ETV Bharat / sports

warm up match : ବର୍ଷା କାରଣରୁ ବାତିଲ ହେଲା ଭାରତ-ନ୍ୟୁଜଲାଣ୍ଡ ମ୍ୟାଚ - ଭାରତ ୱାର୍ମ ଅପ ମ୍ୟାଚ

ବାତିଲ ହେଲା ଭାରତ ବନାମ ନ୍ୟୁଜଲାଣ୍ଡର ୱାର୍ମ ଅପ ମ୍ୟାଚ । ଭାରତ ନ୍ୟୁଜଲାଣ୍ଡ ବିପକ୍ଷରେ ୱାର୍ମ ଅପ ମ୍ୟାଚ ଖେଳିବା ପରେ ଦଳର ଆତ୍ମବିଶ୍ବାସ ବଢାଇବାକୁ ଚେଷ୍ଟା ଜାରି ରଖିଥିଲା । ହେଲେ ମ୍ୟାଚ ବାତିଲ ପରେ ଦଳକୁ ଝଟକା ଲାଗିଛି । ଅଧିକ ପଢନ୍ତୁ

warm up match : ବର୍ଷା କାରଣରୁ ବାତିଲ ହେଲା ଭାରତ-ନ୍ୟୁଜଲାଣ୍ଡ ମ୍ୟାଚ

author img

By

Published : Oct 19, 2022, 7:10 PM IST

ବ୍ରିସବେନ : ବାତିଲ ହେଲା ଭାରତ ବନାମ ନ୍ୟୁଜଲାଣ୍ଡର ୱାର୍ମ ଅପ ମ୍ୟାଚ । ଅକ୍ଟୋବର ୨୩ ତାରିଖରେ ପାରମ୍ପାରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ T20 ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଏହା ପୂର୍ବରୁ ଭାରତର ଅଭ୍ୟାସ ମ୍ୟାଚ ତଥା ୱାର୍ମ ଅପ ମ୍ୟାଚ ଜାରି ରହିଛି । ଆଜି (ବୁଧବାର) ଭାରତ ନ୍ୟୁଜଲାଣ୍ଡ ବିପକ୍ଷରେ ୱାର୍ମ ଅପ ମ୍ୟାଚ ଖେଳାଯିବାର ଥିଲା । ହେଲେ ବର୍ଷା କାରଣରୁ ଏହି ୱାର୍ମ ଅପ ମ୍ୟାଚକୁ ବାତିଲ କରାଯାଇଛି । ତେବେ ମ୍ୟାଚ ବାତିଲ ହେବା ପରେ ଭାରତୀୟ କ୍ରିକେଟର ନିରାଶ ହୋଇଥିଲେ । କାରଣ ୨୦୨୧ ମସିହାରେ ଖେଳାଯାଇଥିବା T20 ବିଶ୍ବକପରେ ରନର୍ସ ଅପ ହୋଇଥିଲା ନ୍ୟୁଜଲାଣ୍ଡ ।

ଏହା ମଧ୍ୟ ପଢନ୍ତୁ: T20 World Cup : ୩୧ ରନରେ ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ

ଗତ ବର୍ଷର T20 ବିଶ୍ବକପ ଉପ ବିଜେତା ନ୍ୟୁଜଲାଣ୍ଡ ଅଷ୍ଟ୍ରେଲିଆ ମାଟିରେ ଦମଦାର ପ୍ରଦର୍ଶନ କରୁଥିବା ନଜିର ରହିଛି । ତେବେ ଭାରତ ନ୍ୟୁଜଲାଣ୍ଡ ବିପକ୍ଷରେ ୱାର୍ମ ଅପ ମ୍ୟାଚ ଖେଳିବା ପରେ ଦଳର ଆତ୍ମବିଶ୍ବାସ ବଢାଇବାକୁ ଚେଷ୍ଟା ଜାରି ରଖିଥିଲା । ହେଲେ ମ୍ୟାଚ ବାତିଲ ପରେ ଦଳକୁ ଝଟକା ଲାଗିଛି ।

ସେପଟେ ଅକ୍ଟୋବର ୨୩ ରେ ଭାରତ ପାକିସ୍ତାନ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ । ତେବେ ଭାରତ ବିଶ୍ବକପ ଅଭିଯାନ ଆରମ୍ଭ କରିବା ପୂର୍ବରୁ ୱାର୍ମ ଅପ ମ୍ୟାଚରେ ଚୂଡାନ୍ତ ଏକାଦଶକୁ ପରଖିବାକୁ ଦଳ ପାଇଁ ଏହା ଶେଷ ସୁଯୋଗ ରହିଥିଲା । ହେଲେ ଅଷ୍ଟ୍ରେଲିଆ, ବ୍ରିସବେନର ଖରାପ ପାଣିପାଗ ତଥା ବର୍ଷା କାରଣରୁ ଟିମ ଇଣ୍ଡିଆର ଯୋଜନା ପଣ୍ଡ ହୋଇଗଲା । ଏବେ ଏହି ମ୍ୟାଚକୁ ବାତିଲ କରିଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: T20 World Cup : ସ୍କଟଲାଣ୍ଡକୁ ୬ ୱିକେଟରେ ହରାଇଲା ଆୟାରଲାଣ୍ଡ

ଭାରତ T20 ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଆସିବା ପରେ ଏପର୍ଯ୍ୟନ୍ତ ୩ ଟି ୱାର୍ମ ଅପ ମ୍ୟାଚ ଖେଳିଛି । ଯେଉଁଥିରେ ଦୁଇଟି ମ୍ୟାଚ ଜିତି ଥିବା ବେଳେ ଗୋଟିଏ ମ୍ୟାଚରେ ପରାଜୟ ହୋଇଛି ଭାରତ । ପ୍ରଥମ ମ୍ୟାଚରେ ପଶ୍ଚିମ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ବିଜୟ ଲାଭ କରିବା ପରେ ଟିମ ଇଣ୍ଡିଆ ଦ୍ବିତୀୟ ୱାର୍ମ ଅପ ମ୍ୟାଚ ହାରିଯାଇଥିଲା । ସେହିପରି ତୃତୀୟ ୱାର୍ମ ଅପ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମହମ୍ମଦ ସାମିଙ୍କ ଦମଦାର ବୋଲିଂ ବଳରେ ଭାରତ ବିଜୟ ଲାଭ କରିଥିଲା । ସେହିପରି ଯଦି ନ୍ୟୁଜଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଅଭ୍ୟାସ ମ୍ୟାଚ ଖେଳିଛି । ଯେଉଁଥିରେ ୯ ୱିକେଟର ପରାସ୍ତ ହୋଇଥିଲା ନ୍ୟୁଜଲାଣ୍ଡ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.