ETV Bharat / sports

Ranji Trophy: ଇତିହାସ ରଚିଲେ ପୃଥ୍ୱୀ ସ, ହାସଲ କଲେ ତ୍ରିଶତକ

ରଣଜୀ ଟ୍ରଫିରେ ପୃଥ୍ୱୀ ସ ହାସଲ କଲେ ନିଜର ପ୍ରଥମ ତ୍ରିଶତକ । ଯାହା ରଣଜୀ ଟ୍ରଫି ଇତିହାସରେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଅଧିକ ପଢନ୍ତୁ

author img

By

Published : Jan 11, 2023, 5:27 PM IST

ପୃଥୀ ସୋ
ପୃଥୀ ସୋ

ହାଇଦ୍ରାବାଦ : ଇତିହାସ ରଚିଲେ ପୃଥ୍ୱୀ ସ । ରଣଜୀ ଟ୍ରଫିରେ ହାସଲ କଲେ ନିଜର ପ୍ରଥମ ତ୍ରିଶତକ । ଯାହା ରଣଜୀ ଟ୍ରଫି ଇତିହାସରେ ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ପୃଥ୍ୱୀ ସ ମୁମ୍ବାଇ ତରଫରୁ ଖେଳି ୩୮୩ ବଲରୁ ୩୭୯ ରନର ଦମଦାର ପାଳି ଖେଳିଥିଲେ । ସ’ଙ୍କର ଏବର୍ଷ ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରଥମ ଶତକ । ଯାହା ସେ ରଣଜୀ ଟ୍ରଫିରେ ଆସାମ ବିପକ୍ଷରେ ଖେଳିଥିଲେ । ସେହିପରି ସେ ଚଳିତ ସିଜିନରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୧୮୧.୪୨ ଷ୍ଟ୍ରାଇକ ରେଟ ସହିତ ମୋଟ ୩୩୨ ରନ ସଂଗ୍ରହ କରିଥିଲେ । ବିଜୟ ହଜାରେ ଟ୍ରଫିର ସାତଟି ପାଳିରେ ପୃଥ୍ୱୀ ସ ୨୧୭ ରନ ସଂଗ୍ରହ କରିଥିଲେ । ହେଲେ ଲିଷ୍ଟ ଏ' କ୍ରିକେଟରେ ତାଙ୍କର ଆଭରେଜ ୫୦ ରୁ ଉର୍ଦ୍ଧ୍ବ ରହିଛି ।

ରଣଜୀ ଟ୍ରଫି ଇତିହାସରେ ସବୁଠୁ ବଡ ଇନିଂସ ବିବି ନିମ୍ବାଲକର ସୌରାଷ୍ଟ୍ର ବିପକ୍ଷରେ ଖେଳିଥିଲେ । ସେ ୧୯୪୮- ୪୯ ମସିହାରେ ମହାରାଷ୍ଟ୍ର ତରଫରୁ ଖେଳି ଅପରାଜିତ ୪୪୩ ରନ ସଂଗ୍ରହ କରିଥିଲେ । ଯାହା ରଣଜୀ ଟ୍ରଫି ଇତିହାସରେ ପ୍ରଥମ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଏହି ତାଲିକରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ପୃଥ୍ୱୀ ସ । ୨୦୨୨-୨୩ ସିଜିନରେ ସେ ୩୭୯ ରନ ସଂଗ୍ରହ କରିଛନ୍ତି । ସଞ୍ଜୟ ମାଞ୍ଜ୍ରେକର ବର୍ଷ ୧୯୯୦-୯୧ରେ ହାଇଦ୍ରାବାଦ ବିପକ୍ଷରେ ୩୭୭ ରନର ପାଳି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ୧୯୯୩-୯୪ରେ ଏମବି ଶ୍ରୀଧର ୩୬୬ ରନର ଇଂନିସ ଖେଳି ଚତୁର୍ଥ ସ୍ଥାନରେ ରହିଛନ୍ତି । ୧୯୪୩-୪୪ରେ ବିଜୟ ମର୍ଚ୍ଚେଣ୍ଟ ଅପରାଜିତ ୩୫୯ ରନ ସଂଗ୍ରହ କରି ପଞ୍ଚମ ସ୍ଥାନରେ ରହିଛନ୍ତି ।

ସ’ଙ୍କର ବ୍ୟାଟିଂ ପ୍ରଦର୍ଶନରେ ପ୍ରଭାବିତ ହୋଇ ପୂର୍ବତନ ଓପନର ଗୌତମ ଗମ୍ଭୀର ତାଙ୍କୁ ଟିମ ଇଣ୍ଡିଆରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗମ୍ଭୀର ତାଙ୍କ ସପକ୍ଷରେ କହିଥିଲେ ସ’ ଜଣେ ପ୍ରତିଭାବାନ କ୍ରିକେଟର । ତାଙ୍କ ଭଳି କ୍ରିକେଟର ଟିମ ଇଣ୍ଡିଆ ପାଇଁ ଖୁବ ପ୍ରଭାବୀ ରହିବେ । ୨୩ ବର୍ଷିୟ ପୃଥ୍ୱୀ ସ ବର୍ଷ ୨୦୧୮ ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେହିପରି ବର୍ଷ ୨୦୨୦ ଫେବୃଆରୀ ୫ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ । ଟି-2୦ରେ ବର୍ଷ ୨୦୨୧ ରେ ଜୁଲାଇ ୨୫ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.