କଟକ: ଓମିକ୍ରନ ପାଇଁ ଅନିଶ୍ଚିତତା ଭିତରେ ବାରବାଟୀ ଟି-ଟ୍ବେଣ୍ଟି । ଏପର୍ଯ୍ୟନ୍ତ ଆୟୋଜନ ପାଇଁ BCCI ନିକଟରୁ କୌଣସି ଔପଚାରିକ ଚିଠି ମିଳିନଥିବା କହିଛନ୍ତି, OCA ସଭାପତି ପଙ୍କଜ ଲୋଚନ ମହାନ୍ତି । ଖେଳ ହେଲେ ବିନା ଦର୍ଶକରେ ଆୟୋଜନ ହେବ ବୋଲି କହିଛନ୍ତି ସଭାପତି ।
ରାଜ୍ୟ ସରକାର ଜାନୁଆରୀ ମାସର COVID ଗାଇଡଲାଇନ ଜାରି କରିବା ପରେ OCA ପକ୍ଷରୁ ଆନୁଷ୍ଠାନିକ ଭାବେ ଅନୁମତି ପାଇଁ ସରକାରଙ୍କୁ ଅନୁରୋଧ କରିବ ବୋର୍ଡ ।
ସଂକ୍ରମଣ ଦୃଷ୍ଟିରୁ ସରକାର ଷ୍ଟାଡିୟମକୁ ଦର୍ଶକଙ୍କୁ ଅନୁମତି ଦେଇ ନପାରନ୍ତି ବୋଲି ସେ କହିଛନ୍ତି । ୨୦୨୨ ଫେବ୍ରୁଆରୀ ୧୫ରେ ଭାରତ ଗସ୍ତରେ ଆସିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆ ଟି-୨୦ ମୁକାବିଲା ଖେଳିବା ନେଇ ସୂଚୀ ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ