ETV Bharat / sports

ଭାରତ-ପାକ୍‌ କ୍ରିକେଟ ସିରିଜ ନେଇ PCB ବସ୍‌ଙ୍କ ବଡ ବୟାନ

ନବନିର୍ବାଚିତ PCB ଅଧ୍ୟକ୍ଷ ରମିଜ ରାଜା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ବର୍ତ୍ତମାନ ସ୍ଥିତିରେ ଅସମ୍ଭବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

PCB CHAIRMAN RAMIZ RAZA REACTION ABOUT INDIA PAKISTAN SERIES
ଭାରତ-ପାକ୍‌ ଦ୍ବିପାକ୍ଷିକ ସିରିଜ ନେଇ PCB ବସ୍‌ଙ୍କ ବଡ ବୟାନ
author img

By

Published : Sep 13, 2021, 9:02 PM IST

ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ମୁଖିଆ ରମିଜ ରାଜାଙ୍କ ପାଇଁ ଆହ୍ବାନର ସାମ୍ନା କରିବା ସହଜ ହେବନାହିଁ । ପାକ୍‌ ଟିମ ନିକଟରୁ ଭଲ ପ୍ରଦର୍ଶନ ପାଇଁ କୋଚିଂ ଷ୍ଟାଫ୍‌ଙ୍କ ଠାରୁ ଆରମ୍ଭ କରି ଅନ୍ୟ ନିଯୁକ୍ତିରେ ତାଙ୍କୁ ଅନେକ କାମ କରିବାକୁ ହେବ । ଏହାମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ନେଇ ପ୍ରଶ୍ନର ଉତ୍ତରରେ ଏବେ ଏହା ଅସମ୍ଭବ ବୋଲି ସେ କହିଛନ୍ତି ।

ନବନିର୍ବାଚିତ PCB ଅଧ୍ୟକ୍ଷ କହିଛନ୍ତି, ଏବେ ମୋର ସଂପୂର୍ଣ୍ଣ ଧ୍ୟାନ ଘରୋଇ ଓ ଲୋକାଲ କ୍ରିକେଟ ଉପରେ ରହିଛି । ସାମ୍ବାଦିକ ସମ୍ମିଳନୀରେ ରମିଜ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ନେଇ କୌଣସି ପ୍ରକାର ତରବରିଆ ନ ହେବା ଉଚିତ ।

ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ନେଇ ରାଜା କହିଛନ୍ତି, "ପାକିସ୍ତାନ ଟିମର ଖେଳାଳିଙ୍କୁ ଭେଟିଛି ଓ ଏଥର ବାଜି ପଲଟାଇବାକୁ ୧୦୦ ପ୍ରତିଶତ ପ୍ରଦର୍ଶନ କରିବାକୁ କହିଛି । ସମସ୍ୟାର ସାମ୍ନା କରିବା ସହ ମ୍ୟାଚ୍‌ ପରାଜୟକୁ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ରହିବା ଉଚିତ୍‌ । ଟିମରେ ନିଜ ସ୍ଥାନ ପକ୍କା କରିବାକୁ ନ ଖେଳି ଖେଳାଳି ଭୟମୁକ୍ତ କ୍ରିକେଟ ଖେଳିବା ଉଚିତ ।"

ଆଗାମୀ ଟି୨୦ ବିଶ୍ବକପ ପାଇଁ ପାକିସ୍ତାନ ଟିମ ଘୋଷଣା କରିସାରିଛି । ଟିମ ଘୋଷଣା ହେବାସହିତ ମୁଖ୍ୟ କୋଚ୍‌ ମିଶବାହ ଉଲହକ୍‌ ଓ ଦ୍ରୁତ ବୋଲର କୋଚ୍‌ ୱାକର ୟୁନିସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବାବାର ଆଜମ ମଧ୍ୟ ଟିମ ଚୟନରେ ଅସନ୍ତୋଷ ଜାହିର କରିବା ସହିତ ରମିଜ ରାଜାଙ୍କ ସହ କଥାହୋଇଛନ୍ତି । ତେବେ ଘୋଷିତ ଟିମକୁ ନେଇ ରମିଜ ରାଜା କିଛି କହିବାକୁ ଚାହିଁନାହାନ୍ତି ମାତ୍ର ଖେଳାଳିଙ୍କୁ ନିଜ ଖେଳ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.