ETV Bharat / sports

Bijay Hazare Trophy: ଟିମ୍ ଓଡିଶା ଘୋଷଣା, ଆସନ୍ତା ୮ରେ ପ୍ରଥମ ମ୍ୟାଚ

ବିଜୟ ହଜାରେ ଟ୍ରଫି(BIJAY HAZARE TROPHY) ପାଇଁ ଓଡିଶା ଟିମ୍ ଘୋଷଣା । ଅଧିକ ପଢନ୍ତୁ

Bijay Hazare Trophy: ଟିମ୍ ଓଡିଶା ଘୋଷଣା, ଆସନ୍ତା ୮ ରେ ପ୍ରଥମ ମ୍ୟାଚ

author img

By

Published : Dec 2, 2021, 1:26 PM IST

Updated : Dec 2, 2021, 1:36 PM IST

କଟକ: ବିଜୟ ହଜାରେ ଟ୍ରଫି(BIJAY HAZARE TROPHY) ପାଇଁ ଘୋଷଣା ହେଲା 21 ଜଣିଆ ଓଡିଶା ଟିମ୍ । 8 ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା BCCIର ଏହି ମେଗା ଘରୋଇ ପ୍ରତିଯୋଗିତା ପାଇଁ ଆଜି ଟିମ ଘୋଷଣା କରିଛି ଓଡିଶା କ୍ରିକେଟ ସଙ୍ଘ (Odisha Cricket Association)।

Bijay Hazare Trophy: ଟିମ୍ ଓଡିଶା ଘୋଷଣା, ଆସନ୍ତା ୮ରେ ପ୍ରଥମ ମ୍ୟାଚ

ଶୁଭ୍ରାଂଶୁ ସେନପତିଙ୍କ ଅଧିନାୟକତ୍ୱରେ ଟିମ ଖେଳିବ ଏହି ମେଗା ପ୍ରତିଯୋଗିତା । ଏହାସହ ଦଳରେ ରହିଛନ୍ତି ଅନେକ ଦକ୍ଷ ଓ ଅଭିଜ୍ଞ ଖେଳାଳି । ଯାହା ବିଜୟ ହଜାରେ ଟ୍ରଫି ଓଡିଶାକୁ ବିଜୟ ଦେବାର ଆଶାକୁ ଉଜ୍ଜୀବିତ କରିଛି । ୨ ୱିକେଟ କିପର ସୁଜିତ ଲେଙ୍କା ଓ ରାଜେଶ ଧୁପୁରଙ୍କୁ ଟିମରେ ସ୍ଥାନ ଦିଆଯାଇଛି । ଏହାଛଡ଼ା ଉଭୟ ସ୍ପିନ ଓ ପେସ ବୋଲିଂ ଲାଇନରେ ଟିମ ବେଶ ମଜଭୂତ ରହିଛି । ଆସନ୍ତା 8 ତାରିଖରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ଭେଟିବ ଓଡ଼ିଶା । ଏହାପରେ ଗୁଜୁରାଟ, ବିଦର୍ଭ, ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶକୁ ଭେଟିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 2, 2021, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.