ETV Bharat / sports

ଫିଟ୍‌ନେସ୍‌କୁ ନେଇ କୋହଲିଙ୍କ ଖୁଲାସା, ୮ ବର୍ଷ ହେବ ସମାନ ରଖିଛନ୍ତି ଶରୀରର ଓଜନ - ୮ ବର୍ଷରେ କୋହଲିଙ୍କ ଶରୀରର ଓଜନ ସମାନ

ଫିଟ୍‌ନେସ୍‌କୁ ନେଇ ବିଶ୍ବର ସବୁଠାରୁ ଫିଟ କ୍ରିକେଟକର ବିରାଟ କୋହଲିଙ୍କ ଖୁଲାସା । ବିଗତ ୮ ବର୍ଷରେ କୋହଲିଙ୍କ ଶରୀରର ଓଜନ ସମାନ ରହିଥିବା ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

ଫିଟ୍‌ନେସ୍‌କୁ ନେଇ ବିରାଟ କୋହଲିଙ୍କ ଖୁଲାସା, ବିଗତ ୮ ବର୍ଷ ହେବ ସମାନ ରଖିଛନ୍ତି ଶରୀରର ଓଜନ

author img

By

Published : Nov 8, 2022, 8:13 AM IST

ହାଇଦ୍ରାବାଦ: ଚଳିତ ଟି-୨୦ ବିଶ୍ବକପରେ ନିଜର ପୁରୁଣା ଲୟକୁ ଫେରିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି । ନିଜର ଦମଦାର ବ୍ୟାଟିଂ ପାଇଁ ଦେଶ ବିଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତେବେ ସେ ଯେ କେବଳ ଜଣେ ଶ୍ରେଷ୍ଠ ବ୍ୟାଟର ତାହା ନୁହେଁ, ବରଂ ଫିଟନେସରେ ମଧ୍ୟ ବିଶ୍ବ କ୍ରିକେଟରେ ସବୁଠାରୁ ଆଗରେ ରହିଛନ୍ତି କିଙ୍ଗ୍‌ କୋହଲି । ତେବେ ଷ୍ଟାରସ୍ପୋର୍ଟ୍ସରେ ଏକ ସାକ୍ଷାତକାର ଅବସରରେ ବିଗତ ୮ ବର୍ଷରେ ତାଙ୍କ ଶରୀରର ଓଜନ ସମାନ ରହିଥିବା ସେ ପ୍ରକାଶ କରିଛନ୍ତି ।

ବିରାଟ କୋହଲି ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟର ଭାବରେ ବେଶ ପରିଚିତ । ତେବେ ବ୍ୟାଟିଂ ପରିବର୍ତ୍ତେ ସେ ନିଜ ଫିଟ୍‌ନେସକୁ ମଧ୍ୟ ଗୁରୁତ୍ବ ଦେଇଥାନ୍ତି । ସେଥିପାଇଁ ବ୍ୟାଟିଂ ସହିତ ଜଣେ ଶ୍ରେଷ୍ଠ ଫିଲ୍‌ଡର୍‌ ଭାବରେ ମଧ୍ୟ ସେ ପରିଚିତ । ଅନେକ ସମୟରେ କୋହଲି ଜିମରେ ବ୍ୟାୟାମ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ନିଜ ଫ୍ୟାନ ମାନଙ୍କ ସହିତ ଶେୟାର କରିଥାନ୍ତି । ତେବେ ସେ ସାକାହାରୀ ହୋଇଥିବାରୁ କେବେ ଆମିଷ ମଧ୍ୟ ଖାଇନଥାନ୍ତି ।

ନିକଟରେ ସେ ଷ୍ଟାରସ୍ପୋର୍ଟ୍ସର ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ । ସେଠାରେ ବିରାଟଙ୍କୁ ନିଜର ଉଚ୍ଚତା ଓ ଶରୀରର ଓଜନ ବିଷୟରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ରଖିବାକୁ ଯାଇ କୋହଲି କହିଥିଲେ, "ମୋର ଉଚ୍ଚତା ହୁଏତ ୫ ଫୁଟ ଓ ୧୧ ଇଞ୍ଚ ହେବ । ମୁଁ ଏନେଇ ସଠିକ ଭାବରେ ଜାଣିନାହିଁ । କିନ୍ତୁ ମୋର ଓଜନ ବିଗତ ୮ ବର୍ଷରେ ୭୪.୫ ରୁ ୭୫ କେଜି ରହିଛି ।" ତେବେ ଫିଟ୍‌ନେସ୍‌କୁ ଏତେ ଗୁରୁତ୍ବ ଦେବା ବିରାଟ କୋହଲିଙ୍କୁ ବିଶ୍ବର ଅନ୍ୟ ଖେଳାଳିଙ୍କ ଠାରୁ ଭିନ୍ନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.