ETV Bharat / sports

ଆଦାନୀଙ୍କ ସପକ୍ଷରେ ବାହାରିଲେ ସେହ୍ୱାଗ

author img

By

Published : Feb 6, 2023, 10:24 PM IST

ଜାନୁଆରୀ ୨୪ ତାରିଖରେ ହିଣ୍ଡନବର୍ଗର ରିପୋର୍ଟ ପରେ ଆଦାନୀ କମ୍ପାନୀରେ ପ୍ରବଳ କ୍ଷତି ହୋଇଛି । ଏବାବଦରେ ସେହ୍ବାଗ ଟ୍ବିଟ କରି ହିଣ୍ଡନବର୍ଗ ରିପୋର୍ଟ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

ବିରେନ୍ଦ୍ର ସେହ୍ବାଗ
ବିରେନ୍ଦ୍ର ସେହ୍ବାଗ

ହାଇଦ୍ରାବାଦ : ଭାରତର ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନୀ ଡାଉନ ହେବା କାରଣରୁ ଆଦାନୀ ବିଶ୍ବର ଶୀର୍ଷ ୨୦ ବିତ୍ତଶାଳୀଙ୍କ ତାଲିକାରେ ୧୮ତମ ସ୍ଥାନରେ ପହଁଞ୍ଚିଛନ୍ତି । ଜାନୁଆରୀ ୨୪ ତାରିଖରେ ହିଣ୍ଡନବର୍ଗର ରିପୋର୍ଟ ପରେ ଆଦାନୀ କମ୍ପାନୀରେ ପ୍ରବଳ କ୍ଷତି ହୋଇଛି । ଏଥିରେ ସେୟାର ମାର୍କେଟରେ ପ୍ରଭାବ ପଡିଛି । ରିପୋର୍ଟ ପୂର୍ବରୁ ଗୌତମ ଆଦାନୀ ଦୁନିଆର ବିତ୍ତଶାଳୀଙ୍କ ତାଲିକାରେ ଶୀର୍ଷ ୩ ରେ ରହିଥିଲେ । ଏନେଇ ଭାରତୀୟ ଟିମର ପୂର୍ବତନ ଧୂଆଁଧାର ଓପନର ବିରେନ୍ଦ୍ର ସେହ୍ବାଗ ଆଦାନୀଙ୍କ ସପକ୍ଷରେ ବାହାରିଛନ୍ତି । ଏବାବଦରେ ସେହ୍ବାଗ ଟ୍ବିଟ କରି ହିଣ୍ଡନବର୍ଗ ରିପୋର୍ଟ ଉପରେ ବର୍ଷିଛନ୍ତି ।

  • Goron se India ki tarakki bardaasht nahi hoti. The hitjob on India’s market looks like a well planned conspiracy. Koshish kitni bhi kar lein but as always, Bharat aur majboot hi nikalkar ubhrega.

    — Virender Sehwag (@virendersehwag) February 6, 2023 " class="align-text-top noRightClick twitterSection" data=" ">

ବିରେନ୍ଦ୍ର ସେହ୍ବାଗ ଟ୍ବିଟ କରି କହିଛନ୍ତି, "ଭାରତର ପ୍ରଗତି ଦେଖି ଇଂରେଜ ସହି ପାରୁନି । ଯେତେ ଚେଷ୍ଟା କରିଲେ ମଧ୍ୟ ଭାରତ ସବୁ ସମୟରେ ମଜବୁତ ହୋଇ ରହିବ ।" ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ଲିଜେଣ୍ଡସ ଲିଗ କ୍ରିକେଟରେ ଆଦାନୀ ଗ୍ରୁପ ଟିମ ଗୁଜୁରାଟ ଜିଆଣ୍ଟସର ଅଧିନାୟକ ରହିଥିଲେ । ତେବେ ଆଦାନୀ ଗ୍ରୁପ କମ୍ପାନୀ ଏବେ କ୍ଷତି ସହିଥିବା ବେଳେ, ଏହି ସମୟରେ ସେହ୍ବାଗଙ୍କ ଏଭଳି ଟ୍ବିଟ ବେଶ୍ ଭାଇରାଲ ହୋଇଛି । ସେହ୍ବାଗଙ୍କ ଟ୍ବିଟରେ ୟୁଜର୍ସ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

ଏହା ସମ୍ପୂର୍ଣ୍ଣ ମାମଲା

ଜାନୁଆରୀ ୨୪ ତାରିଖରେ ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଏହାପରେ କମ୍ପାନୀକୁ ଲଗାତାର କ୍ଷତି ସହିବାକୁ ପଡିଛି । ଆଦାନୀ ଟୋଟଲ ଗୈସ, ଆଦାନୀ ପାୱର, ଆଦାନୀ ଗ୍ରୀନ ଏନର୍ଜି ଏବଂ ଆଦାନୀ ୱିଲ୍ମରର ସେୟାର ବିଏସ୍‌ଆଇରେ ୫ ପ୍ରତିଶତ କ୍ଷତି ହୋଇଥିବା ଜଣାପଡିଛି । ସେହିପରି ଆଦାନୀ ଟ୍ରାନ୍ସମିସନ ଏବେ ୧୦ ପ୍ରତିଶତକ ତଳକୁ ଖସିଥିବା ଜଣାପଡିଛି । ସେପଟେ ଆଦାନୀ ଗ୍ରୁପକୁ ୨୦ ହଜାର କୋଟି ଟଙ୍କାର ଏଫପିଓ ବନ୍ଦ କରିବାକୁ ପଡିଥିଲା ।

ହିଣ୍ଡନବର୍ଗ ରିସର୍ଚ୍ଚ କଣ

ହିଣ୍ଡନବର୍ଗ ରିସର୍ଚ୍ଚ ହେଉଛି ଆମେରିକାର ଏକ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା । ଏହା କର୍ପୋରେଟ ଜଗତରେ ଆକାଉଣ୍ଟିଂ ଜାଲିଆତି ଭଳି ଭ୍ରଷ୍ଟାଚାର ଓ ଠକେଇର ତଦନ୍ତ କରିଥାଏ । ଗତ ସପ୍ତାହରେ ହିଣ୍ଡନବର୍ଗ ଆଦାନୀ ଗ୍ରୁପ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲା । ଆଦାନୀ ଗ୍ରୁପ ଷ୍ଟକ ମୂଲ୍ୟରେ ହେରଫେର କରୁଥିବା ଅଭିଯୋଗ ଆଣି ଏକ ରିପୋର୍ଟ ପ୍ରକାଶିତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.