ମୁମ୍ବାଇ: ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ପୂର୍ବରୁ ପୁରସ୍କାର ରାଶି ଘୋଷଣା କଲା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ( ICC)। ଡବ୍ଲୁଟିସି ଖେଳୁଥିବା ସମସ୍ତ 9ଟି ଦଳଙ୍କ ପାଇଁ ମୋଟ୍ 31.4 କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଫାଇନାଲ ମ୍ୟାଚରେ ବିଜେତା ଦଳକୁ ମିଳିବ 13.32 କୋଟି ଟଙ୍କାର ପୁରସ୍କାର ରାଶି । ସେହିପରି ରନର୍ସ ଅଫ ଦଳକୁ 6.5 କୋଟି ଓ ତୃତୀୟ ସ୍ଥାନରେ ରହିଥିବା ଦକ୍ଷିଣ ଆଫ୍ରିକାକୁ ମିଳିବ 3.5 କୋଟିର ପୁରସ୍କାର । ଏନେଇ ଶୁକ୍ରବାର ଆଇସିସି ପକ୍ଷରୁ ଘୋଷଣା କରାଯାଇଛି।
ବିଶ୍ବ ଟେଷ୍ଟ ଚାମ୍ପିଅନସିପ 2019/ 21ରେ ପୁରସ୍କାର ରାଶି ଯେତିକି ରହିଥିଲା 2021/23ରେ ମଧ୍ୟ ସମାନ ରହିଛି । ପୁରସ୍କାର ରାଶିରେ କୌଣସି ପରିବର୍ତ୍ତନ ଆଣିନାହିଁ ଆଇସିସି । ଆସନ୍ତା ଜୁନ 7 ତାରିଖରେ ଓଭାଲ୍ ଗ୍ରାଉଣ୍ଡ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଯାହା ଆସନ୍ତା 11 ଜୁନ ଯାଏଁ ଚାଲିବ ।
ଏହା ମଧ୍ୟ ପଢନ୍ତୁ-IPL 2023 GT vs MI Qualifier 2: 171ରେ ରହିଲା ମୁମ୍ବାଇ, ବଡ଼ ବିଜୟ ସହ ଫାଇନାଲରେ ଗୁଜରାଟ
ଆଇସିସି ଦ୍ବାରା ଘୋଷଣା ହୋଇଥିବା ପୁରସ୍କାର ରାଶି ସମସ୍ତ 9ଟି ଦଳ ମଧ୍ୟରେ ବଣ୍ଟନ କରାଯିବ । ଚତୁର୍ଥ ସ୍ଥାନରେ ରହିଥିବା ଇଂଲଣ୍ଡକୁ 2.8 କୋଟି, ପଞ୍ଚମ ସ୍ଥାନରେ ରହିଥିବା ଶ୍ରୀଲଙ୍କାଙ୍କୁ 1.6 ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟ ଇଣ୍ଡିଜ ଓ ବାଂଲାଦେଶକୁ 82 ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । 2021ରେ ଡବ୍ଲୁଟିସି ଫାଇନାଲ୍ରେ ଭାରତକୁ ହରାଇ 13 କୋଟି ଟଙ୍କା ପୁରସ୍କାର ରାଶି ପାଇଥିଲା ନ୍ୟୁଜିଲାଣ୍ଡ ।
ଏଅହା ମଧ୍ୟ ପଢନ୍ତୁ-WTC Final: ରାହୁଲଙ୍କ ସ୍ଥାନରେ କିଶାନ ସାମିଲ, ଜାଣନ୍ତୁ ଆଉ କାହାକୁ ମିଳିଲା ସୁଯୋଗ
ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ପାଇଁ ଆଉ କମ ଦିନ ଥିବାରୁ ଭାରତୀୟ ଖେଳାଳିଙ୍କୁ 3ଟି ପର୍ଯ୍ୟାୟରେ ଇଂଲଣ୍ଡରେ ପହଞ୍ଚିବାକୁ କୁହାଯାଇଥିଲା । ପ୍ରଥମ ପର୍ଯ୍ୟାୟ ମେ 23 ତାରିଖ ଦିନ ଇଂଲଣ୍ଡ ଗସ୍ତ କରିଥିଲେ କିଛି ଭାରତୀୟ ଖେଳାଳି । ଏହାପରେ ଦ୍ବିତୀୟ ପ୍ଲ ଅଫ ସରିଥିବା ବେଳେ ପରେ ଦ୍ବିତୀୟ ପର୍ଯ୍ୟାୟ ଟିମ୍ ଇଂଲଣ୍ଡ ଗସ୍ତ କରିବ । ବଳକା ଟିମ୍ ମେ 28 ତାରିଖ ପରେ ଇଂଲଣ୍ଡ ଯିବାକୁ ନିର୍ଦ୍ଦେଶ ରହିଛି ।