ETV Bharat / sports

IPL 2022: ଟସ୍‌ ଜିତି KKRର ବୋଲିଂ ନିଷ୍ପତ୍ତି

author img

By

Published : Apr 18, 2022, 7:10 PM IST

Updated : Apr 18, 2022, 7:26 PM IST

IPL 2022ରେ ଆଜି KKR ଓ RR ମଧ୍ୟରେ ଖେଳା ଯାଉଛି ୩୦ତମ ମ୍ୟାଚ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଅଧିକ ପଢ଼ନ୍ତୁ

IPL 2022: ଟସ୍‌ ଜିତି KKRର ବୋଲିଂ ନିଷ୍ପତ୍ତି
IPL 2022: ଟସ୍‌ ଜିତି KKRର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: IPL 2022ରେ ଆଜି KKR ଓ RR ମଧ୍ୟରେ ଖେଳା ଯାଉଛି ୩୦ତମ ମ୍ୟାଚ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ । ଆଜିର ମ୍ୟାଚ ପାଇଁ କୋଲକାତା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଥିବା ବେଳେ ରାଜସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା କୋଲକାତା ୬ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟ ହାସଲ କରିଛି । ସେପଟେ ରାଜସ୍ଥାନ ରୟାଲ୍ସ ୫ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ହାସଲ କରିଛି । ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା ବେଳେ କୋଲକାତା ଷଷ୍ଠ ସ୍ଥାନରେ ରହିଛି । ଉଭୟ ନିଜ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି । ଏଥିପାଇଁ ଆଜିର ମ୍ୟାଚ୍‌ରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବେ ଉଭୟ ଦଳ ।

କୋଲକାତା ଚୂଡ଼ାନ୍ତ ଏକାଦଶକୁ ଶିଭମ ମାଭି ଫେରିଥିବା ବେଳେ ଅମନ ଖାନ୍‌ଙ୍କୁ ବିଶ୍ରାମ ଦିଆଯାଇଛି । ସେପଟେ ରାଜସ୍ଥାନ ଦଳରେ ରାଶି, କୂଳଦୀପ ଓ ନିଶମଙ୍କ ସ୍ଥାନରେ କରୁଣ ନାୟର, ଓବେଡ ମ୍ୟାକ୍‌ଏ ଓ ଟ୍ରେଣ୍ଟ ବୋଲ୍ଟ ସାମିଲ ହୋଇଛନ୍ତି । ପିଚ୍‌ ହାର୍ଡ ଥିବାରୁ ଶ୍ରେୟସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି ।

କୋଲକାତା ନାଇଟ ରାଇଡର୍ସ ଚୂଡ଼ାନ୍ତ ଏକାଦଶ

ଭେଙ୍କଟେଶ ଆୟର, ଆରୋନ ଫିଞ୍ଚ, ଶ୍ରେୟାସ ଆୟର (ଅଧିନାୟକ), ନୀତୀଶ ରାଣା, ଆନ୍ଦ୍ରେ ରସେଲ, ଶେଲଡନ ଜ୍ୟାକସନ, ସୁନୀଲ ନାରିନ, ପ୍ୟାଟ କମିନ୍ସ, ଶିଭମ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ

ରାଜସ୍ଥାନ ରୟାଲ୍ସ ଚୂଡ଼ାନ୍ତ ଏକାଦଶ

ଜୋସ୍ ବଟଲର୍, ଦେବଦତ୍ତ ପାଦିକ୍କଲ୍, ସଞ୍ଜୁ ସାମସନ୍ (ଅଧିନାୟକ), କରୁଣ ନାୟାର, ଶିମ୍ରନ୍ ହେଟମିର୍, ରିୟାନ୍ ପରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସାଦ କୃଷ୍ଣ, ଓବେଡ ମ୍ୟାକ୍‌ଏ, ୟୁଜିବେନ୍ଦ୍ର ଚହଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 18, 2022, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.