ETV Bharat / sports

ଦ୍ବିତୀୟ ଦିନିକିଆରେ ମନ୍ଥର ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକା ଦଣ୍ଡିତ - ଦକ୍ଷିଣ ଆଫ୍ରିକା ମନ୍ଥର ବୋଲିଂ

ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ ମନ୍ଥର ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଜୋରିମାନା ଲଗାଇଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ଅଧିକ ପଢନ୍ତୁ

South Africa fined for slow over-rate in second ODI against India
ଦ୍ବିତୀୟ ଦିନିକିଆରେ ମନ୍ଥର ବୋଲିଂ ପାଇଁ ଦକ୍ଷିଣ ଆଫ୍ରିକା ଦଣ୍ଡିତ
author img

By

Published : Jan 22, 2022, 10:32 PM IST

ପର୍ଲ(ଦକ୍ଷିଣ ଆଫ୍ରିକା): ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ ମନ୍ଥର ବୋଲିଂ ଘରୋଇ ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଛି । ପର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଇଥିବା ଦ୍ବିତୀୟ ODI ମ୍ୟାଚ୍‌ରେ ଧୀମା ବୋଲିଂ ପାଇଁ (Slow Over Rate) ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଜୋରିମାନା ଲଗାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ।

ଏହାମଧ୍ୟ ପଢନ୍ତୁ: ଭାରତ-ଇଣ୍ଡିଜ ଟି-୨୦ ସିରିଜ ଭେନ୍ୟୁରୁ ବାରବାଟୀ ବାଦ

ତେମ୍ବା ବାଭୁମାଙ୍କ ଟିମ ନିର୍ଦ୍ଧାରିତ ସମୟ ଠାରୁ ଗୋଟିଏ ଓଭର ବିଳମ୍ବ କରିଥିବା ICCର ଏଲିଟ ପ୍ୟାନେଲ ମ୍ୟାଚ୍‌ ରେଫ୍ରୀ ଜାଣିବାକୁ ପାଇଛନ୍ତି । ଫଳରେ ଖେଳାଳିଙ୍କ ପାଇଁ ଥିବା ICC ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ଧୀମା ଓଭର ବୋଲିଂ ପାଇଁ ଖେଳାଳିଙ୍କ ୨୦ ପ୍ରତିଶତ ମ୍ୟାଚ୍‌ ପାଉଣା ଜୋରିମାନା ଦଣ୍ଡ ମିଳିବାର ନିୟମ ରହିଛି ।

ବାଭୁମା ଭୁଲ୍‌ ସ୍ବୀକାର କରିବା ସହ ଜୋରିମାନାକୁ ଗ୍ରହଣ କରିଛନ୍ତି । ଦ୍ବିତୀୟ ODI ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇଥିଲା । ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିଛି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.