ETV Bharat / sports

ସୀମିତ ଓଭର କ୍ରିକେଟ୍‌ରୁ ଅବସର ପାଇଁ କୋହଲିଙ୍କୁ ପରାମର୍ଶ, ଅଖ୍‌ତାରଙ୍କୁ ଦାଦାଙ୍କ ମୁହଁତୋଡ଼ ଜବାବ

author img

By

Published : Aug 20, 2023, 10:45 PM IST

ଦିନିକିଆ ବିଶ୍ବକପ୍ ପରେ ସୀମିତ ଓଭର କ୍ରିକେଟରୁ କୋହଲି ସନ୍ୟାସ ନେବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖ୍‌ତାର । ଯାହାର ମୁହଁତୋଡ଼ ଜବାବ ଦେଇଛନ୍ତି ସୌରଭ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ

ଅଖ୍‌ତାରଙ୍କୁ ମୁହଁତୋଡ଼ ଜବାବ ଦେଲେ ଦାଦା
ଅଖ୍‌ତାରଙ୍କୁ ମୁହଁତୋଡ଼ ଜବାବ ଦେଲେ ଦାଦା

ମୁମ୍ବାଇ: ଆଗାମୀ ଦିନିକିଆ ବିଶ୍ବକପ୍ ପରେ ସୀମିତ ଓଭର କ୍ରିକେଟରୁ କୋହଲି ସନ୍ୟାସ ନେବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖ୍‌ତାର । ଆଗାମୀ ୫ରୁ ୬ ବର୍ଷ ପର୍ଯ୍ୟନ୍ତ କୋହଲିଙ୍କୁ ସେ କ୍ରିକେଟ ଖେଳୁଥିବାର ଦେଖିବାକୁ ଚାହାନ୍ତି, ଏବଂ କୋହଲି ଏବି ବିଶ୍ବକପ୍‌ ପରେ ସୀମିତ ଓଭର କ୍ରିକେଟ୍‌ରୁ ଅବସର ନେଇ ଟେଷ୍ଟ୍‌ କ୍ରିକେଟ୍‌ରେ ଫୋକସ କରନ୍ତୁ ବୋଲି ସୋଏବ୍‌ କହିବା ପରେ ଏହାର ରୋକଠୋକ୍‌ ଜବାବ ଦେଇଛନ୍ତି ଦାଦା । କୋହଲିଙ୍କ ପରି କ୍ରିକେଟର ଖୁବ କମ ମିଳନ୍ତି । ତେଣୁ ସେ ଯେପର୍ଯ୍ୟନ୍ତ ଚାହିଁବେ ଖେଳିପାରିବେ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି ।

ଏକ ସାକ୍ଷାତକାରରେ ବିରାଟ କୋହଲିଙ୍କ ଅବସର ନେଇ ପରାମର୍ଶ ଦେବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖ୍‌ତାର । ସେ କହିଥିଲେ,"୨୦୨୩ ଦିନିକିଆ ବିଶ୍ବକପ ପରେ କୋହଲି ଦିନିକିଆ ଫର୍ମାଟ୍‌ରେ ଖେଳିବା ଉଚିତ୍ ନୁହେଁ । କୋହଲି ଏବେ ଦିନିକିଆ ଓ ଟି୨୦ ଫର୍ମାଟ ଛାଡ଼ି ଟେଷ୍ଟ୍‌ କ୍ରିକେଟ ଉପରେ ଫୋକସ କରିବା ଉଚିତ୍ ।" ତେବେ ଆଗାମୀ ୫ରୁ ୬ ବର୍ଷ ପର୍ଯ୍ୟନ୍ତ କୋହଲିଙ୍କୁ ସେ କ୍ରିକେଟ ଖେଳୁଥିବାର ଦେଖିବାକୁ ଚାହାନ୍ତି ଏବଂ ଟେଷ୍ଟ୍‌ କ୍ରିକେଟ୍‌ରେ ଶତକ ପରେ ଶତକ ହାସଲ କରି ସଚିନଙ୍କ ରେକର୍ଡ କୋହଲି ଭାଙ୍ଗନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି ।

ସେପଟେ ସୋଏବଙ୍କ ବୟାନକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ସେ କହିଛନ୍ତି, "ବିରାଟ ଜଣେ କ୍ଲାସ ପ୍ଲେୟର । କେତେବେଳେ କେଉଁ ନିଷ୍ପତ୍ତି ନେବେ ସେ ଭଲ ଭାବେ ଜାଣିଛନ୍ତି । କୋହଲିଙ୍କ ଭବିଷ୍ୟତ ଆକଳନ କରିବାକୁ ସୋଏବ୍‌ ଅଖ୍‌ତାର କିଏ ? ସେ ନିଜ କଥା ଚିନ୍ତା କରନ୍ତୁ । ବିରାଟ ପରି ଖେଳାଳି ଖୁବ୍‌ କମ୍‌ ନଜର ଆସନ୍ତି । ସେ ଏବେ ପୁରା ଫିଟ୍‌ ଅଛନ୍ତି । ତେଣୁ ସେ କେଉଁ ପର୍ଯ୍ୟନ୍ତ ଖେଳିବେ, କେଉଁ କେଉଁ ଫର୍ମାଟ୍‌ ଖେଳିବ, ସେ ନିଷ୍ପତ୍ତି ପୁରା ବିରାଟଙ୍କର । ସେ ଯାହାବି ଉପଲବ୍ଧି ହାସଲ କରିଛନ୍ତି, ତାହା ଅନ୍ୟ ଖେଳାଳିଙ୍କ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ।

ଏହା ମଧ୍ୟ ପଢ଼ନ୍ତୁ...15 years of Virat Kohli: କ୍ରିକେଟ୍‌ରେ କୋହଲିଙ୍କ ୧୫ ବର୍ଷର ଶାସନ, ଦେଖନ୍ତୁ କଣ ରହିଛି ରେକର୍ଡ

ସୂଚନାଯୋଗ୍ୟ, ବିରାଟ କୋହଲି ବର୍ତ୍ତମାନ ୧୧୧ଟି ଟେଷ୍ଟ ମ୍ୟାଚ୍‌ ଖେଳି ୮,୬୭୬ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୨୯ଟି ଶତକ ରହିଥିବା ବେଳେ ୨୯ଟି ଅର୍ଦ୍ଧଶତକ ରହିଛି । ଏଥିରେ ଅପରାଜିତ ୨୫୪ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି । ସେହିପରି ୨୭୫ଟି ଦିନିକିଆ ମ୍ୟାଚ୍‌ ଖେଳି ସେ ୧୨,୮୯୮ ରନ୍‌ କରିଛନ୍ତି । ଯେଉଁଥିରେ ୪୬ ଶତକ ଏବଂ ୬୫ ଅର୍ଦ୍ଧଶତକ ରହିଛି । ଦିନିକିଆରେ ୧୮୩ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି । ଏହାବାଦ୍‌ ୧୧୫ଟି ଟି୨୦ ମ୍ୟାଚ୍‌ ଖେଳି କୋହଲି ୪,୦୦୮ ରନ୍‌ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୩୭ଟି ଅର୍ଦ୍ଧଶତକ ରହିଛି । ଏଥିରେ ତାଙ୍କର ବ୍ୟକ୍ତିଗତ ଭାବେ ଅପରାଜିତ ୧୨୨ ସର୍ବାଧିକ ସ୍କୋର ରହିଛି । ହେଲେ ଏଭଳି ଫର୍ମ ସତ୍ତ୍ବେ ଗତବର୍ଷ ଟି୨୦ ବିଶ୍ବକପ୍‌ ପରଠାରୁ ତାଙ୍କୁ ଚି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଭାରତୀୟ ଦଳରେ ସୁଯୋଗ ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.