ETV Bharat / sports

ଦିନିକିଆରେ କୋହଲିଙ୍କ ୪୫ତମ ଶତକ, ହେଲା ରେକର୍ଡ ବର୍ଷା - ବିରାଟ କୋହଲି

୨୦୨୩ ବର୍ଷରେ ପ୍ରଥମ ଭାରତୀୟ ହିସାବରେ ଦିନିକିଆରେ ଖେଳିଲେ ଶତକୀୟ ଇନିଂସ । ଆଜି (ମଙ୍ଗଳବାର) ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ବିରାଟ କୋହଲି ୮୦ ବଲରୁ ଶତକ ହାସଲ କରିଛନ୍ତି । ଏହା ଦିନିକିଆରେ ୪୫ ତମ ଶତକ ହୋଇଥିବା ବେଳେ ଅନ୍ତର୍ଜାତୀୟ କ୍ୟାରିୟରରେ ୭୩ ତମ ଶତକ ହାସଲ କରିଛନ୍ତି ଏହି ଷ୍ଟାର ବ୍ୟାଟର । ଅଧିକ ପଢନ୍ତୁ

ବିରାଟ କୋହଲି
ବିରାଟ କୋହଲି
author img

By

Published : Jan 10, 2023, 5:09 PM IST

Updated : Jan 10, 2023, 8:26 PM IST

ଗୌହାଟୀ : ଗୌହାଟୀରେ କିଙ୍ଗ କୋହଲିଙ୍କ ଦମଦାର ସୋ । ୨୦୨୩ ବର୍ଷରେ ପ୍ରଥମ ଭାରତୀୟ ହିସାବରେ ଦିନିକିଆରେ ଖେଳିଲେ ଶତକୀୟ ଇନିଂସ । ଆଜି (ମଙ୍ଗଳବାର) ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ବିରାଟ କୋହଲି ୮୦ ବଲରୁ ଶତକ ହାସଲ କରିଛନ୍ତି । ଏହା ଦିନିକିଆରେ ୪୫ ତମ ଶତକ ହୋଇଥିବା ବେଳେ ଅନ୍ତର୍ଜାତୀୟ କ୍ୟାରିୟରରେ ୭୩ ତମ ଶତକ ହାସଲ କରିଛନ୍ତି ଏହି ଷ୍ଟାର ବ୍ୟାଟର ।

ଶତକୀୟ ଇନିଂସ ଖେଳି ୨୦୨୩ ବର୍ଷ ଆରମ୍ଭ କଲେ ଚେଜ୍ ମାଷ୍ଟର ବିରାଟ କୋହିଲ । ଗୌହାଟୀରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ କିଙ୍ଗ କୋହଲିଙ୍କ ସୁପର ସୋ ଦେଖିବାକୁ ମିଳିଥିଲା । ଦମଦାର ଷ୍ଟାଇଲରେ ବିରାଟ ମଇଦାନକୁ ଓହ୍ଲାଇ ଖେଳିଥିଲେ ଶତକୀୟ ପାଳି । ଆଜିର ମ୍ୟାଚରେ ସେ ୮୭ ବଲରୁ ୧୨ ଚୌକା ଏବଂ ଗୋଟିଏ ଛକା ସହାୟତାରେ ସେ ୧୧୩ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ବିରାଟ କୋହଲି ୨୦୨୨ ବର୍ଷ ଶେଷରେ ତଥା ଡିସେମ୍ବରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଶତକୀୟ ପାଳି ଖେଳିଥିଲେ । ପୁଣି ବର୍ଷ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଲଗାତାର ଭାବରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଶତକ ।

୨୦୨୨ ଡିସେମ୍ବର ୧୦ ତାରିଖରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ୧୧୩ ରନର ଇନିଂସ ଖେଳିଥିଲେ । ଠିକ୍ ମାସେ ପରେ ତଥା ଜାନୁଆରୀ ୧୦ ତାରିଖରେ ପୁଣି ଥରେ ଦିନିକିଆରେ ବିରାଟ ତିନି ଅଙ୍କ ବିଶିଷ୍ଟ ସ୍କୋରର ଇନିଂସ ଖେଳିଛନ୍ତି । ସେପଟେ ଶ୍ରୀଲଙ୍କା ବିପକ୍ଷରେ ବିରାଟ କୋହଲିଙ୍କ ଏହା ନବମ ଦିନିକିଆ ଶତକ । ଏହା ସହିତ ବିରାଟ କୋହଲି ଘରୋଇ ମାଟିରେ ୯୯ ଟି ମ୍ୟାଚ ଖେଳି ୨୦ ତମ ଶତକ ହାସଲ କରିଛନ୍ତି । ଏହି ଉପଲବ୍ଧି ପରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇପାରିଛନ୍ତି । ଏହା ପୂର୍ବରୁ ସଚିନ ଘରୋଇ ମାଟିରେ ୧୬୦ ଟି ମ୍ୟାଚ ଖେଳି ୨୦ ଟି ଶତକୀୟ ପାଳି ଖେଳିଥିଲେ ।

ଆଜିର ମ୍ୟାଚରେ ତୃତୀୟ ବ୍ୟାଟିଂ ଅର୍ଡରରେ ମଇଦାନକୁ ଆସିଥିଲେ କିଙ୍ଗ କୋହଲି । କ୍ରିଜରେ ନିଜର ଆଧିପତ୍ୟ ବିସ୍ତାର କରି ଶ୍ରୀଲଙ୍କା ବୋଲରଙ୍କୁ ଧୁଲାଇ କରିଥିଲେ । କୋହଲିଙ୍କ ୧୧୩ ରନର ଇନିଂସ ଏବଂ ରୋହିତ ଶର୍ମାଙ୍କ ୮୩ ରନର ବିସ୍ଫୋରକ ଇନିଂସ ବଳରେ ଭାରତ ସିଂହଳୀ ଟିମକୁ ୩୭୪ ରନ ଟାର୍ଗେଟ ଦେବାରେ ସକ୍ଷମ ହୋଇପାରିଛି । ଗୌହାଟୀରେ ଭାରତ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ ରନ କରିଛି ।

Last Updated : Jan 10, 2023, 8:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.