ETV Bharat / sports

ଟିମ ଇଣ୍ଡିଆର ଅନ୍ତଃଦଳ ମ୍ୟାଚ୍‌ ଦ୍ବିତୀୟ ଦିନ: ରୋହିତ-ରାହୁଲଙ୍କ ବ୍ୟାଟିଂ

ଟିମ ଇଣ୍ଡିଆର ଅନ୍ତଃଦଳ ମ୍ୟାଚ୍‌ର ପ୍ରଥମ ଦିନରେ ଋଷଭ ପନ୍ତ, ଶୁଭମନ ଗିଲ୍‌ ଓ ଇଶାନ୍ତ ଶର୍ମାଙ୍କ ଧମାକା ପରେ ଦ୍ବିତୀୟ ଦିନରେ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Rahul, Rohit, Saha bat on Day 2 of India's match simulation
ଟିମ ଇଣ୍ଡିଆର ଅନ୍ତଃଦଳ ମ୍ୟାଚ୍‌ରେ ରୋହିତ, ରାହୁଲଙ୍କ ବ୍ୟାଟିଂ ଅଭ୍ୟାସ
author img

By

Published : Jun 13, 2021, 9:37 PM IST

ସାଉଥାମ୍ପଟନ: ଟିମ ଇଣ୍ଡିଆର ଅନ୍ତଃଦଳ ମ୍ୟାଚ୍‌ର ପ୍ରଥମ ଦିନରେ ଋଷଭ ପନ୍ତ, ଶୁଭମନ ଗିଲ୍‌ ଓ ଇଶାନ୍ତ ଶର୍ମାଙ୍କ ଧମାକା ପରେ ଦ୍ବିତୀୟ ଦିନରେ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ମିଳିଛି । ବିସିସିଆଇ ରବିବାର ସେୟାର କରିଥିବା ଭିଡିଓରେ କେଏଲ ରାହୁଲ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଛକା ମାରିଛନ୍ତି ।

ଅଭ୍ୟାସ ମ୍ୟାଚ୍‌ ଭିଡିଓରେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଧିମାନ ସାହା ଦମଦାର ସଟ୍‌ ଖେଳୁଥିବାର ନଜର ଆସିଛନ୍ତି । ବୋଲର ଶାର୍ଦ୍ଦୁଳ ଠାକୁରଙ୍କୁ ହୁକ୍‌ ସଟ୍‌ରେ ଛକା ମଧ୍ୟ ଲଗାଇଛନ୍ତି ।

ରୋହିତ ଶର୍ମା, ରାହୁଲ, ଓ ସାହାଙ୍କ ବ୍ୟତୀତ ଇଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ମଧ୍ୟ ବ୍ୟାଟିଂ କରିଛନ୍ତି । ବୋଲର ଅଭେସ ଖାନ, ଉମେଶ ଯାଦବ, ଶାର୍ଦ୍ଦୁଳ ଠାକୁର, ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ବୋଲିଂ କରିଛନ୍ତି । ସବୁଠୁ ମଜାଦାର କଥା ହେଉଛି, କ୍ୟାପଟେନ ବିରାଟ କୋହଲି ମଧ୍ୟ ବୋଲିଂ ଅଭ୍ୟାସ କରିଛନ୍ତି ।

ଜୁନ୍‌ 18ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନରେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.