ହାଇଦ୍ରାବାଦ: ଦିନିକିଆ କ୍ରିକେଟ୍ ବିଶ୍ବକପ୍ ୨୦୨୩ ସରିବା ପରେ ଏବେ ଟି୨୦ ବିଶ୍ବକପ୍ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିସିସିଆଇ । ନଭେମ୍ବର ୨୩ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ମ୍ୟାଚ୍ ଖେଳିବ ଭାରତ । ଏଥିପାଇଁ ୧୫ ଜଣିଆ ସ୍କ୍ବାଡ୍ ମଧ୍ୟ ଘୋଷଣା ହୋଇଛି । ଦିନିକିଆ ବିଶ୍ବକପ୍ ଖେଳୁଥିବା ବହୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଅନେକ ଯୁବ ଖେଳାଳିଙ୍କୁ ଏହି ଶୃଙ୍ଖଳା ଖେଳିବାପାଇଁ ସୁଯୋଗ ମିଳିଛି । ସୂର୍ଯ୍ୟ କୁମାର ଯାଦବଙ୍କୁ ଏହି ଦଳର ଅଧିନାୟକ କରାଯାଇଛି । ହେଲେ ଏହି ଦଳରେ ୱିକେଟ୍କିପର-ବ୍ୟାଟର ସଞ୍ଜୁ ସାମ୍ସନ୍ଙ୍କୁ ପୁଣି ଅଣଦେଖା କରାଯାଇଛି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶଂସକମାନେ ବିସିସିଆଇକୁ କଡ଼ା ସମାଲୋଚନା କରିଛନ୍ତି । ଏପରିକି ସଞ୍ଜୁ ସାମସନ୍ ଓ ୟୁଜବେନ୍ଦ୍ର ଚହଲଙ୍କୁ କଣ ପାଇଁ ଦଳରେ ଚୟନ କରାଯାଇନାହିଁ ବୋଲି ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର ।
-
This is truly inexplicable. @IamSanjuSamson should have not just been selected, he should have led the side in the absence of all the seniors. His captaincy experience with Kerala and @rajasthanroyals is more current than SKY's. Our selectors need to explain themselves to the… https://t.co/W251o89jzs
— Shashi Tharoor (@ShashiTharoor) November 21, 2023 " class="align-text-top noRightClick twitterSection" data="
">This is truly inexplicable. @IamSanjuSamson should have not just been selected, he should have led the side in the absence of all the seniors. His captaincy experience with Kerala and @rajasthanroyals is more current than SKY's. Our selectors need to explain themselves to the… https://t.co/W251o89jzs
— Shashi Tharoor (@ShashiTharoor) November 21, 2023This is truly inexplicable. @IamSanjuSamson should have not just been selected, he should have led the side in the absence of all the seniors. His captaincy experience with Kerala and @rajasthanroyals is more current than SKY's. Our selectors need to explain themselves to the… https://t.co/W251o89jzs
— Shashi Tharoor (@ShashiTharoor) November 21, 2023
୨୯ ବର୍ଷୀୟ ସଞ୍ଜୁ ବିଶ୍ବକପ୍ ୨୦୨୩ ଦଳରେ ସ୍ଥାନ ପାଇନଥିଲେ । ହେଲେ କେବଳ ବିଶ୍ବକପ୍ ନୁହେଁ, ଏହା ପୂର୍ବରୁ କାଉଣ୍ଟି କ୍ରିକେଟ୍, ଏସିଆନ୍ ଗେମ୍ସ ଓ ଏସିଆ କପ୍ ଦଳରେ ମଧ୍ୟ ତାଙ୍କୁ ଚୟନ କରାଯାଇନଥିଲା । ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବାବେଳେ ୱିକେଟ୍କିପିଂ ପାଇଁ ଈଶାନ କିଷାନ ଓ ଜିତେଶ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିଛି । ସଞ୍ଜୁଙ୍କୁ ପୁଣିଥରେ ଅଣଦେଖା କରିବାକୁ ନେଇ ଭାରତୀୟ କ୍ରିକେଟ୍ ପ୍ରଶଂସକ ଚିହିଁକି ଉଠିଛନ୍ତି । ଚୟନକର୍ତ୍ତାମାନେ ପୁଣି ଥରେ ସଞ୍ଜୁ ସାମସନ୍ଙ୍କ ପ୍ରତି ପକ୍ଷପାତିତା କରିଛନ୍ତି ବୋଲି କହିଛନ୍ତି ପ୍ରଶଂସକ ।
ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସର ନେତୃତ୍ବ ନେଉଥିବା ସଞ୍ଜୁ ସାମସନ୍ ନିଜ ନେତୃତ୍ବ ଓ ବ୍ୟାଟିଂ ବଳରେ ସମସ୍ତ ପ୍ରଶଂସକଙ୍କୁ ପ୍ରଭାବିତ କରିଥିଲେ । ହେଲେ ବିସିସିଆଇରେ ରାଜନୀତି ହେତୁ ତାଙ୍କୁ କୌଣସି ସିରିଜ୍ରେ ସ୍ଥାନ ମିଳୁନଥିବା ପ୍ରଶଂସକମାନେ ଦାବି କରିଛନ୍ତି । କେହି କେହି ସଞ୍ଜୁ ସାମସନ୍ଙ୍କୁ ଅନ୍ୟ ଦେଶରେ ଖେଳିବାକୁ ପରାମର୍ଶ ଦେଇଛନ୍ତି । ଆଉ କେହି ଅବସର ନେଇ ଯିବାକୁ ମଧ୍ୟ କହିଛନ୍ତି । ସେହିଭଳି ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ସଞ୍ଜୁଙ୍କ ପ୍ରତି ବିସିସିଆଇର ଏଭଳି ବ୍ୟବହାରକୁ ସମାଲୋଚନା କରିଛନ୍ତି ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି, "ଏହା ପ୍ରକୃତରେ ବୁଝିବା କଷ୍ଟକର । ସଞ୍ଜୁ ସାମସନ୍ କେବଳ ଚୟନ ହେବାକଥା ନୁହେଁ, ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ବ ମଧ୍ୟ ନେବା କଥା । ଘରୋଇ କ୍ରିକେଟ୍ରେ କେରଳ ଓ ରାଜସ୍ଥାନ ରୟାଲ୍ସ ସହିତ ତାଙ୍କର ନେତୃତ୍ବ ଅଭିଜ୍ଞତା ସୂର୍ଯ୍ୟ କୁମାର ଯାଦବଙ୍କଠାରୁ ଢେର ଅଧିକ । ଆମ ଚୟନକର୍ତ୍ତାମାନେ ନିଜ କାର୍ଯ୍ୟକୁ କ୍ରିକେଟପ୍ରେମୀ ଜନସାଧାରଣଙ୍କୁ ବୁଝାଇବା ଆବଶ୍ୟକ ।" ଏପରିକି ଅଭିଜ୍ଞ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ କଣ ପାଇଁ ଦଳରେ ସ୍ଥାନ ମିଳିନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଶଶୀ ଥରୁର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ