ETV Bharat / sports

Ranji Trophy 2023: ସୌରାଷ୍ଟ୍ର-ବେଙ୍ଗଲ ଟ୍ରଫି ଟକ୍କର

author img

By

Published : Feb 13, 2023, 8:30 AM IST

ଚଳିତ ରଣଜୀ ଟ୍ରଫି ପ୍ରତିଯୋଗିତାରେ ଫାଇନାଲ ପାଇଁ ଦୁଇ ଦଳ ମିଳି ସାରିଛନ୍ତି । ଫାଇନାଲ ଟକ୍କରରେ ସୌରାଷ୍ଟ୍ର ଓ ବେଙ୍ଗଲ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

Ranji Trophy 2023
ସୌରାଷ୍ଟ୍ର - ବେଙ୍ଗଲ ଟ୍ରଫି ଟକ୍କର

ନୂଆଦିଲ୍ଲୀ: ରଣଜୀ ଟ୍ରଫି ଫାଇନାଲ ଫାଇଟ ପାଇଁ ଲାଇନ ଅଫ ଚୂଡାନ୍ତ ହୋଇଛି । ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ । ଆସନ୍ତା 16 ତାରିଖରେ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ । କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ଫାଇନାଲ ଫାଇଟ ଆରମ୍ଭ ହେବ । ସେମି ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ 4 ୱିକେଟରେ ଓ ବେଙ୍ଗଲ ମଧ୍ୟପ୍ରଦେଶକୁ 306 ରନରେ ପରାସ୍ତ କରିଛନ୍ତି ।

ଦ୍ବିତୀୟ ସେମି ଫାଇନାଲ ମୁକାବିଲାରେ ନାଟକୀୟ ବିଜୟ ହାସଲ କରିଥିବା ସୌରାଷ୍ଟ୍ର । ଅନ୍ତିମ ଦିବସରେ କର୍ଣ୍ଣାଟକ ଅସମାପ୍ତ ଦ୍ବିତୀୟ ଇନିଂସରେ 123/4ରୁ ବ୍ୟାଟିଂ ଆରମ୍ଭ କରିଥିଲା । ମାତ୍ର 234 ରନରେ ଅଟକି ଯାଇଥିଲା । ସୌରାଷ୍ଟ୍ର ଆଗରେ 115 ରନର ବିଜୟ ଲକ୍ଷ୍ୟ ଥିଲା । କର୍ଣ୍ଣାଟକର ନିକିନ ଜୋସ 109 ରନ କରିଥିଲ । ସୌରାଷ୍ଟ୍ର ପକ୍ଷରୁ ଚେତନ ସକାରିୟା ଓ ଧର୍ମେନ୍ଦ୍ର ସିଂ ଜାଡେଜା ଉଭୟ 4ଟି ଲେଖାଏ ୱିକେଟ ନେଇଥିଲେ ।

ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ସୌରାଷ୍ଟ୍ର 42 ରନରେ 5ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ଅର୍ପିତ ଭାସବଡା ଦୃଢ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । ଦଳରୁ ବିଜୟ ଭେଟି ଦେଇଥିଲେ । ଏହା ସହ ସୌରାଷ୍ଟ୍ର 5ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । 2019-20 ସିଜନରେ ପ୍ରଥମ ଥର ଚମ୍ପିଆନ ହୋଇଥିଲା ।

ସେହିପରି ଅନ୍ୟ ଏକ ସେମିଫାଇନାଲ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ମଧ୍ୟପ୍ରଦେଶକୁ ପରାସ୍ତ କରିଛି ବେଙ୍ଗଲ । 306ରେ ମଧ୍ୟପ୍ରଦେଶକୁ ହରାଇ ବେଙ୍ଗଲ ଫାଇନାଲରେ ସ୍ଥାନ ପକ୍କା କରିଛି । ଗତ ସିଜିନ ସେମିଫାଇନାଲର ପ୍ରତିଶୋଧ ନେଇଛି ବେଙ୍ଗଲ । ଅସମାପ୍ତ ଦ୍ବିତୀୟ ଇନିଂସରେ 179/9ରୁ ବ୍ୟାଟିଂ ଆରମ୍ଭ କରିଥିଲା ବେଙ୍ଗଲ । ଆଉ ଅଧିକ ରନ କରିପାରି ଅଲଆଉଟ ହୋଇଥିଲା ଦଳ । ବିଜୟ ଲକ୍ଷ୍ୟ ପିଛା କରି ମଧ୍ୟପ୍ରଦେଶ ମାତ୍ର 142 ରନ କରିଥିଲା । ବେଙ୍ଗଲ 15 ଥର ରଣଜୀ ଫାଇନାଲରେ ପ୍ରବେଶ କରିଛି । 15 ବନାମ 5 ଥର ଫାଇନାଲରେ ପ୍ରବେଶ କରିଥିବା ଦୁଇ ଦଳ ମଧ୍ୟରେ ଚଳିତ ସିଜିନରେ ଏକ କଡ୍ଡା ମୁକାବିଲା ଦେବାକୁ ଯାଉଛି ।

ଫାଇନାଲ ଖେଳିବେ ଜୟଦେବ: ଭାରତୀୟ ପେସ ବୋଲର ଜୟଦେବ ଉନାକତ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ ଖେଳିବେ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଇନିଂସରେ ଜୟଦେବ ଖେଳିବାକୁ ସୁଯୋଗ ପାଇନଥିଲେ । ଦ୍ବିତୀୟ ଇନିଂସରେ ମଧ୍ୟ ଖେଳିବାର ସମ୍ଭାବନା ନଥିବାରୁ ସେ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ ଖେଳିବେ । ଚଳିତ ରଣଜୀ ଟ୍ରଫିରେ 3ଥର ସୌରାଷ୍ଟ୍ର ଦଳର ନେତୃତ୍ବ ନେଇ 17ଟି ୱିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ...Test Cricket Five Wicket Haul: ଅଶ୍ବିନଙ୍କ ବିଶ୍ବ କୀର୍ତ୍ତିମାନ, ଅନୀଲ କୁମ୍ବଲେଙ୍କ ସହ ହେଲେ ସମକକ୍ଷ

8 ତାରିଖରୁ ସେମିଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । କର୍ଣ୍ଣାଟକ, ବେଙ୍ଗଲ ଓ ମଧ୍ୟପ୍ରଦେଶ ସେମିଫାଇନାଲରେ ପ୍ରବେଶ କରିଥିଲେ । କ୍ବାର୍ଟର ରାଉଣ୍ଡରେ ପଞ୍ଜାବକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲା ସୌରାଷ୍ଟ୍ର । କର୍ଣ୍ଣାଟକ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା । ମଧ୍ୟପ୍ରଦେଶ ଓ ବେଙ୍ଗଲ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଡିଫେଣ୍ଡିଂ ଚମ୍ପିଆନ ମଧ୍ୟପ୍ରଦେଶକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି ବେଙ୍ଗଲ । ସେହିପରି କର୍ଣ୍ଣାଟକକୁ ହରାଇ ଫାଇନାଲରେ ପ୍ରବେଶ କରିଛି ସୌରାଷ୍ଟ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.