ହାଇଦ୍ରାବାଦ: ଗିନିଜ ବୁକ୍ ରେକର୍ଡରେ ସ୍ଥାନ ପାଇଲା IPL ୨୦୨୨ର ଫାଇନାଲ୍ ମ୍ୟାଚ୍ । ବିଶ୍ବର କୌଣସି ଏକ ଟି୨୦ ମୁକାବିଲାରେ ସର୍ବାଧିକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ହୋଇଥିଲେ । ଗୁଜରାଟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଏଥିପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଗିନିଜ ବୁକ୍ ବିଶ୍ବ ରେକର୍ଡରେ ସ୍ଥାନ ମିଳିଛି ।
-
Extremely delighted & proud to receive the Guinness World Record for the largest attendance at a T20 match when 101,566 people witnessed the epic @IPL final at @GCAMotera's magnificent Narendra Modi Stadium on 29 May 2022. A big thanks to our fans for making this possible! @BCCI https://t.co/JHilbDLSB2
— Jay Shah (@JayShah) November 27, 2022 " class="align-text-top noRightClick twitterSection" data="
">Extremely delighted & proud to receive the Guinness World Record for the largest attendance at a T20 match when 101,566 people witnessed the epic @IPL final at @GCAMotera's magnificent Narendra Modi Stadium on 29 May 2022. A big thanks to our fans for making this possible! @BCCI https://t.co/JHilbDLSB2
— Jay Shah (@JayShah) November 27, 2022Extremely delighted & proud to receive the Guinness World Record for the largest attendance at a T20 match when 101,566 people witnessed the epic @IPL final at @GCAMotera's magnificent Narendra Modi Stadium on 29 May 2022. A big thanks to our fans for making this possible! @BCCI https://t.co/JHilbDLSB2
— Jay Shah (@JayShah) November 27, 2022
ଏହାକୁ ନେଇ ବିସିସିଆଇ ସଚିବ ଜୟ ଶାହ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ୍ କରିଛନ୍ତି, "ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା IPL ୨୦୨୨ର ଫାଇନାଲ୍ ମ୍ୟାଚ୍ରେ ୧ ଲକ୍ଷ ୧ ହଜାର ୫୬୬ ଜଣ ଦର୍ଶକ ଉପସ୍ଥିତ ଥିଲେ । ମେ ୨୯ ତାରିଖ ୨୦୨୨ରେ ଖେଳା ଯାଇଥିବା ଏହି ମ୍ୟାଚ୍ ଗିନିଜ ବୁକ୍ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି । ଏଥିପାଇଁ କ୍ରିକେଟ ପ୍ରେମୀ ଓ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।"
୧୫ତମ IPL ସିଜିନ୍ର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍ ଓ ଫାଇନାଲ୍ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ୧୯୮୨ ମସିହାରେ ତିଆରି ହୋଇଥିବା ଷ୍ଟାଡିୟମର ପୂର୍ବରୁ ୪୯ ହଜାର ଦର୍ଶକ ବସିବା କ୍ଷମତା ରହିଥିଲା । ତେବେ ଏହାର ନବୀକରଣ କରାଯାଇ ଏହାକୁ ପୁନଃ ୨୦୨୧ ଫେବ୍ରୁଆରୀ ମାସରେ ଉଦଘାଟନ କରାଯାଇଥିଲା । ଏହାପରେ ବିଭିନ୍ନ ଫର୍ମାଟର ୧୦ଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇସାରିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ ଏହି ଗ୍ରାଉଣ୍ଡରେ ଖେଳାଯାଇଥିଲା । ବର୍ତ୍ତମାନ ଏହି ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା ୧ ଲକ୍ଷ ୧୦ ହଜାର ରହିଛି । ୬୩ ଏକର ପରିମିତ ଜାଗାରେ ଏହି ଷ୍ଟାଡିୟମ ନିର୍ମିତ ହୋଇଛି ।