ETV Bharat / sports

ଜୟ ଶାହାଙ୍କ ସ୍ପଷ୍ଟକ୍ତି ପରେ ACC ର ଏକ ବୈଠକ ପାଇଁ ଅନୁରୋଧ କଲା PCB

author img

By

Published : Oct 19, 2022, 5:25 PM IST

Updated : Oct 19, 2022, 11:08 PM IST

ଏସିଆ କପ ୨୦୨୩ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ଭାରତୀୟ କ୍ରିକେଟ ଦଳ । ଏନେଇ ବିସିସିଆଇ ସଚିବ ସ୍ପଷ୍ଟ କରିଥିବା ବେଳେ ଏହାର ପାଲଟା ଜବାବ ରଖିଛି PCB । ଅଧିକ ପଢନ୍ତୁ

ଜୟ ଶାହାଙ୍କ ସ୍ପଷ୍ଟକ୍ତି ପରେ ACC ର ଏକ ବୈଠକ ପାଇଁ ଅନୁରୋଧ କଲା PCB
ଜୟ ଶାହାଙ୍କ ସ୍ପଷ୍ଟକ୍ତି ପରେ ACC ର ଏକ ବୈଠକ ପାଇଁ ଅନୁରୋଧ କଲା PCB

ଲାହୋର : ପାକିସ୍ତାନରେ ଏସିଆ କପ ୨୦୨୩ ଅନୁଷ୍ଠିତ ହେବା ନେଇ ଭେନ୍ୟୁ ନିର୍ଦ୍ଧାରିତ ହୋଇଛି । ଯଦି ଏହା ହୁଏ ତାହେଲେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ଏନେଇ ଗତକାଲି ( ମଙ୍ଗଳବାର ) ବିସିସିଆଇ ( Board of Control for Cricket in India ) ସଚିବ ତଥା ଏସୀୟ କ୍ରିକେଟ ପରିଷଦ ସଭାପତି ଜୟ ଶାହା ସ୍ପଷ୍ଟ କରିଥିଲେ । ତେବେ ଶାହାଙ୍କର ମନ୍ତବ୍ୟ ପରେ ଆଜି ( ବୁଧବାର ) ପିସିବି ( Pakistan Cricket Board ) ପାଲଟା ଜବାବ ରଖିଛି ।

ପିସିବି କହିଛି ଯେ " ବିସିସିଆଇର ଏଭଳି ମନ୍ତବ୍ୟ ଏସୀୟ କ୍ରିକେଟ ଏବଂ ଅନ୍ତର୍ଜାତୀୟ କ୍ରିକେଟ ସମୂହ ଉପରେ ଏହାର ପ୍ରଭାବ ପଡିପାରେ । ସେହିପରି ୨୦୨୩ ଦିନିକିଆ ବିଶ୍ବକପ ପାଇଁ ଭାରତକୁ ପାକିସ୍ତାନର ଯାତ୍ରା ମଧ୍ୟ ପ୍ରଭାବିତ କରିପାରେ । "ଆହୁରି ମଧ୍ୟ କୁହାଯାଇଛି ଯେ ଏଭଳି ବୟାନ ପାଇଁ ଏସିୟ ଏବଂ ଅନ୍ତର୍ଜାତୀୟ କ୍ରିକେଟ ସମୁଦାୟକୁ ଏହା ବିଭାଜିତ କରିପାରେ । ଏବଂ ଆଇସିସି ଦିନିକିଆ ବିଶ୍ବକପ ୨୦୨୩ ପାଇଁ ପାକିସ୍ତାନକୁ ଭାରତର ଯାତ୍ରା ଉପରେ ଏହା ଗଭୀର ଭାବରେ ପ୍ରଭାବ ପଡିବ । ଏହା ସହିତ ବର୍ଷ ୨୦୨୪ ରୁ ବର୍ଷ ୨୦୩୧ ମଧ୍ୟରେ ହେବାକୁ ଥିବା ଆଇସିସିର ଭବିଷ୍ୟତ ଆୟୋଜନ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।

ଏହା ମଧ୍ୟ ପଢନ୍ତୁ: Asia Cup 2023: ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଯିବନି ଭାରତ କହିଲେ ଜୟ ଶାହ

ତେବେ ପିସିବିର ଏହି ପ୍ରତିକ୍ରିୟା ପରେ ଏସୀୟ କ୍ରିକେଟ ପରିଷଦ ( Asian Cricket Council ) ର କୌଣସି ଅଧିକାରୀଙ୍କ ଠାରୁ କିଛି ସ୍ପଷ୍ଟକ୍ତି ଏପର୍ଯ୍ୟନ୍ତ ମିଳି ପାରିନାହିଁ । ସେହିପରି ଏହି ଘଟଣା ବାବଦରେ ଅଧିକରୁ ଅଧିକ ଆଲୋଚନା କରାଯିବା ନେଇ ଏସୀୟ କ୍ରିକେଟ ପରିଷଦର ଏକ ଆପତକାଳୀନ ବୈଠକ ଯଥାଶୀଘ୍ର କରିବାକୁ କହିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଭାରତରେ ବର୍ଷ ୨୦୨୩ରେ ଅକ୍ଟୋବର- ନଭେମ୍ବରରରେ ହେବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହେବା ନେଇ ଯୋଜନା ରହିଛି ।

ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଦେଖାଦେଇଥିବା କାରଣରୁ ଏସିଆ କପ ୨୦୨୨ UAEକୁ ସ୍ଥାନାନ୍ତରିତ କରାଯାଇଥିଲା । ଭାରତ ଓ ପାକିସ୍ତାନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ହୋଇଥିବାବେଳେ କେବଳ ଏସିଆ କପ ଓ ଆଇସିସି ଦ୍ବାରା ଆୟୋଜିତ ଟୁର୍ଣ୍ଣାମେଣ୍ଟ ହିଁ ଏହି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କୁ ମଇଦାନକୁ ଆଣିଥାଏ । ତେବେ ଶେଷଥର ଏସିଆ କପ ପ୍ରତିଯୋଗିତା ପାଇଁ ୨୦୦୮ରେ ପାକିସ୍ତାନ ଗସ୍ତ କରିଥିଲା ଭାରତୀୟ କ୍ରିକେଟ ଦଳ ।

Last Updated : Oct 19, 2022, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.