ETV Bharat / sports

2023 ବର୍ଷର ପ୍ରଥମ ଶତକ ହାସଲ କଲେ SKY, କ୍ୟାରିୟରର ତୃତୀୟ T-20 ଶତକ - ସୂର୍ଯ୍ୟକୁମାର ଯାଦବଙ୍କ ଶତକ

୨୦୨୩ ବର୍ଷରେ ଭାରତୀୟ କ୍ରିକେଟର ଭାବରେ ପ୍ରଥମ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ । ଅଧିକ ପଢନ୍ତୁ

ସୂର୍ଯ୍ୟକୁମାର ଯାଦବ
ସୂର୍ଯ୍ୟକୁମାର ଯାଦବ
author img

By

Published : Jan 7, 2023, 10:09 PM IST

ରାଜକୋଟ: ବର୍ଷ ଆରମ୍ଭରୁ ଚମକିଲେ ସୂର୍ଯ୍ୟ । ୨୦୨୩ ବର୍ଷରେ ଭାରତୀୟ କ୍ରିକେଟର ଭାବରେ ପ୍ରଥମ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର ଯାଦବ । ମାତ୍ର ୪୫ ବଲରୁ ସେ ଦ୍ରୁତ ଶତକ ହାସଲ କରି ନିଜ ବ୍ୟାଟିଂର ତେଜ ଦେଖାଇଛନ୍ତି । ଆଜି ( ଶନିବାର ) ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଶତକୀୟ ଇନିଂସ ଖେଳି ଫ୍ୟାନ୍ସମାନଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି Sky । ଆଜିର ମ୍ୟାଚରେ ସେ ୫୧ ବଲରୁ ୭ ଟି ଚୌକା ଏବଂ ୯ ଟି ଚୌକା ବଳରେ ୧୧୨ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ ।

ବର୍ଷ ୨୦୨୨ ଜୁଲାଇରେ ସୂଯ୍ୟକୁମାର ଯାଦବ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ଇଂଲଣ୍ଡ ବିପକ୍ଷ ଟି୨୦ ମ୍ୟାଚ Sky ପ୍ରଥମ ଶତକୀୟ ଇନିଂସ ଖେଳିଥିଲେ । ସେ ୫୫ ବଲରୁ ୧୧୭ ରନର ପାଳି ଖେଳିଥଲେ । ଏହା ପରେ ନଭେମ୍ବର ୨୦୨୨ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚରେ ଦ୍ବିତୀୟ ଶତକ ହାସଲ କରିଥିଲେ । ସେଥିରେ ସେ ୫୧ ବଲରୁ ୧୧୧ ରନର ଇନିଂସ ଖେଳିଥିଲେ । ଏହାପରେ ୨୦୨୩ ବର୍ଷରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ସେ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି । ଆଜିର ମ୍ୟାଚରେ ସେ ୫୧ ବଲରୁ ୭ ଟି ଚୌକା ଏବଂ ୯ ଟି ଚୌକା ବଳରେ ୧୧୨ ରନର ଇନିଂସ ଖେଳିଥିଲେ ।

ଏପର୍ଯ୍ୟନ୍ତ ଏହା ହେଉଛି ତାଙ୍କ କ୍ୟାରିୟର ଦ୍ରୁତ ଶତକ । ସେ ମାତ୍ର ୪୫ ବଲରୁ ଶତକ ହାସଲ କରିଥିଲେ । ଟି୨୦ ଫର୍ମାଟରେ ଏହା ଭାରତର ଦ୍ବିତୀୟ ଦ୍ରୁତ ଶତକ । ଏହି ତାଲିକାରେ ରୋହିତ ଶର୍ମା ପ୍ରଥମ ସ୍ଥାନରେ ରହିଛନ୍ତି । ବର୍ଷ ୨୦୧୭ରେ ହିଟ ମ୍ୟାନ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚରେ ମାତ୍ର ୩୫ ବଲରୁ ଶତକ ହାସଲ କରିଥିଲେ । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଲୋକେଶ ରାହୁଲ । ସେ ବର୍ଷ ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚରେ ୪୬ ବଲରୁ ଶତକ ହାସଲ କରିଥିଲେ ।

ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରେ 5 ୱିକେଟ ହାରାଇ ୨୨୮ ରନ କରିଛି । Skyଙ୍କ ବିସ୍ଫୋରକ ପାଳି ବଳରେ ଭାରତ ଶ୍ରୀଲଙ୍କା ଆଗରେ ବିଶାଳ ୨୨୯ ରନର ଟାର୍ଗେଟ ଦେବାର ସକ୍ଷମ ହୋଇପାରିଛି । ପ୍ରାରମ୍ଭରୁ ଭାରତର ଓପନିଂ ଯୋଡି ଫେଲ ମାରିଥିଲା । ତୃତୀୟ ବ୍ୟାଟିଂ ଅର୍ଡରରେ ରାହୁଲ ତ୍ରିପାଠୀ ୩୫ ରନର ଦମଦାର ଇନିଂସ ଖେଳି ଆଉଟ ହୋଇଥିଲେ । ଶୁବମନ ଗିଲ ୪୬ ରନ, ଅକ୍ଷର ପଟେଲ ୨୧ ରନ ,ଇଶାନ କିଶାନ ୧ ରନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀପକ ହୁଡା ୪ ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.