ETV Bharat / sports

T20 Champion England: ହାରିଲା ପାକିସ୍ତାନ, ପରାଜୟର କାରଣ କହିଲେ ବାବର

author img

By

Published : Nov 13, 2022, 9:34 PM IST

ପାକିସ୍ତାନକୁ ହରାଇ ବିଶ୍ବ ବିଜେତା ହେଲା ଇଂଲଣ୍ଡ । ହାରିବା ପରେ ପ୍ରତିକ୍ରିୟା ରଖି ଇଂଲଣ୍ଡକୁ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ । ବ୍ୟାଟିଂରେ ଆମେ ୨୦ ରନ ପଛରେ ରହିଯାଇଥିଲୁ ବୋଲି କହିଛନ୍ତି ପାକ୍‌ ଅଧିନାୟକ । ଅଧିକ ପଢ଼ନ୍ତୁ

T20 Champion England: ହାରିଲା ପାକିସ୍ତାନ, ପରାଜୟର କାରଣ କହିଲେ ବାବର
T20 Champion England: ହାରିଲା ପାକିସ୍ତାନ, ପରାଜୟର କାରଣ କହିଲେ ବାବର

ମେଲବୋର୍ଣ୍ଣ: ସରିଛି ଟି୨୦ ବିଶ୍ବକପ ଦୌଡ଼ । ପାକିସ୍ତାନକୁ ଇତିହାସ ରଚିବାକୁ ସୁଯୋଗ ଦେଲାନି ଇଂରାଜୀ ଦଳ । ଚଳିତ ବିଶ୍ବକପ ଆରମ୍ଭରୁ ଶକ୍ତିଶାଳୀ ନଜର ଆସୁଥିବା ବଟଲର ବାହିନୀ ପାକିସ୍ତାନକୁ ହରାଇ ବିଶ୍ବ ବିଜେତା ବନିଛି । ତେବେ ହାରିବା ପରେ ପ୍ରତିକ୍ରିୟା ରଖି ଇଂଲଣ୍ଡକୁ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ । ବିଶ୍ବରେ ଆମ ବୋଲିଂ ସବୁଠାରୁ ଶକ୍ତିଶାଳୀ ବୋଲି ପୋଷ୍ଟ୍‌ ମ୍ୟାଚ୍‌ ପ୍ରେଜେଣ୍ଟେସନରେ କହିବା ସହ ବ୍ୟାଟିଂରେ ଆମେ ୨୦ ରନ ପଛରେ ରହିଯାଇଥିଲୁ ବୋଲି କହିଛନ୍ତି ପାକ୍‌ ଅଧିନାୟକ ।

ଟି୨୦ ବିଶ୍ବକପ ଜିତି ବିଶ୍ବ ବିଜେତା ବନିଛି ଇଂଲଣ୍ଡ । ୧୨ ବର୍ଷ ପରେ ପୁଣି ଥରେ ଟି୨୦ ବିଶ୍ବକପ ହାତେଇବାରେ ସଫଳ ହୋଇଛି ଇଂରାଜୀ ଦଳ । ମେଲବୋର୍ଣ୍ଣରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ହରାଇ ବିଶ୍ବକପ ହାତେଇଛି ଇଂଲଣ୍ଡ । ଏହା ସହିତ ଦୀର୍ଘ ୩୦ ବର୍ଷ ପରେ ପାକିସ୍ତନଠାରୁ ବିଶ୍ବକପର ପ୍ରତିଶୋଧ ନେଇଛି ଇଂଲଣ୍ଡ । ବାବର ବାହୀନି ଦୀର୍ଘ ୩୦ ବର୍ଷ ପରେ ପୁଣିଥରେ ଇଂଲଣ୍ଡକୁ ହରାଇ ଇତିହାସର ପୁନରାବୃତ୍ତି ଘଟାଇବାର ଲକ୍ଷ୍ୟ ରଖିଥିବା ବେଳେ ଫଳାଫଳ ଓଲଟା ହୋଇଛି । ୧୯୯୨ ଦିନିକିଆ ବିଶ୍ବକପର ବଦଲା ନେଇଛି ଇଂଲଣ୍ଡ । ତେବେ ଏହା ପୂର୍ବରୁ ଇଂଲଣ୍ଡ ୨୦୧୦ ମସିହରେ ଟି୨୦ ବିଶ୍ବକପ ହାତେଇଥିଲା । ଦୀର୍ଘ ୧୨ ବର୍ଷ ପରେ ଇଂଲଣ୍ଡର ଟି୨୦ ବିଶ୍ବକପ ଅପେକ୍ଷାର ଅନ୍ତ ଘଟିଛି । ଅଧିନାୟକ ଜୋସ୍ ବଟଲରଙ୍କ ନେତୃତ୍ବରେ ଦଳ ୨୦୨୨ ଟି୨୦ ବିଶ୍ବକପ ହାତେଇବାରେ ସଫଳ ହୋଇଛି ।

ମ୍ୟାଚ୍‌ ପରେ ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ ପ୍ରତିକ୍ରିୟା ରଖି ଇଂଲଣ୍ଡକୁ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ । ଇଂଲଣ୍ଡ ଦଳଗତ ଭାବରେ ଭଲ ପ୍ରଦର୍ଶନ କରିଥିବାରୁ ନିଶ୍ଚିତ ଭାବରେ ବିଶ୍ବ ବିଜେତା ବନିବାର ଯୋଗ୍ୟ ବୋଲି ସେ କହିଛନ୍ତି । ବାବର କହିଛନ୍ତି, "ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବିଶ୍ବକପରେ ବିଭିନ୍ନ ଗ୍ରାଉଣ୍ଡରେ ଆମକୁ ବହୁ ପ୍ରଶଂସକମାନଙ୍କ ବହୁ ସମର୍ଥନ ମିଳିଥିଲା । ଏହା ଆମକୁ ଘରୋଇ ପରିବେଶ ଭଳି ଅନୁଭବ ହୋଇଥିଲା । ଆମେ ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ଶେଷ ମ୍ୟାଚ ଗୁଡ଼ିକରେ ଯେଉଁଭଳି ପ୍ରତ୍ୟାବର୍ତ୍ତନ କରିଥିଲୁ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ । ବ୍ୟାଟିଂରେ ଆମେ ୨୦ ରନ ପଛରେ ରହିଯାଇଥିଲୁ । ତଥାପି ବୋଲର୍‌ମାନେ ଭଲ ପ୍ରଦର୍ଶନ କରିଥିଲେ । ଆମ ଦଳରେ ବର୍ତ୍ତମାନ ସମୟରେ ବିଶ୍ବରେ ସବୁଠାରୁ ଶକ୍ତିଶାଳୀ ବୋଲର ଅଛନ୍ତି ।" ତେବେ ଦ୍ବିତୀୟ ଇନିଂସରେ ସାହିନ ଆଫ୍ରିଦିଙ୍କୁ ଆଘାତ ଲାଗିବା କାରଣରୁ ପାକିସ୍ତାନ ପଛରେ ରହିଥିବା କହିଛନ୍ତି ବାବର ।

ସେପଟେ ଚମ୍ପିଆନ୍‌ ହେବାପରେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର କହିଛନ୍ତି, "ଏହି ଟୁର୍ଣ୍ଣାମେଣ୍ଟ ଆମ ପାଇଁ ସ୍ମରଣୀୟ ହୋଇ ରହିବ । ବିଶ୍ବକପ୍‌ ବିଜୟୀ ହେବା ଗର୍ବର ବିଷୟ । ଏଥିପାଇଁ ଆମକୁ ଦଳରେ କେତେକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ କରିବାକୁ ପଡ଼ିଥିଲା । କିନ୍ତୁ ଆମ ଖେଳାଳି ନିୟମିତ ପରିଶ୍ରମ ଜାରି ରଖିଥିଲେ । ଏହାର ଫଳ ଆମେ ପାଇଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.