ETV Bharat / sports

୨୫୩ ଦିନରେ ଟି୨୦ ଫର୍ମାଟରେ ୧୦୦୦ ରନ ଅତିକ୍ରମ କଲେ ସେଫାଳି ବର୍ମା

author img

By

Published : Oct 8, 2022, 9:10 PM IST

ସେଫାଳି ବର୍ମା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ ସଂଗ୍ରହ କରିବାରେ କମ ବୟସ କ୍ରିକେଟର ହୋଇପାରିଛନ୍ତି । ଅଧିକ ପଢନ୍ତୁ

ଟି୨୦ ଫର୍ମାଟରେ ୧୦୦୦ ରନ ଅତିକ୍ରମ କଲେ ସେଫାଳି ବର୍ମା

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ ଦଳର ଯୁବ ବ୍ୟାଟର ସେଫାଳି ବର୍ମାଙ୍କ ରେକର୍ଡ । ସେଫାଳି ବର୍ମା ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ ସଂଗ୍ରହ କରିବାରେ କମ ବୟସ କ୍ରିକେଟର ହୋଇପାରିଛନ୍ତି । ଏସିଆ କପରେ ଶନିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ ପରେ ସେଫାଳି ବର୍ମା ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଭାରତର ଏହି ଷ୍ଟାର ବ୍ୟାଟର ବାଂଲାଦେଶ ବିପକ୍ଷ ମ୍ୟାଚ ଜିତିବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୪୪ ବଲରୁ ୫ ଟି ଚୌକା ଏବଂ ଦୁଇଚି ଛକା ସହିତ ୫୫ ରନର ଇନିଂସ ଖେଳିଥିଲେ । ସେପଟେ ଆଇସିସି ଟି୨୦ ମହିଳା ମାନ୍ୟତାରେ ସେଫାଳି ବର୍ମା ସପ୍ତମ ସ୍ଥାନରେ ରହିଛନ୍ତି ।

ଏହି ଭାରତୀୟ ମହିଳା ଯୁବ ବ୍ୟାଟର ସେଫାଳି ବର୍ମା ୧୮ ବର୍ଷ ବୟସରେ ୨୫୩ ଦିନରେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ୧୦୦୦ ରନ ସଂଗ୍ରହ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ଭାରତୀୟ ମହିଳା କ୍ରିକେଟର ଜେମିମା ରେଡ୍ରିଗସଙ୍କ ନାମରେ ରହିଥିଲା । ଜେମିମା ରେଡ୍ରିଗସ ୨୧ ବର୍ଷ ବୟସରେ ୩୨ ଦିନରେ ଏହି ସଫଳତା ହାସଲ କରିଥିଲେ । ବର୍ଷ ୨୦୨୧ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ । ପୂର୍ବତନ ଅଧିନାୟିକା ମିତାଲି ରାଜ, ସ୍ମୃତି ମାନ୍ଧନା, ଜେମିମା ରେଡ୍ରିଗସ, ହରମନପ୍ରିତ କୌରଙ୍କ ଟି୨୦ ଫର୍ମାଟରେ ୧୦୦୦ ରନ ଅତିକ୍ରମ କରିବା କ୍ଲବରେ ସେଫାଳି ବର୍ମା ସାମିଲ ହୋଇ ପଞ୍ଚମ ଭାରତୀୟ ହୋଇପାରିଛନ୍ତି ।

ବହୁତ ଶୀଘ୍ର ୧୦୦୦ ରନ ସଂଗ୍ରହ କରିବାରେ ମିତାଲି ରାଜ ପ୍ରଥମ ଭାରତୀୟ କ୍ରିକେଟର । ସେ ୪୦ ଟି ଇନିଂସ ଖେଳି ୧୦୦୦ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ଟି୨୦ ଫର୍ମାଟରେ ଏପର୍ଯ୍ୟନ୍ତ ସର୍ବାଧିକ ୨୬୪୭ ରନ ସଂଗ୍ରହ କରି ଭାରତୀୟ ମହିଳା କ୍ରିକେଟର ହିସାବରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ସ୍ମୃତି ମାନ୍ଧନା । ସେ ଏପର୍ଯ୍ୟନ୍ତ ୨୩୭୩ ରନ ସଂଗ୍ରହ କରିଛନ୍ତି । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ଭେଟେରାନ କ୍ରିକେଟର ମିତାଲି ରାଜ । ସେ ୨୩୬୪ ରନ ସଂଗ୍ରହ କରିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ରହିଛନ୍ତି ଜେମିମା ରେଡ୍ରିଗସ । ସେ ଏପର୍ଯ୍ୟନ୍ତ ୧୪୬୧ ରନ ସଂଗ୍ରହ କରିଛନ୍ତି । ସେଫାଳି ବର୍ମା ଏପର୍ଯ୍ୟନ୍ତ ୧୦୩୬ ରନ ସଂଗ୍ରହ କରି ପଞ୍ଚମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.