ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଭାରତ (India beat Zimbabwe in first ODI) । ଦୁଇ ଓପନର ଶିଖର ଧାୱନ ଓ ଶୁଭମନ ଗିଲ୍ଙ୍କ ଅପରାଜିତ ଇଂନିସ ବଳରେ ମାତ୍ର ୩୦.୫ ଓଭରରେ ୧୯୦ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି ଭାରତ । ଫଳରେ ୩ ଟିକିଆ ଦିନିକିଆ ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଛି ।
-
That's that from the 1st ODI.
— BCCI (@BCCI) August 18, 2022 " class="align-text-top noRightClick twitterSection" data="
An unbeaten 192 run stand between @SDhawan25 & @ShubmanGill as #TeamIndia win by 10 wickets.
Scorecard - https://t.co/P3fZPWilGM #ZIMvIND pic.twitter.com/jcuGMG0oIG
">That's that from the 1st ODI.
— BCCI (@BCCI) August 18, 2022
An unbeaten 192 run stand between @SDhawan25 & @ShubmanGill as #TeamIndia win by 10 wickets.
Scorecard - https://t.co/P3fZPWilGM #ZIMvIND pic.twitter.com/jcuGMG0oIGThat's that from the 1st ODI.
— BCCI (@BCCI) August 18, 2022
An unbeaten 192 run stand between @SDhawan25 & @ShubmanGill as #TeamIndia win by 10 wickets.
Scorecard - https://t.co/P3fZPWilGM #ZIMvIND pic.twitter.com/jcuGMG0oIG
ବିନା କୌଣସି ୱିକେଟରେ ଏହି ବିଜୟ ହାସଲ କରିଛି ଭାରତ । ଦୁଇ ଭାରତୀୟ ଓପନର ଶିଖର ଧାୱନ ଓ ଶୁଭମନ ଗିଲ୍ ଯଥାକ୍ରମେ ୮୧ ଓ ୮୨ ରନ୍ କରି ଭାରତକୁ ବିଜୟୀ କରାଇଛନ୍ତି । ଧାୱନ୍ ୯ଟି ଚୌକା ସହ ୮୧ ରନ୍ କରିଥିବା ବେଳେ ଶୁଭମନ୍ ଗିଲ୍ ୧୦ଟି ଚୌକା ଓ ଗୋଟିଏ ଛକା ସହ ୮୨ ରନ୍ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୦ ବିଜୟ ଲକ୍ଷ୍ୟ ରଖିଥିଲା ଜିମ୍ବାୱେ ।
ଜିମ୍ବାୱେ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକୀୟ ପାଳି ଖେଳି ପାରିନଥିଲେ । ଦଳ ପକ୍ଷରୁ ଅଧିନାୟକ ରେଗିସ ଚାକାୱା ୩୫ ରନ୍ କରିଥିଲେ । ତାଙ୍କ ପଛକୁ ବ୍ରାଡ ଇଭାନ୍ସ ୩୩ ଓ ରିଚାର୍ଡ ଗାରାଭା ୩୪ ରନ୍ କରିଥିଲେ । ଆଉ କୌଣସି ବ୍ୟାଟର ପିଚ୍ରେ ଅଧିକ ସମୟ ବିତାଇ ପାରିନଥିଲେ । ୪୦.୧ ଓଭରରେ ଜିମ୍ବାୱେ ଅଲ୍ଆଉଟ୍ ହୋଇଥିଲା ।
ଭାରତ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା ଓ ଅକ୍ଷର ପଟେଲ 3ଟି ଲେଖାଏଁ ୱିକେଟ ନେଇଥିବାବେଳେ, ଫାଷ୍ଟ ବୋଲର ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ । ଦିନିକିଆ ସିରିଜ୍ର ଦ୍ବିତୀୟ ମ୍ୟାଚ୍ ଅଗଷ୍ଟ ୨୦ ତାରିଖରେ ଖେଳାଯିବ ।