ସାଉଥାମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପର ଦ୍ବିତୀୟ ଦିନରେ ମଧ୍ୟ ଖରାପ ପାଗଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି । ଟସ୍ ଜିତି ପ୍ରଥମେ ନ୍ୟୁଜିଲାଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେବାସହ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଚା' ବିରତି ସୁଦ୍ଧା ଭାରତର ସ୍କୋର 120/3 ରହିଛି । ବିରାଟ କୋହଲି 35 ଓ ଅଜିଙ୍କ୍ୟ ରାହାଣେ 13 ରନରେ ଅପରାଜିତ ରହିଛନ୍ତି ।
ଉଭୟ 27.3 ଓଭରରେ 51 ରନ ଉଠାଇଥିଲେ । ନ୍ୟୁଜିଲାଣ୍ଡ ବୋଲରଙ୍କୁ ଦ୍ବିତୀୟ ସେସନରେ କୌଣସି ୱିକେଟ ଦେଇନଥିଲେ କୋହଲି ଓ ରାହାଣେ । ତେବେ ଓପନର ରୋହିତ ଶର୍ମା, ଶୁଭମନ ଗିଲ୍ଙ୍କ ପରେ ଚେତେଶ୍ବର ପୂଜାରାଙ୍କ ମହତ୍ବପୂର୍ଣ୍ଣ ୱିକେଟ ହରାଇଛି ଭାରତ । 69/2ରୁ ଦ୍ବିତୀୟ ଦିନର ଦିନର ସେସନ ବ୍ୟାଟିଂ ଆରମ୍ଭ କରିଥାଲ ଭାରତ । ପୂଜାରା ଓ କୋହଲି ଯତ୍ନର ଖେଳିବା ସହ କିୱି ବୋଲରଙ୍କୁ କୌଣସି ସଫଳତା ଦେଇନଥିଲେ । ମାତ୍ର ଟ୍ରେଣ୍ଟ ବୋଲ୍ଟ 41ତମ ଓଭରରେ ପୂଜାରାଙ୍କୁ ପାଭିଲିୟନ ପଠାଇବାରେ ସଫଳ ହୋଇଥିଲେ । ଫଳରେ 88/3ରେ ପହଞ୍ଚିଯାଇଥିଲା ଭାରତ ।
ମାତ୍ର କୋହଲିଙ୍କ ସହ ଭାଇସ-କ୍ୟାପଟେନ ରାହାଣେ ଯୋଗଦେବା ସହ ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ । ପରେ ଖରାପ ଆଲୋକ ଯୋଗୁଁ ଖେଳ ବାରମ୍ବାର ବନ୍ଦ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ