ETV Bharat / sports

Ind Vs Sa 1st ODI: ପୁଣି ଫେଲ୍‌ ମାରିଲା ମିଡିଲ ଅର୍ଡର, ପରାଜୟ ଦ୍ବାରରେ ଭାରତ - ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆରେ ଭାରତକୁ ଭଲ ଆରମ୍ଭ ମିଳିବା ପରେ ମଧ୍ୟ ବିଜୟ ପାଇଁ ସଂଘର୍ଶ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Ind Vs Sa 1st ODI: ପୁଣି ବ୍ୟାଟର ଫେଲ୍‌, ଅଧା ଟିମ୍‌ ଫେରିଲା ପାଭେଲିୟନ

author img

By

Published : Jan 19, 2022, 9:30 PM IST

ପାର୍ଲ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆରେ ଭାରତକୁ ଭଲ ଆରମ୍ଭ ମିଳିବା ପରେ ମଧ୍ୟ ବିଜୟ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ୱିକେଟ ପାଇଁ ଖାତାରେ ୪୬ ରନ୍‌ ଯୋଡ଼ିବା ପରେ କେ.ଏଲ ରାହୁଲଙ୍କୁ ଆଉଟ କରିଥିଲେ ମକ୍ରମ । ଏହାପରେ ବିରାଟ କୋହଲି ଓ ଶିଖର ଧୱନଙ୍କ ମଧ୍ୟରେ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ମିଶି ଦଳୀୟ ଖାତାରେ ୯୨ ରନ୍‌ ଯୋଡ଼ି ଥିଲେ ।

ଏହି ସମୟରେ କମ୍‌ବ୍ୟାକ୍‌ ମ୍ୟାଚ୍‌ରେ ଅର୍ଦ୍ଧ ଶତକ ହାସଲ କରିଥିଲେ ଶିଖର ଧୱନ । ତା ସହିତ ବିରାଟ କୋହଲି ମଧ୍ୟ ଅର୍ଦ୍ଧ ଶତକ ହାସଲ କରିଥିଲେ । ତେବେ ଶିଖର ଧୱନ ୭୯ ରନ୍‌ରେ ଖେଳୁଥିବା ବେଳେ ସେ ଦକ୍ଷିଣ ଆଫ୍ରିକାର ସ୍ପିନର ମହାରାଜ ତାଙ୍କୁ ବୋଲ୍ଡ କରି ପାଭେଲିୟନ ରାସ୍ତା ଦେଖାଇ ଥିଲେ । ଏହାପରେ କୋହଲି ମଧ୍ୟ ଏକ ବଡ଼ ସଟ୍‌ ଖେଳିବା ଆଶାରେ ସ୍ପିନର ତବ୍‌ରେଜ୍‌ ସାମସିଙ୍କ ବଲ୍‌ରେ ଆଉଟ ହୋଇ ପୁଣି ଶତକରୁ ବଞ୍ଚିତ ହୋଇଛନ୍ତି ।

ଏହାପରେ ଶ୍ରେୟସ ଆୟର ଓ ଋଷଭ ପନ୍ତ କିଛି ସମୟ ପାଇଁ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇ ପାରିନାହାନ୍ତି । ଶ୍ରେୟସ ଆୟର ୧୭ ରନ୍‌ କରି ପାଭେଲିୟନ ଫେରିଥିବା ବେଳେ ଋଷଭ ପନ୍ତ ୧୬ ରନ୍‌ କରି ଫେହ୍ଲୁକ୍ବାୟୋଙ୍କ ବଲ୍‌ରେ ଷ୍ଟମ୍ପିଂ ହୋଇଥିଲେ । ଦିନିକିଆରେ ଡେବ୍ୟୁ କରିଥିବା ଭେଙ୍କେଟେସ ଆୟର ମଧ୍ୟ ୨ ରନ କରି ଆଉଟ ହୋଇଛନ୍ତି ।

ଗୋଟିଏ ସମୟରେ ସହଜ ବିଜୟ ହାସଲ କରିବା ଲକ୍ଷ୍ୟ ରଖିଥିବା ଟିମ୍‌ ଇଣ୍ଡିଆ ବିଜୟ ପାଇଁ ସଂଘର୍ଶ କରୁଛି । ୩୫ ଓଭର୍‌ ସୁଦ୍ଧା ଦଳର ଅଧା ଖେଳାଳି ପାଭେଲିୟନ ଫେରି ସାରିଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକା ବୋଲର ଦମଦାର ବୋଲି ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.