର ପଞ୍ଚମ ଓ ସପ୍ତମ ମିନିଟରେ ଭଲ ମୁଭ କରିଥିଲା କିନ୍ତୁ ତାକୁ ସଫଳତା ମିଳିନଥିଲା । ଏହା ବଦଳରେ ଚେନ୍ନାଇ 10ମ ମିନିଟରେ ଗୋଲ କରିବାର ଏକ ବଡ଼ ସୁଯୋଗ ସୃଷ୍ଟି କରିଥିଲା କିନ୍ତୁ ଜାମଶେଦପୁର ଗୋଲକିପର ଟିପି ରେହନେଶ ତାକୁ ସଫଳ ହେବାକୁ ଦେଇ ନଥିଲେ ।

ରେହଶନ 20ତମ ମିନିଟରେ ମଧ୍ୟ ଚାଙ୍ଗତେଙ୍କ ଏକ ପ୍ରୟାସକୁ ବିଫଳ କରିଥିଲେ । ଏହାପରେ ଉଭୟ ଟିମ ମଧ୍ୟରେ ବଲ ଉପରେ ନିୟନ୍ତ୍ରଣ ରଖିବା ପାଇଁ କଡା ଟକ୍କର ହୋଇଥିଲା । କିନ୍ତୁ ପୋଷ୍ଟରେ ଗୋଲ କରିବାର ମୌକା କାହାକୁ ମିଳିନଥିଲା ଓ ଦ୍ବିତୀୟ ହାଫ ଫାଙ୍କାରେ ଚାଲିଯାଇଥିଲା ।

ଦ୍ବିତୀୟ ହାଫରେ ପ୍ରବେଶ କରିବା ମାତ୍ରେ ଜାମଶେଦପୁର ପରିବର୍ତ୍ତନ କରି ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ନିକୋଲସ ଫଜଟଗେରାଲ୍ଡଙ୍କୁ ଆଣିଥିଲା । ପ୍ରଥମ ହାଫ ପରି ଦ୍ବିତୀୟ ହାଫରେ ମଧ୍ୟ ରେହଶନ ଚେନ୍ନାଇର ଅନେକ ଗୋଲକୁ ଅଟକାଇବାରେ ସଫଳ ହୋଇଥିଲେ ।

ଏହି ପରି ରେହଶନ 58ତମ ମିନିଟରେ ମଧ୍ୟ ଚେନ୍ନାଇର ଆକ୍ରମଣକୁ ବିଫଳ କରିଥିଲେ ରେହଶନ । 62ତମ ମିନିଟରେ ଚେନ୍ନାଇର ଜାକୁବ ସିଲଭେଷ୍ଟରଙ୍କୁ ବକ୍ସରେ ପକାଇ ଦେଇଥିଲେ । ପେନାଲ୍ଟି ମଗାଯାଇଥିଲେ ମଧ୍ୟ ରେଫରି ଏହାକୁ ଖାରଜ କରି ଦେଇଥିଲେ ।

ଏହାର ଦୁଇ ମିନିଟ ପରେ ଜାମଶେଦପୁର ପାଖରେ ଗୋଲ ବରାବର କରିବାର ସୁଯୋଗ ଥିଲା କିନ୍ତୁ ଦମଦାର ଫ୍ରିକିକ୍‌ ଉପରେ ଷ୍ଟିଫେମ ଏଜ୍‌ଙ୍କ ହେଡ଼ର ଦିଶାହୀନ ହୋଇଗଲା ।

ଏହିପରି ଏକ ସୁଯୋଗ 68ତମ ମିନିଟରେ ମଧ୍ୟ ଆସିଥିଲା କିନ୍ତୁ ଜାମଶେଦପୁର ଟିମ ଚେନ୍ନାଇର ଗୋଲକିପର ବିଶାଲ କୈଥଙ୍କ ଭୁଲର ଲାଭ ଉଠାଇ ପାରିନଥିଲା । ଏହି ମିନିଟରେ ଚନ୍ନାଇର ଟାଙ୍ଗରିଙ୍କୁ ହଳଦିଆ କାର୍ଡ ମିଳିଯାଇଥିଲା । ପ୍ରତିଉତ୍ତରରେ ମ୍ୟାଚର 73ତମ ମିନିଟରେ ଚେନ୍ନାଇ ଭଲ ଆକ୍ରମଣ କଲା କିନ୍ତୁ ରେହଶନ ଏହାକୁ ସଫଳ ହେବାକୁ ଦେଇନଥିଲେ ।

ଏହାପରେ ଆଗାମୀ 10 ମିନିଟ ପର୍ଯ୍ୟନ୍ତ ଚେନ୍ନାଇ ଇନେକ ଭଲ ମୁଭ୍‌ କରିଥିଲା କିନ୍ତୁ ଜାମଶେଦପୁର ଡିଫେନ୍ସ ତାକୁ ଅକାମି କରିଦେଲା । ଇଞ୍ଜୁରୀ ଟାଇମରେ ମଧ୍ୟ ଜାମଶେଦପୁର ପାଖରେ ସ୍କୋର ବରାବର କରିବାର ସୁଯୋଗ ଥିଲା କିନ୍ତୁ ଏହି ସୁଯୋଗର ସଠିକ ରୁପାନ୍ତର କରିପାରିନଥିଲେ ୱାଲ୍ସକିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.