ହାଇଦ୍ରାବାଦ: ଚଳିତ ଟି୨୦ ବିଶ୍ବକପରେ ସୁପର ୧୨ ପର୍ଯ୍ୟାୟର ସମସ୍ତ ମ୍ୟାଚ ଶେଷ ହୋଇଛି । ଏହା ସହିତ ବର୍ଷ ୨୦୨୪ର ନବମ ସଂସ୍କରଣ ଟି୨୦ ବିଶ୍ବକପ ପାଇଁ ମଧ୍ୟ ୧୨ ଟି ଦଳ ସିଧାସଳଖ ଟି୨୦ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । USA ଓ ୱେଷ୍ଟ ଇଣ୍ଡିଜ୍ରେ ଟି୨୦ ବିଶ୍ବକପ ୨୦୨୪ ଖେଳାଯିବା ନେଇ ଭେନ୍ୟୁ ଧାର୍ଯ୍ୟ ହୋଇଛି । ତେବେ ୨୦୨୪ ଟି୨୦ ବିଶ୍ବକପ ପାଇଁ ୧୨ ଟି ଦଳ ସିଧାସଳଖ ଭାବେ ବିଶ୍ବକପରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ଆୟୋଜକ ହିସାବରେ USA ଓ ୱେଷ୍ଟ ଇଣ୍ଡିଜ୍ ସିଧାସଳଖ ଭାବରେ ଟି୨୦ ବିଶ୍ବକପର ନବମ ସଂସ୍କରଣ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ସୁପର ୧୨ ପର୍ଯ୍ୟାୟରେ ଶୀର୍ଷ ୮ ଟିମ୍ ୨୦୨୪ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେଥିରୁ ଚାରି ସେମିଫାଇନାଲ ପାଇଁ ଟିକଟ୍ ହାତେଇଥିବା ଦଳ ତଥା ଭାରତ, ଇଂଲଣ୍ଡ, ନ୍ୟଜିଲାଣ୍ଡ ଓ ପାକିସ୍ତାନ ରହିଛନ୍ତି । ସେହିପରି ଗ୍ରୁପ ୧ ରୁ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଏବଂ ଗ୍ରୁପ ୨ ରୁ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ୨୦୨୪ ଟି୨୦ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେହିପରି ଆଫଗାନିସ୍ତାନ ଓ ବାଂଲାଦେଶ ।
୨୦୨୨ ଟି୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟ ଶେଷ ହୋଇଛି । କେଉଁ ଶୀର୍ଷ ଚାରୋଟି ଦଳ ସେମିଫାଇନାଲ ଖେଳିବେ ତାହାର ଚିତ୍ର ସ୍ପଷ୍ଟ ହୋଇଛି । ଗ୍ରୁପ ୧ରୁ ନ୍ୟଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଗ୍ରୁପ ୨ ରେ ଭାରତ ଓ ପାକିସ୍ତାନ ସେମିରେ ଏଣ୍ଟ୍ରି ମାରିଛନ୍ତି । ନଭେମ୍ବର ୯ ତାରିଖ ସିଡନୀରେ ପ୍ରଥମ ସେମିଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମ୍ୟାଚ ଖେଳାଯିବ । ନଭେମ୍ବର ୧୦ ତାରିଖ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ।