ETV Bharat / sports

WTC final: ଜାତିଆଣ ଆକ୍ଷେପ କରି ତଡ଼ା ଖାଇଲେ ଦର୍ଶକ

ଏଜେସ ବାଉଲ ଷ୍ଟାଡିୟମରୁ ତଡ଼ା ଖାଇଲେ ଦୁଇ ଦର୍ଶକ । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ବିରୋଧରେ ଜାତିଆଣ ଆକ୍ଷେପ କରିଥିବାରୁ ଦୁଇ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରାଯାଇଛି । ଅଧିକ ପଢ଼ନ୍ତୁ...

spectetors thrown out of stadium for racism comment in wtc final match

author img

By

Published : Jun 23, 2021, 10:18 PM IST

ସାଉଥାମ୍ପଟନ: ଏଜେସ ବାଉଲ ଷ୍ଟାଡିୟମରୁ ତଡ଼ା ଖାଇଲେ ଦୁଇ ଦର୍ଶକ । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ବିରୋଧରେ ଜାତିଆଣ ଆକ୍ଷେପ କରିଥିବାରୁ ଦୁଇ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରାଯାଇଛି । ଦୁଇ ଦର୍ଶକ ଟେଲରଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ଏକ ଟିଭି ଦର୍ଶକ ଅଭିଯୋଗ କରିଥିଲେ ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ପଞ୍ଚମ ଦିବସରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଟିଭି ଦର୍ଶକଙ୍କ ଅଭିଯୋଗ ପରେ ଆଇସିସି ପକ୍ଷରୁ ଦୁଇ ଦର୍ଶକଙ୍କୁ ଚିହ୍ନଟ କରିବାକୁ କୁହାଯାଇଥିଲା । ଏହାପରେ ଦୁଇ ଦର୍ଶକଙ୍କୁ ରିଜର୍ଭ ଡେ ରେ ଷ୍ଟାଡିୟମ ବାହାରକୁ ପଠାଇ ଦିଆଯାଇଥିଲା ।

ଏହାକୁକ ନେଇ ଆଇସିସି ଜେନେରାଲ ମ୍ୟାନେଜର କ୍ଲାରି ଫୁରଲଙ୍ଗ କହିଛନ୍ତି ଯେ, "ରସ ଟେଲରଙ୍କୁ ଜାତିଆଣ ଆକ୍ଷେପ କରିଥିବା ଦୁଇ ଦର୍ଶକଙ୍କୁ ଚିହ୍ନଟ କରି ଷ୍ଟାଡିୟମରୁ ବାହର କରିଦିଆଯାଇଛି । ଷ୍ଟାଡିୟମରେ ଖେଳାଳିଙ୍କ ପ୍ରତି ଦର୍ଶକଙ୍କ ଏଭଳି ଆଚରଣ ଆଦୌ ବରଦାସ୍ତ କରାଯିବ ନାହିଁ । ଜଣେ ଟିଭି ଦର୍ଶକଙ୍କ ଅଭିଯୋଗ ପରେ ଏହି ପଦକ୍ଷେ ନିଆଯାଇଛି ।"

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲର ଦ୍ୱିତୀୟ ଇନିଂସରେ ଭାରତ 170 ରନରେ ଅଲଆଉଟ ହୋଇଛି । ନ୍ୟୁଜିଲାଣ୍ଡ ସମ୍ମୁଖରେ 139 ବିଜୟ ଲକ୍ଷ୍ୟ ରହିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ସାଉଦି ସର୍ବାଧିକ 4ଟି ୱିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.