ETV Bharat / sports

U19 Asia Cup final: ଭାରତ ସାମ୍ନାରେ ୯୯ ରନ୍‌ର ବିଜୟ ଲକ୍ଷ୍ୟ - ଭାରତ ବନାମ ଶ୍ରୀଲଙ୍କା ଏସିଆ କପ୍‌ ଫାଇନାଲ

୧୯ ବର୍ଷରୁ କମ ଏସିଆ କପ୍‌ ଫାଇନାଲ ମୁକାବିଲା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଭାରତ ସାମ୍ନାରେ ୩୮ ଓଭରରେ ବିଜୟ ଲକ୍ଷ୍ୟ ୯୯ ରନ୍‌ ରହିଛି । ଅଧିକ ପଢନ୍ତୁ

U19 Asia Cup final: india need 99 runs from 38 overs as per DLS method
U19 Asia Cup final: ଭାରତ ସାମ୍ନାରେ ୯୯ ରନ୍‌ର ବିଜୟ ଲକ୍ଷ୍ୟ
author img

By

Published : Dec 31, 2021, 5:21 PM IST

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ୍‌ ଫାଇନାଲ ମୁକାବିଲା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଭାରତ ସାମ୍ନାରେ ୩୮ ଓଭରରେ ବିଜୟ ଲକ୍ଷ୍ୟ ୯୯ ରନ୍‌ ରହିଛି । ଶ୍ରୀଲଙ୍କା ଇଂନିସରେ ବର୍ଷା ଯୋଗୁଁ ମ୍ୟାଚ୍‌ ସଂପୂର୍ଣ୍ଣ ୫୦ ଓଭର ଖେଳାଯିବା ସମ୍ଭବ ହୋଇପାରିନଥିଲା ।

ଫଳରେ ଓଭର ସଂଖ୍ୟା ୩୮କୁ କମାଇଦିଆଯିବା ସହ DLS ନିୟମ ଅନୁଯାୟୀ ଭାରତକୁ ୯୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୩୮ ଓଭରରେ ୯ ୱିକେଟ ହରାଇ ୧୦୬ ରନ୍‌ କରିବାକୁ ସମର୍ଥ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ସେଞ୍ଚୁରିଅନରେ ସ୍ମରଣୀୟ ବିଜୟ ସହ ବର୍ଷ ଶେଷ କଲା ଟିମ ଇଣ୍ଡିଆ

ଭାରତ ପକ୍ଷରୁ ଭିକି ଓସ୍ତୱାଲ ସର୍ବାଧିକ ୩ଟି ଓ କୁଶାଲ ତାମ୍ବେ ୨ଟି ୱିକେଟ ହାସଲ କରିଛନ୍ତି । ରାଜବର୍ଦ୍ଧନେ ହଙ୍ଗରଗେକର, ରବି କୁମାର ଓ ରାଜ ବାୱାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ଅନ୍ୟପଟେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଧରଶାୟୀ ହୋଇଛି ଶ୍ରୀଲଙ୍କା । ଟିମର ୬ଜଣ ଖେଳାଳି ଦୁଇଅଙ୍କ ସ୍କୋର ପାର୍‌ କରିପାରିନାହାନ୍ତି । ୟାସିରୁ ରୋଡ୍ରିଗୋ ସର୍ବାଧିକ ୧୯ ଓ ରବିନ ଦି ସିଲଭା ୧୫ ରନ୍‌ର ଇଂନିସ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.