ହାଇଦ୍ରାବାଦ: କ୍ରିକେଟ୍ ପ୍ରେମୀଙ୍କ ବହୁ ପ୍ରତିକ୍ଷୀତ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୩ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା । ଭାରତ ବ୍ୟାଟିଂ କରି ୨୬୬ ରନ କରିଥିବା ବେଳେ ପ୍ରବଳ ବର୍ଷା କାରଣରୁ ପାକିସ୍ତାନ ପାଳି ଆରମ୍ଭ କରିପାରିନଥିଲା । ଫଳରେ ମ୍ୟାଚ୍କୁ ରଦ୍ଦ କରି ଦିଆଯାଇଥିଲା । ଯଦିଓ ଏହି ମ୍ୟାଚ୍ରେ ଭାରତର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଷ୍ଟାର ବ୍ୟାଟରଙ୍କର ବ୍ୟାଟ୍ ଚାଲିନଥିଲା, ଉଭୟ ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ସ୍ବିଙ୍ଗ୍ର ଶିକାର ହୋଇଥିଲେ । ତେବେ ମ୍ୟାଚ୍ ପରେ କିଙ୍ଗ୍ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ଏହି ପାକିସ୍ତାନୀ ଷ୍ଟାର ବୋଲର । ବିରାଟଙ୍କ ପାଇଁ କୌଣସି ବି ପରିସ୍ଥିତି ଅସମ୍ଭବ ନୁହେଁ ବୋଲି ସେ କହିଥିଲେ । ପଡିଆରେ ତାଙ୍କ ଉପସ୍ଥିତି ବିପକ୍ଷ ଦଳକୁ ଚିନ୍ତାରେ ପକାଇଥାଏ ବୋଲି କହିଛନ୍ତି ଶାହୀନ ଆଫ୍ରିଦି ।
-
4️⃣-3️⃣5️⃣ and 2️⃣ maiden overs in a splendid spell 🦅
— Pakistan Cricket (@TheRealPCB) September 2, 2023 " class="align-text-top noRightClick twitterSection" data="
🗣️ @iShaheenAfridi reflects on how he dismissed the top-order batters and the support he received from fellow pacers #PAKvIND | #AsiaCup2023 pic.twitter.com/dtvUB2S7u7
">4️⃣-3️⃣5️⃣ and 2️⃣ maiden overs in a splendid spell 🦅
— Pakistan Cricket (@TheRealPCB) September 2, 2023
🗣️ @iShaheenAfridi reflects on how he dismissed the top-order batters and the support he received from fellow pacers #PAKvIND | #AsiaCup2023 pic.twitter.com/dtvUB2S7u74️⃣-3️⃣5️⃣ and 2️⃣ maiden overs in a splendid spell 🦅
— Pakistan Cricket (@TheRealPCB) September 2, 2023
🗣️ @iShaheenAfridi reflects on how he dismissed the top-order batters and the support he received from fellow pacers #PAKvIND | #AsiaCup2023 pic.twitter.com/dtvUB2S7u7
ବିରାଟଙ୍କ ୱିକେଟ୍ କେତେ ଗୁରୁତ୍ବପୂର୍ଣ୍ଣ ତାହା ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି, "ପାକିସ୍ତାନ ବିପକ୍ଷରେ ବିରାଟ ସର୍ବଦା ବିଶାଳ ରନ୍ କରିଆସିଛନ୍ତି । ଅନେକ ମ୍ୟାଚ୍ ସେ ଏକାକୀ ନିଜ ଦମ୍ରେ ବି ଜିତାଇଛନ୍ତି । ସବୁବେଳେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆମ ଦଳ କେବଳ ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ରଣନୀତି କରିଥାଏ । କିନ୍ତୁ ଅଧିକାଂଶ ସମୟରେ ଆମେ ତାଙ୍କ ଆଗରେ ଫେଲ୍ ମାରୁଥାଉ । ଫଳରେ ବିରାଟ ଏକାକୀ ତାଙ୍କ ଦେଶକୁ ମ୍ୟାଚ୍ ଜିତାଇଦେଇଥାନ୍ତି । ସେ ଜଣେ ମ୍ୟାଚ୍ ୱିନର୍ । କହିବାକୁ ଗଲେ, ଭାରତୀୟ ବ୍ୟାଟିଂ ଲାଇନ୍ଅପ୍ର ସେ ମେରୁଦଣ୍ଡ । ଯଦି ବିରାଟ କୋହଲି ଫେଲ୍ ମାରନ୍ତି, ତେବେ ଭାରତୀୟ ବ୍ୟାଟିଂ ଲାଇନଅପ୍ ଭୁଶୁଡିବାର ବେଶ ଆଶଙ୍କା ରହିଛି । କିନ୍ତୁ ଗତ ମ୍ୟାଚ୍ରେ ଆମେ ତାଙ୍କୁ ଶୀଘ୍ର ଆଉଟ୍ କରିବାରେ ସଫଳ ହୋଇଥିଲୁ । କିନ୍ତୁ ଇଶାନ୍ ଏବଂ ହାର୍ଦ୍ଦିକ ଦଳକୁ ଏକ ଭଲ ସ୍କୋର୍ ଅଭିମୁଖେ ନେଇଯାଇଥିଲେ । ଆମେ ଟାର୍ଗେଟ୍ ରଖିଥିବା ରନ୍ଠାରୁ ଅଧିକ ସ୍କୋର କରିନେଇଥିଲା ଟିମ୍ ଇଣ୍ଡିଆ ।
ଏହା ମଧ୍ୟ ପଢ଼ନ୍ତୁ...ବିରାଟ ପ୍ରେମରେ ପାକିସ୍ତାନୀ ପ୍ରଶଂସକ, ବାଲିରେ ଆଙ୍କିଦେଲେ କିଙ୍ଗ କୋହଲିଙ୍କ ଚିତ୍ର
ସୂଚନାଯୋଗ୍ୟ, ଦୀର୍ଘ ୪ ବର୍ଷ ପରେ ଦିନିକିଆରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ । ହେଲେ ଏହି ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇ ଅଧାରୁ ବାତିଲ କରାଯାଇଥିଲା । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ପାକିସ୍ତାନର ଦ୍ରୁତ ବୋଲର ଭାରତୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ କିମ୍ବଦନ୍ତୀ ବ୍ୟାଟର ବିରାଟ କୋହଲିଙ୍କୁ କ୍ଲିନ୍ ବୋଲ୍ଡ କରି ଟିମ୍ ଇଣ୍ଡିଆର ବ୍ୟାଟିଂ କ୍ରମକୁ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲେ । ତେବେ କୋହଲି କ୍ରିକେଟ୍ ଜଗତର କିଙ୍ଗ୍ ଭାବେ ପରିଚିତ । ସେ ଟେଷ୍ଟ୍ ଓ ଦିନିକିଆ ବ୍ୟତୀତ ଦିନିକିଆ ଫର୍ମାଟ୍ରେ ମଧ୍ୟ ବେଶ ରାଜୁତି କରିଛନ୍ତି । ସେ ଏବେ ପର୍ଯ୍ୟନ୍ତ ୨୭୫ଟି ଦିନିକିଆ ମ୍ୟାଚ୍ ଖେଳି ୧୨,୮୯୮ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪୬ଟି ଶତକ ଓ ୬୫ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ବିରାଟ । ଏହି ଫର୍ମାଟ୍ରେ ୧୮୩ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ