ETV Bharat / sports

ICC ODI Ranking: ଭାରତ ରାସ୍ତାରେ କଣ୍ଟା ସାଜିବ ପାକିସ୍ତାନ ! ଆଇସିସି ଦିନିକିଆ ମାନ୍ୟତାରେ No.1

author img

By ETV Bharat Odisha Team

Published : Aug 27, 2023, 6:55 PM IST

ଆରମ୍ଭ ହୋଇଯିବ ହାଇପ୍ରୋଫାଇଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଏସିଆ କପ୍‌ ପରେ ଦିନିକିଆ ବିଶ୍ବକପ୍‌ । ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି ଆଇସିସିର ନୂଆ No.1 ଦିନିକିଆ ଦଳ ପାକିସ୍ତାନ । ଅଧିକ ପଢ଼ନ୍ତୁ

ଭାରତ ରାସ୍ତାରେ କଣ୍ଟା ସାଜିବ ପାକିସ୍ତାନ !
ଭାରତ ରାସ୍ତାରେ କଣ୍ଟା ସାଜିବ ପାକିସ୍ତାନ !

ମୁମ୍ବାଇ: ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ । ଏସିଆ କପ୍‌ ପରେ ଆରମ୍ଭ ହୋଇଯିବ ଦିନିକିଆ ବିଶ୍ବକପ୍‌ ୨୦୨୩ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଚେତାବନୀ ଦେଇଛି ପାକିସ୍ତାନ କ୍ରିକେଟ୍‌ ଟିମ୍‌ । ଆଉ ମାତ୍ର ଦିନ କେଇଟା ପରେ ଏସିଆ କପ୍‌ରେ ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ । ଏହାପୂର୍ବରୁ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ଆଫଗାନିସ୍ତାନକୁ ୫୯ ରନରେ ପରାସ୍ତ କରି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ କ୍ଲିନ୍‌ ସ୍ବିପ୍‌ କରିନେଇଛି ପାକିସ୍ତାନ । ଏହା ସହିତ ପାକ୍‌ ଦଳ ଆଇସିସି ଦିନିକିଆ ମାନ୍ୟତାରେ ବିଶ୍ବର ଏକ ନମ୍ବର ଦଳ ପାଲଟିଛି । ଯାହା ୧୦ ବର୍ଷରୁ ଆଇସିସି ଟ୍ରଫି ସନ୍ଧାନରେ ଥିବା ଭାରତୀୟ ଦଳ ପାଇଁ ଏକ ବଡ଼ ଚେତାବନୀ ବୋଲି କୁହାଯାଇପାରେ ।

ଏସିଆ କପ୍‌ ପୂର୍ବରୁ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳାଯାଇଥିଲା । ଏହି ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୩-୦ରେ ଜିତିବା ପରେ ପାକିସ୍ତାନ ଏବେ ଆଇସିସି ଦିନିକିଆ ମାନ୍ୟତାରେ ୨୭୨୫ ପଏଣ୍ଟ ଓ ୧୧୮ ରେଟିଂ ହାସଲ କରିଛି । ଏହା ସହିତ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ପହଞ୍ଚିଛି ବାବର ଆଜମଙ୍କ ଦଳ । ଏହାପରେ ୨୭୧୪ ପଏଣ୍ଟ ଓ ୧୧୮ ରେଟିଂ ସହ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଭାରତ ୪୦୮୧ ପଏଣ୍ଟ୍‌ ଓ ୧୧୩ ରେଟିଂ ରହିଛି । ଆଇସିସି ଦିନିକିଆ ମାନ୍ୟତାରେ ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି । ସେହିପରି ନ୍ୟୁଜିଲାଣ୍ଡ ଚତୁର୍ଥ ଓ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...Asia Cup 2023: କିଛିଦିନ ପରେ ଟକ୍କର, କୋହଲିଙ୍କୁ ନିଜର ଆଦର୍ଶ କହିଲେ ପାକିସ୍ତାନୀ କ୍ରିକେଟର

ଆଗକୁ ଏସିଆ କପ୍‌ ରହିଛି । ଏହା ପରେ ପରେ ବିଶ୍ବକପ୍‌ ଥିବାରୁ ବିଶ୍ବର ନଂ୧ ମାନ୍ୟତା ପାଇବା ପାକିସ୍ତାନ ଟିମ୍‌ର ମନୋବଳକୁ ଦୃଢ଼ କରାଇବ । ସେହିପରି ଟିମ୍‌ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । କାରଣ ପାକ୍‌ ଟିମ୍‌ ଏବେ ଭଲ ଫର୍ମରେ ରହିଛି । ପାକିସ୍ତାନ ନିଜର ଶେଷ ୪ଟି ଦିନିକିଆ ସିରିଜ୍‌ ଜିତିଛି । ଆଫଗାନିସ୍ତାନକୁ ୩-୦ରେ ହରାଇ ଶୃଙ୍ଖଳାକୁ କ୍ଲିନ୍‌ ସ୍ବିପ୍‌ କରିବା ପୂର୍ବରୁ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୨-୧ରେ ପରାସ୍ତ କରିଥିଲା । ଉଲ୍ଲେଖଯୋଗ୍ୟ, ଆଇସିସି ଦିନିକିଆ ବ୍ୟାଟର ମାନ୍ୟତାର ଟପ୍‌ ୫ରେ ପାକିସ୍ତାନର ୩ ଜଣ ବ୍ୟାଟର ରହିଛନ୍ତି । ପ୍ରଥମରେ ପାକ୍‌ ଅଧିନାୟକ ବାବର ଆଜମ ରହିଥିବା ବେଳେ ତୃତୀୟରେ ଇମାମ୍‌ ଉଲ୍‌ ହକ୍‌ ଓ ପଞ୍ଚମରେ ଫକର ଜମାନ ରହିଛନ୍ତି । ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏହା ଚାପରେ ରଖିବ । ପ୍ରକାଶ ଥାଉ, ସେପ୍ଟେମ୍ବର-୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ରେ ମୁକାବିଲା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.