ETV Bharat / sports

25 ଜୁନ 1983ରେ ଇତିହାସ ରଚିଥିଲା ଭାରତ, ଜାଣନ୍ତୁ ଦିନର ବିଶେଷତ୍ବ - ଭାରତର ପ୍ରଥମ ବିଶ୍ବକପ୍ ଟାଇଟେଲ

ଭାରତୀୟ କ୍ରିକେଟ ଜଗତ ପାଇଁ ଐତିହାସିକ ଥିଲା 1983 ମସିହା ଜୁନ 25 ତାରିଖ । ଜାଣନ୍ତୁ କଣ ପାଇଁ ଖାସ୍ ଏହି ଦିନ ।

ଜୁନ 25 1983ରେ ଇତିହାସ ରଚିଥିଲା ଭାରତ
ଜୁନ 25 1983ରେ ଇତିହାସ ରଚିଥିଲା ଭାରତ
author img

By

Published : Jun 25, 2023, 12:31 PM IST

ନୂଆଦିଲ୍ଲୀ: 1983 ମସିହା ଜୁନ 25 । ଇତିହାସରେ ଭାରତୀୟ କ୍ରିକେଟ ଜଗତ ପାଇଁ ସ୍ବତନ୍ତ୍ର ଐତିହାସିକ ଦିନଟିଏ । ଏହି ଦିନ ଭାରତୀୟ କ୍ରିକେଟ ଇତିହାସ ରଚିଥିଲା । ଏହି ଦିନ ଭାରତୀୟ ଦଳ ଓ ଭାରତକୁ ସ୍ବତନ୍ତ୍ର ଉପଲବ୍ଧି ମିଳିଥିଲା । 25 ଜୁନ 1983ରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଟିମ୍ ବିଶ୍ବକପ ବିଜେତା ହୋଇଥିଲା । ତେଣୁ 25 ଜୁନ ଭାରତୀୟ କ୍ରିକେଟ ଦଳ ପାଇଁ ସ୍ବତନ୍ତ୍ର । ଦିନିକିଆ ବିଶ୍ବକପରେ ଭାରତ ୱେଷ୍ଟଇଣ୍ଡିଜକୁ 43 ରନରେ ହରାଇ ନିଜ ନାମରେ ଆଇସିସି କ୍ରିକେଟ ବିଶ୍ବକପ ଟାଇଟଲ କରିବାର ସଫଳତା ହାସଲ କରିଥିଲା ।

ଦିନିକିଆ ବିଶ୍ବକପରେ ଲଡର୍ସ ଗ୍ରାଉଣ୍ଡରେ ପ୍ରଥମ ବ୍ୟାଟିଂ କରି 183 ରନ କରିଥିବା ଦଳ କେବେ ଭାବି ନଥିଲା ସେ ବିଶ୍ବ ବିଜୟୀ ହେବ । ଦୁଇଥର ବିଶ୍ବକପ ଜିତିଥିବା ୱେଷ୍ଟଇଣ୍ଡିଜ ବିପକ୍ଷରେ 1983 ବିଶ୍ବକପ ଫାଇନାଲ ମୁକାବିଲା ଖେଳିଥିଲା ଭାରତ । 39 ବର୍ଷ ପୂର୍ବ ଅସମ୍ଭବକୁ ସମ୍ଭବ କରିଥିଲା ଭାରତୀୟ ଟିମ । 25 ଜୁନ 1983ରେ ଲଡର୍ସ ଗ୍ରାଉଣ୍ଡରେ ଇତିହାସ ରଚିଥିଲା ଭାରତ । ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି 183 ରନ କରିଥିଲା । ଏହାପରେ ଭାରତୀୟ ବୋଲର ୱେଷ୍ଟ ଇଣ୍ଡିଜ ବ୍ୟାଟରଙ୍କୁ ଘାଇଲା କରିଥିଲେ । ଅଧିନାୟକ କପିଳ ଦେବଙ୍କ ନେତୃତ୍ବରେ ୱେଷ୍ଟ ଇଣ୍ଡିଜ ବ୍ୟାଟରଙ୍କୁ ଚକ୍ରବିହ୍ୟୁରେ ଫସାଇ ଦେଇଥିଲେ ଭାରତୀୟ ବୋଲର । ଫଳରେ ୱେଷ୍ଟ ଇଣ୍ଡିଜ ମାତ୍ର 14 ରନ କରିବାରେ ସଫଳ ହୋଇଥିଲା । ପ୍ରଥମ ଦିନିକିଆ ବିଶ୍ବକପ ଜିତି ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଟିମ ।

ଏହା ବା ପଢନ୍ତୁ...India Tour to West Indies: ପୂଜାରା ଓ ସର୍ଫରାଜଙ୍କୁ ଦଳରେ ସ୍ଥାନ ନମିଳିବାରୁ ବର୍ଷିଲେ ଗାଭାସ୍କର

ଏହା ବି ପଢନ୍ତୁ...Indian Team for West Indies Tour: ରୋହିତ-କୋହଲିଙ୍କର ବିକଳ୍ପ ନାହିଁ, ଟେଷ୍ଟରୁ ପୂଜାରାଙ୍କୁ ଛୁଟି

ପ୍ରଥମ ବିଶ୍ବ ଚମ୍ପିଆନ ହୋଇଥିଲା ଭାରତ: ଦିନିକିଆ ବିଶ୍ବକପ 1983 କ୍ରିକେଟ ଦୁନିଆର ତୃତୀୟ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଥିଲା । 1983ରେ ଭାରତ ପ୍ରଥମ ବିଶ୍ବକପ ଜିତିଥିଲା । ସେବେ କପିଳ ଦେବ ଭାରତୀୟ ଦଳ ଅଧିନାୟକ ଥିଲେ । ଏହା ପୂର୍ବରୁ ପ୍ରଥମ ଦୁଇ ବିଶ୍ବକପ ଚମ୍ପିଆନ ୱେଷ୍ଟଇଣ୍ଡିଜ ହୋଇଥିଲା । ତେଣୁ ସେ ସବୁଠୁ ଶକ୍ତିଶାଳୀ ଦଳ ଥିଲା । ମାତ୍ର 183 ରନ କରି ଭାରତ ଅଲ ଆଉଟ ହୋଇଥିଲା । ସମସ୍ତେ ଆଶା ଛାଡି ଦେଇଥିଲେ ଭାବିଥିଲେ ୱେଷ୍ଟଇଣ୍ଡିଜ ଚମ୍ପିଆନ ହେବ । କିନ୍ତୁ ଘଟିଥିଲା କିଛି ଅଲଗା । ଅସମ୍ଭବ ସମ୍ଭବ ହୋଇଯାଇଥିଲା । ଭାରତୀୟ ଦଳ ମ୍ୟାଚ ଜିତି ସମସ୍ତଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଥିଲା । ଆଉ ଆରମ୍ଭ ହୋଇଥିଲା ବିଜୟର ଉତ୍ସବ ପାଳନ ପ୍ରତିଟି ଭାରତୀୟଙ୍କ ଆଖିରେ ଥିଲା ଖୁସିର ଲୁହ ।

ଏହାପରେ ଭାରତ ଆଉ ବିଶ୍ବକପ ଜିତିନଥିଲା । 2011 ଏପ୍ରିଲ 2 ତାରିଖରେ ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ବିଶ୍ବକପ ଟାଇଟଲ ଜିତିଥିଲା ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଦଳ । ଇତିହାସ ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.