ETV Bharat / sports

ରୈନାଙ୍କ କ୍ରିକେଟ ରେକର୍ଡ

author img

By

Published : Sep 6, 2022, 4:24 PM IST

ଆଗାମୀ ଆଇପିଏଲରେ ସିଜିନରେ ବାମହାତୀ ବ୍ୟାଟର ସୁରେଶ ରୈନାଙ୍କୁ ଦେଖିବାକୁ ମିଳିବନି । ସେ କ୍ରିକେଟ ଦୁନିଆରୁ ସନ୍ୟାସ ନେଇଛନ୍ତି । ତେବେ ନଜର ପକାନ୍ତୁ ତାଙ୍କର କିଛି ରେକର୍ଡ ଉପରେ...

ରୈନାଙ୍କ କ୍ରିକେଟ ରେକର୍ଡ
ରୈନାଙ୍କ କ୍ରିକେଟ ରେକର୍ଡ

ହାଇଦ୍ରାବାଦ: ବାମହାତୀ ବ୍ୟାଟର ସୁରେଶ ରୈନା (SURESH RAINA) କ୍ରିକେଟ ଦୁନିଆରୁ ସନ୍ୟାସ ନେଇଛନ୍ତି । ଆଗାମୀ ଆଇପିଏଲରେ ସିଜିନରେ ତାଙ୍କୁ ଦେଖିବାକୁ ମିଳିବନି । ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ସେ ଅନ୍ତର୍ଜାତୀୟ କ୍ରକେଟରୁ ଧୋନୀଙ୍କ ସହିତ ଅବସର ନେଇଥିଲେ ।

ସୁରେଶ ରୈନା ଭାରତୀୟ କ୍ରିକେଟ ଟିମକୁ ଅନେକ ମ୍ୟାଚରେ ବିଜୟର ଭେଟି ଦେବା ସହିତ ଅନେକ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ସୁରେଶ ରୈନା ୨୦୦୫ ମସିହା ଜୁଲାଇ ୩୦ ତାରଖରେ ପ୍ରଥମ ଦିନିକିଆ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ । ୨୦୧୮ ମସିହା ଜୁଲାଇ ୧୭ ତାରିଖ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଖେଳିଥିଲେ । ରୈନା ୨୦୦୬ ମସିହା ଡିସେମ୍ବର ୧ ତାରିଖରେ ସାଉଥ ଆଫ୍ରିକା ବିରୋଧରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ । ୨୦୧୮ ମସିହା ଜୁଲାଇ ୮ ତାରିଖରେ ଇଂଲଣ୍ଡ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ ଖେଳିଥିଲେ ।

ସୁରେଶ ରୈନା ବିଳମ୍ବରେ ଟେଷ୍ଟ ମ୍ୟାଚ ଖେଳିଥିଲେ । ଦିନିକିଆ ମ୍ୟାଚ ଖେଳିବାର ପ୍ରାୟ ୫ ବର୍ଷ ପରେ ସୁରେଶ ରୈନା ଟେଷ୍ଟ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ । ସେ ୨୦୧୦ ମସିହା ଜୁଲାଇ ୨୬ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ଡେବ୍ୟୁ କରିଥିଲେ ।

ସୁରେଶ ରୈନାଙ୍କ କିଛି ରେକର୍ଡ

ସୁରେଶ ରୈନା ଟେଷ୍ଟ ମ୍ୟାଚରେ ୧୨୦ ରନର ଇନିଂସ ଖେଳି ପ୍ରଥମ ଟେଷ୍ଟରେ ଶତକ ହାସଲ କରି ସେଞ୍ଚୁରୀ କ୍ଲବରେ ସାମିଲ ହୋଇଥିଲେ ।

୨୦୧୦ ମସିହା ନାଗପୁରରେ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ସୁରେଶ ରୈନା ୨ ଓଭରରେ ଗୋଟିଏ ମେଡେନ ନେଇ ୧ ରନ ବ୍ୟୟ କରି ୨ ଟି ୱିକେଟ ହାସଲ କରିଥିଲେ ।

ସୁରେଶ ରୈନା ଦିନିକିଆ ମ୍ୟାଚରେ ୫୦୦୦ ହଜାରରୁ ଅଧିକ ରନ ସଂଗ୍ରହ କରିବା ସହିତ ଫିଲ୍ଡିଂରେ ୧୦୦ ରୁ ଅଧିକ ବଲ କ୍ୟାଚ ଧରିଛନ୍ତି ।

୨୦୧୫ ମସିହା ଜିମ୍ବାୱେ ବିପକ୍ଷ ମ୍ୟାଚରେ ସୁରେଶ ରୈନା ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ପାର୍ଟନରସିପରେ ୧୯୬ ରନ ସଂଗ୍ରହ କରିଥିଲେ ।

ସୁରେଶ ରୈନା ୧୮ ଟି ଟେଷ୍ଟ ମ୍ୟାଚ ଖେଳି ୭୬୮ ରନ ସଂଗ୍ରହ କରିଛନ୍ତି । ଟେଷ୍ଟରେ ସେ ଗୋଟିଏ ଶତକ ହାସଲ କରିବା ସହିତ ୭ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ସୁରେଶ ରୈନା ୨୨୬ ଟି ଦିନିକିଆ ମ୍ୟାଚ ଖେଳି ୫୬୧୫ ରନ ସଂଗ୍ରହ କରିଛନ୍ତି । ଦିନିକିଆରେ ସେ ୫ ଟି ଶତକ ହାସଲ କରିବା ସହିତ ୩୬ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସେହିପରି ଟି-୨୦ ରେ ସେ ୭୮ ଟି ମ୍ୟାଚ ଖେଳି ୧୬୦୪ ରନ ସଂଗ୍ରହ କରିଛନ୍ତି । ଟି-୨୦ ରେ ସେ ଗୋଟିଏ ଶତକ ହାସଲ କରିବା ସହିତ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସେପଟେ ଇଣ୍ଡିଆନ ପ୍ରିମିୟର ଲିଗରେ ସୁରେଶ ରୈନା ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳି ତାଙ୍କର ଅନେକ ଜଲୱା ଦେଖାଇଛନ୍ତି । ସେ ଆଇପିଏଲରେ ୨୦୫ ମ୍ୟାଚ ଖେଳି ୫୫୨୮ ରନ ସଂଗ୍ରହ କରିଛନ୍ତି । ସେଥିରେ ସେ ଗୋଟିଏ ଶତକ ହାସଲ କରିବା ସହିତ ୩୯ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଇପିଏଲରେ ସୁରେଶ ରୈନା ୫୦୦ ରୁ ଅଧିକ ଚୌକା ଏବଂ ୨୦୩ ଛକା ମାରିଛନ୍ତି ।

ସେହିପରି ସୁରେଶ ରୈନା ବୋଲିଂ କ୍ଷେତ୍ରରେ ମଧ୍ୟ ନିଜର କିଛି ଛାପ ଛାଡିଛନ୍ତି । ୧୮ ଟେଷ୍ଟ ମ୍ୟାଚରେ ସୁରେଶ ରୈନା ପ୍ରାୟ ୧୩ ଟି ୱିକେଟ ନେବା ସହିତ ଦିନିକିଆ ମ୍ୟାଚରେ ୩୬ ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଟି-୨୦ ମ୍ୟାଚରେ ମଧ୍ୟ ୧୩ ଟି ୱିକେଟ ହାସଲ କିରବାରେ ତାଙ୍କ ନାମ ଉଲ୍ଲେଖ ରହିଛି । ସେପଟେ ଆଇପିଏଲରେ ମଧ୍ୟ ସୁରେଶ ରୈନା ୨୫ ଟି ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.