ETV Bharat / sports

Tokyo Olympics: ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ କୋହଲିଙ୍କ ଅପିଲ

author img

By

Published : Jul 18, 2021, 6:01 PM IST

ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ମେଗା କ୍ରୀଡା ଇଭେଣ୍ଟ ଅଲମ୍ପିକ୍ସ ଖେଳାଯିବ । ଅଧିକ ପଢନ୍ତୁ...

Virat Kohli urges people to support Indian athletes in
Tokyo Olympics: ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ କୋହଲିଙ୍କ ଅପିଲ

ଦୁରହମ: ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲି, ଟୋକିଓ ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ମେଗା କ୍ରୀଡା ଇଭେଣ୍ଟ ଖେଳାଯିବ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ସମସ୍ତ ଭାରତୀୟଙ୍କୁ ଅପିଲ କରିଛନ୍ତି କୋହଲି ।

ପିଭି ସିନ୍ଧୁଙ୍କ ନେତୃତ୍ବରେ ଭାରତୀୟ ଅଲମ୍ପିକ ବ୍ୟାଡମିଣ୍ଟନ ଟିମ ଓ ଟେବୁଲ ଟେନିସ ଟିମ ଟୋକିଓ ଅଲମ୍ପିକ୍ସ ପାଇଁ ଅଲମ୍ପିକ ଭିଲେଜ ଯାତ୍ରା କରିବାକୁ ଅନୁମତି ଲାଭ କରିଛନ୍ତି । ଅଲମ୍ପିକ୍ସରେ ଅଂଶଗ୍ରହଣକାରୀ ଆଥଲେଟ୍‌ଙ୍କ ପାଇଁ ଏଠାରେ ରହିବା ସହ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ରବିବାର ୫୪ ଆଥଲେଟଙ୍କ ସମେତ ମୋଟ ୮୮ ଜଣିଆ ଭାରତୀୟ ଅଲମ୍ପିକ ଟିମ ଟୋକିଓରେ ପହଞ୍ଚିଛି । ମୋଟ ୧୨୭ ଆଥଲେଟ୍‌ସ ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବେ, ଏହି ସଂଖ୍ୟା ଏଯାବତ ଭାରତର ସର୍ବାଧିକ । ତୀରନ୍ଦାଜ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ହକି, ଜୁଡୋ, ଜିମ୍ନାଷ୍ଟିକ୍ସ, ସୁଇମିଂ ଓ ଭାରୋତ୍ତଳନର ଖେଳାଳି ଓ ଅଧିକାରୀଙ୍କୁ ନେଇ ନୂଆଦିଲ୍ଲୀରୁ ଉଡାଣ ଭରିଥିବା ସ୍ବତନ୍ତ୍ର ଏୟାର ଇଣ୍ଡିଆ ବିମାନ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଛି।

ମେରୀ କମ ଓ ଅମିତ ପଙ୍ଘଲଙ୍କ ନେତୃତ୍ବରେ ଭାରତୀୟ ବକ୍ସିଂ ଟିମ ମଧ୍ୟ ରବିବାର ଇଟାଲିରୁ ଟୋକିଓରେ ପହଞ୍ଚିଛି । ଅଲମ୍ପିକ୍ସ ପାଇଁ ଇଟାଲିରେ କଡା ପ୍ରସ୍ତୁତି କରିଥିବା ଭାରତୀୟ ବକ୍ସିଂ ଟିମ ଶନିବାର ଟୋକିଓ ଅଭିମୁଖେ ଯାତ୍ରା କରିଥିଲା ।

ପୁରୁଷ ବକ୍ସିଂ ଟିମରେ ରହିଛନ୍ତି, ଏସିଆନ ଗେମ୍ସ ଚମ୍ପିଆନ ପଙ୍ଘଲ(୫୨ କିଲୋଗ୍ରାମ), ମନୀଷ କୌଶିକ(୬୩ କିଲୋଗ୍ରାମ), ବିକାଶ କ୍ରୀଷନ(୬୯ କିଲୋଗ୍ରାମ), ଆଶିଷ କୁମାର(୭୫ କିଲୋଗ୍ରାମ), ସତୀଶ କୁମାର(+୯୧ କିଲୋଗ୍ରାମ) । ମହିଳା ଟିମରେ ମେରୀ କମ(୫୧ କିଲୋଗ୍ରାମ), ସିମ୍ରନଜିତ କୌର(୬୦ କିଲୋଗ୍ରାମ), ଲଭଲିନା ବୋରଗୋହେନ(୬୯ କିଲୋଗ୍ରାମ) ଓ ପୂଜା ରାନୀ(୭୫ କିଲୋଗ୍ରାମ) ।

ଶନିବାର ରାତ୍ରିରେ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର, ନୂଆଦିଲ୍ଲୀରେ ପହଞ୍ଚି ଶୁଭେଚ୍ଛା, ଶୁଭକାମନା ସହ ତାଳି ମାରି ଔପଚାରିକ ଭାବେ ଭାରତୀୟ ଖେଳାଳିଙ୍କୁ ଯାତ୍ରା ଅନୁମତି ପ୍ରଦାନ କରିଥିଲେ । IGI ବିମାନବନ୍ଦର ଭାରତୀୟ ଅଲମ୍ପିକ ଇତିହାସର ଐତିହାସିକ ମୂହୂର୍ତ୍ତର ସାକ୍ଷୀ ପାଲଟିଥିଲା । ଭାରତୀୟ ଅଲମ୍ପିକ ଅଂଶଗ୍ରହଣକାରୀ ଖେଳାଳି ରେଡ୍‌ କାର୍ପେଟରେ ଚାଲିଥିଲେ । ଅଲମ୍ପିକ୍ସ ଖେଳରେ ଦେଶର ପ୍ରତିନିଧିତ୍ବ କରିବାକୁ ଯାତ୍ରା କରୁଥିବା ଖେଳାଳିଙ୍କ ପାଇଁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ ଭାରତ ସରକାର ।

ଏହି ଯାତ୍ରା ଉତ୍ସବରେ କ୍ରୀଡାରାଜ୍ୟ ମନ୍ତ୍ରୀ ନୀତିଶ ପ୍ରାମାଣିକ, SAI ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ସଭାପତି ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେଟ୍ଟାଙ୍କ ସମେତ ଭାରତୀୟ ଅଲମ୍ପିକ ସଂଘ(IOA)ର ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.