ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍କୁ ଭାରତ ଗୋଟିଏ ଇନିଂସ ଓ ୧୩୨ ରନରେ ଜିତି ନେଇଛି । ପ୍ରଥମ ମ୍ୟାଚ୍ରେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡ଼େଜା । ତେବେ ପ୍ରଥମ ମ୍ୟାଚ୍ରେ ହିଁ ଜାଡ଼େଜାଙ୍କୁ ଆଇସିସିର ବଡ଼ ଝଟ୍କା ଲାଗିଛି । ସେ ପଡ଼ିଆ ଭିତରେ ଅମ୍ପାୟାରଙ୍କ ବିନା ଅନୁମତିରେ ନିଜ ହାତରେ ଏକ ସ୍ମୁଥ୍ କ୍ରିମର ବ୍ୟବହାର କରିଥିଲେ । ଯେଉଁଥିପାଇଁ ତାଙ୍କୁ ଜୋରିମାନା କରିବା ସହ ଗୋଟିଏ ଡିମେରିଟ ପଏଣ୍ଟ ଲଗାଇଛି ଆଇସିସି ।
-
🚨 JUST IN: India star handed penalty for ICC Code of Conduct charge during first Test against Australia!#WTC23 | #INDvAUS | Details 👇
— ICC (@ICC) February 11, 2023 " class="align-text-top noRightClick twitterSection" data="
">🚨 JUST IN: India star handed penalty for ICC Code of Conduct charge during first Test against Australia!#WTC23 | #INDvAUS | Details 👇
— ICC (@ICC) February 11, 2023🚨 JUST IN: India star handed penalty for ICC Code of Conduct charge during first Test against Australia!#WTC23 | #INDvAUS | Details 👇
— ICC (@ICC) February 11, 2023
ନାଗପୁରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରୁ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଦମଦାର ବିଜୟ ହାସଲ କରିଛି । ଗୋଟିଏ ଇନିଂସ ଓ ୧୩୨ ରନରେ କଙ୍ଗାରୁ ଦଳକୁ ପରାସ୍ତ କରିଛି ଟିମ ଇଣ୍ଡିଆ । ଦୁଇଟି ଯାକ ଇନିଂସ୍ରେ ଭାରତ ପାଇଁ ପ୍ରଭାଶାଳୀ ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡ଼େଜା । ତେବେ ମ୍ୟାଚ୍ ପରେ ଜାଡ଼େଜାଙ୍କୁ ଆଇସିସିର ବଡ଼ ଝଟ୍କା ଲାଗିଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବେଳକୁ ବୋଲି କରିବା ପୂର୍ବରୁ ପଡ଼ିଆ ଭିତରେ ଅମ୍ପାୟାରଙ୍କ ବିନା ଅନୁମତିରେ ନିଜ ହାତରେ ଏକ କ୍ରିମର ବ୍ୟବହାର କରିଥିଲେ । ଯେଉଁଥିପାଇଁ ତାଙ୍କୁ ଦୋଷୀ ଦର୍ଶାଇ ଜୋରିମାନା କରିବା ସହ ଗୋଟିଏ ଡିମେରିଟ ପଏଣ୍ଟ ଲଗାଇଛି ଆଇସିସି ।
ଏନେଇ ଆଇସିସି ପକ୍ଷରୁ କୁହାଯାଇଛି, "କ୍ରିକେଟର ରବିନ୍ଦ୍ର ଜାଡ଼େଜା ନାଗପୁରରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଇସିସି ଆଚାର ସଂହିତାର ପ୍ରଥମସ୍ତର ଉଲ୍ଲଙ୍ଘନ କରିଛନ୍ତି । ସେଥିପାଇଁ ତାଙ୍କ ଉପରେ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜୋରିମାନା ଲଗାଯାଇଛି ।" ତେବେ ଜାଡ଼େଜା ମ୍ୟାଚ୍ ଚାଲିଥିବା ସମୟରେ ଦୃତ ବୋଲର ମହମ୍ମଦ ସିରାଜଙ୍କ ଠାରୁ ଏକ କ୍ରିମ ନେଇ ନିଜ ବାମ ହାତର ଆଙ୍ଗୁଠିରେ ଲଗାଇ ଘଷିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏନେଇ ଅଷ୍ଟ୍ରେଲିଆର ମିଡିଆ ଓ ପୂର୍ବ ଖେଳାଳିମାନେ ପ୍ରଶ୍ନ ଉଠାଇଥିଲେ ।
ତେବେ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆଇସିସି ମ୍ୟାଚ୍ ରେଫରି ଏଣ୍ଡି ପାଇକ୍ରାଫ୍ଟଙ୍କୁ ଏନେଇ ସ୍ପଷ୍ଟ କରିଥିଲା ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜାଡ଼େଜା ନିଜ ବାମ ହାତରେ ଯନ୍ତ୍ରଣା ରିଲିଫ୍ କ୍ରିମ୍ ଲଗାଇଥିଲେ । ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ, ଜାଡ଼େଜା ସିରାଜଙ୍କ ନିକଟରୁ କୌଣସି କ୍ରିମ ଆଣି ନିଜ ବାମ ହାତରେ ଲଗାଇଥିଲେ । ଏହାପରେ ବୋଲିଂ କରିବା ପୂର୍ବରୁ ସେ ନିଜ ହାତର ସେହି ସ୍ଥାନକୁ ଘଷିଥିଲେ । କିନ୍ତୁ ତାଙ୍କ ହାତରେ ବଲ ଥିଲେ ମଧ୍ୟ ସେ ବଲରେ କିଛି ଲଗାଇଥିବା ଏହି ଭିଡିଓରେ ଦେଖାଯାଉନାହିଁ ।ଖେଳ ନିୟମ ଅନୁସାରେ, କୌଣସି ଅଭିଯୋଗ ହେବା ପୂର୍ବରୁ ଆଇସିସି ମ୍ୟାଚ୍ ରେଫରି ଏଭଳି ଘଟଣାର ତଦନ୍ତ ନିଜ ଆଡ଼ୁ କରି ପାରିବେ । କ୍ରିକେଟ ନିୟମ ଅନୁଯାୟୀ, ବଲ ଉପରେ କୌଣସି ପ୍ରଭାବ ନଆସିବା ପାଇଁ ବୋଲର ନିଜ ହାତରେ କିଛି ବି ଲଗାଇବା ପୂର୍ବରୁ ଅମ୍ପାୟାରଙ୍କୁ ଜଣାଇବା ଓ ଅମ୍ପାୟାରଙ୍କ ଅନୁମତି ଆଣିବା ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ