ETV Bharat / sports

ଭାରତର ଆୟର୍ଲାଣ୍ଡ ଗସ୍ତ, କୋଚ୍‌ ଦାୟିତ୍ବ ତୁଲାଇବେ ସୀତାଂଶୁ କୋଟାକ

ଅଗଷ୍ଟ 18 ତାରିଖରୁ ଆୟର୍ଲାଣ୍ଡ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଆରମ୍ଭ ହେବ । ଏହି ଗସ୍ତ ବେଳେ ସୀତାଂଶୁ କୋଟାକ ଦଳର ମୁଖ୍ୟ କୋଚ ଦାୟିତ୍ବ ତୁଲାଇବେ । ଅଧିକ ପଢନ୍ତୁ

author img

By

Published : Aug 14, 2023, 2:00 PM IST

ସୀତାଂଶୁ କୋଟାକ
ଭାରତର ଆୟର୍ଲାଣ୍ଡ ଗସ୍ତ

ନୂଆଦିଲ୍ଲୀ: ଆସନ୍ତା 18 ତାରିଖରୁ ଆୟର୍ଲାଣ୍ଡ ଗସ୍ତ କରିବ ଭାରତ । ଯଶପ୍ରୀତ ବୁମାରଙ୍କ ନେତୃତ୍ବରେ ଆୟର୍ଲାଣ୍ଡ ବିପକ୍ଷରେ 3ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ । ଦଳର କୋଚ ଭାର ଲକ୍ଷ୍ମଣଙ୍କୁ ଦିଆଯିବା ନେଇ ଆଲୋଚନା କରାଯାଉଥିଲା ମାତ୍ର କୋଚ ଦାୟିତ୍ବ ଭିଭି ଏସ ଲକ୍ଷ୍ମଣ ନୁହନ୍ତି ସୀତାଂଶୁ କୋଟାକ ତୁଲାଇବେ ।

ଅଗଷ୍ଟ 18, 20 ଓ 23 ତାରିଖରେ ଡବଲିନରେ ମ୍ୟାଚ୍‌ ଖେଳାଯିବ । ଏନେଇ ଯଶପ୍ରୀତ ବୁମାରଙ୍କ ନେତୃତ୍ବରେ 15 ଜଣିଆ ଦଳ ଘୋଷଣା ସରିଛି । ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀର ବ୍ୟାଟିଂ କୋଚ୍‌ ସୀତାଂଶୁ କୋଟାକ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ ବୋଲି ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି । ବିସିସିଆଇ ଅଫିସିଆଲଙ୍କ ସୂଚନା ଅନୁଯାୟୀ, ଏନ୍‌ସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣ ମୁଖ୍ୟ କୋଚ ଭାବେ ଭାରତୀୟ ଦଳ ସହ ଆୟର୍ଲାଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ସେ ବିସିସିଆଇ ହାଇଫରଫର୍ମାନ୍ସ ଶିବିର ଦେଖାରେଖା କରିବେ । ଏହା ଅଗଷ୍ଟ 16ରୁ ସେପ୍ଟମ୍ବର 5 ତାରିଖ ଯାଏଁ ଚାଲିବ । ତେଣୁ ବିସିସିଆଇ ସୀତାଂଶୁ କୋଟାକ ଓ ବୋଲିଂ କୋଚ ସାଇରାଜଙ୍କୁ ଭାରତୀୟ ଦଳ ସହ ଆୟର୍ଲାଣ୍ଡ ପଠାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ଆୟର୍ଲାଣ୍ଡ ସିରିଜ ପାଇଁ ଦଳ ଘୋଷଣା, ଟିମ୍‌କୁ ଫେରି ନେତୃତ୍ୱ ନେବେ ଯଶପ୍ରୀତ ବୁମରା

ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର କମାଣ ପେସ୍‌ ବୋଲର ଯଶପ୍ରୀତ ବୁମରାଙ୍କ କାନ୍ଧରେ ରହିଛି । ଆହତ ହୋଇ କିଛି ଦିନର ବ୍ରେକ୍‌ ପରେ ସଫଳ ଅସ୍ତ୍ରୋପଚାର ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୁମ୍‌ରା । ତାଙ୍କ ନେତୃତ୍ବରେ ଆୟର୍ଲାଣ୍ଡ ବିପକ୍ଷରେ ସିରିଜ କବଜା ଲକ୍ଷ୍ୟରେ ରହିଛି ଭାରତ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-ଟେଣ୍ଟି ସିରିଜରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି କରିଛି ।

ଏହା ବି ପଢନ୍ତୁ...IND vs WI 5th T20: 3-2ରେ ସିରିଜ ଜିତିଲା ୱେଷ୍ଟଇଣ୍ଡିଜ, 17 ବର୍ଷ ପରେ ଇଣ୍ଡିଜଠୁ ଶୃଙ୍ଖଳା ହାରିଲା ଇଣ୍ଡିଆ

ପ୍ରକାଶ ଥାଉ କି, ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତର ସଦ୍ୟ ସମାପ୍ତ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ସିରିଜ ଶେଷ ହୋଇଛି । ଭାରତ ଟେଷ୍ଟ ଓ ଦିନିକିଆ ସିରିଜ୍‌ କବ୍‌ଜା କରିଥିଲା । ୱେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ କବଜା କରିଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ସରିଜ ପରେ ଆସନ୍ତା 18 ତାରିଖରୁ ଆୟର୍ଲାଣ୍ଡ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଖେଳିବ ଟିମ୍‌ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.