ETV Bharat / sports

ଜାତିଆଣ ଟିପ୍ପଣୀ ମାମଲା: ଅଡୁଆରେ ଆଉ ଜଣେ ଇଂଲଣ୍ଡ କ୍ରିକେଟର

ଟ୍ବିଟରରେ ଜାତିଆଣ ଟିପ୍ପଣୀ ଇଂଲଣ୍ଡ କ୍ରିକେଟ ପାଇଁ ମହଙ୍ଗା ହେବାକୁ ଯାଉଛି । ଅଧିକ ପଢନ୍ତୁ...

author img

By

Published : Jun 8, 2021, 4:40 PM IST

One more England player under scanner for racist tweet in teenage: Report
ଜାତିଆଣ ଟିପ୍ପଣୀ ମାମଲା: ରବିନସନ୍‌ଙ୍କ ପରେ ସ୍କାନରରେ/ଅଡୁଆରେ ଆଉ ଜଣେ ଇଂଲଣ୍ଡ କ୍ରିକେଟର

ଲଣ୍ଡନ: ଟ୍ବିଟରରେ ଜାତିଆଣ ଟିପ୍ପଣୀ ଇଂଲଣ୍ଡ କ୍ରିକେଟ ପାଇଁ ମହଙ୍ଗା ହେବାକୁ ଯାଉଛି । ନାବାଳକ ଥିବାବେଳେ ବିବାଦୀୟ ଟ୍ବିଟ କରିଥିବା ମାମଲାରେ ଓଲି ରବିନସନ ନିଲମ୍ବିତ ହେବାପରେ ଏବେ ଆଉଜଣେ ବର୍ତ୍ତମାନର ଇଂଲଣ୍ଡ କ୍ରିକେଟରଙ୍କ ବିରୁଦ୍ଧରେ ଦେଶର କ୍ରିକେଟ ବୋର୍ଡ ତଦନ୍ତ କରୁଥିବା ଜଣାପଡିଛି । ତେବେ ସେହି ଖେଳାଳିଙ୍କ ନାମ ଖୁଲାସା କରାଯାଇନାହିଁ । ମାତ୍ର ଟ୍ବିଟ କରିଥିବା ସମୟରେ ତାଙ୍କର ବୟସ 16ବର୍ଷରୁ କମ ଥିଲା ବୋଲି ସୂଚନା ରହିଛି ।

ଏକ ପ୍ରମୁଖ କ୍ରୀଡା ୱେବସାଇଟ ଖେଳାଳିଙ୍କ ନାମ ଗୋପନ ରଖି ଟ୍ବିଟର ସ୍କ୍ରିନସଟ୍‌ ଗୁଡିକ ସେୟାର କରିଛି । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ମାମଲାର ତଦନ୍ତ କରୁଥିବା ଜଣାପଡୁଛି । ବର୍ଷ 2012 ଓ 2013ରେ ବିବାଦୀୟ ଟ୍ବିଟ କରିଥିବା ମାମଲାରେ ଓଲି ରବିନସନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ତଦନ୍ତ ଜାରି ରହିଥିବା ଯୋଗୁଁ ବୋର୍ଡ ତାଙ୍କୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବିତ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ ମ୍ୟାଚରେ 42 ରନ ଓ 7ଟି ୱିକେଟ ଅକ୍ତିଆର କରିବା ପରେ ରବିନସନ ନିଲମ୍ବିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.