ETV Bharat / sports

ଜେମିମା ରୋଡ୍ରିଗସ ପାଇବେ ଆଇସିସି ପ୍ଲେୟର ଅଫ ଦି ମନ୍‌ଥ ଆୱାର୍ଡ

ଅଗଷ୍ଟରେ ଖେଳାଯାଇଥିବା ରାଜ୍ୟ ଗୋଷ୍ଠୀକ୍ରୀଡାରେ ଦମଦାରର ପ୍ରଦର୍ଶନ ପାଇଁ ଜେମିମା ରୋଡ୍ରିଗସ ପ୍ଲେୟର ଅଫ ଦି ମନ୍ଥ ଆୱାର୍ଡ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Sep 5, 2022, 10:35 PM IST

ଜେମିମାହ ରୋଡ୍ରିଗସଙ୍କୁ ମିଳିବ ଆଇସିସି "ପ୍ଲେୟର ଅଫ ଦି" ମନ୍ଥ ଆୱାର୍ଡ

ହାଇଦ୍ରାବାଦ: ଭାରତୀୟ ଷ୍ଟାର ମହିଳା କ୍ରିକେଟର ଜେମିମା ରୋଡ୍ରିଗସଙ୍କୁ ( Star Indian batter Jemimah Rodrigues ) ମିଳିବ ଆଇସିସି "ପ୍ଲେୟର ଅଫ ଦି ମନ୍ଥ" ଆୱାର୍ଡ । ଅଗଷ୍ଟରେ ଖେଳାଯାଇଥିବା ରାଜ୍ୟ ଗୋଷ୍ଠୀକ୍ରୀଡାରେ ଦମଦାରର ପ୍ରଦର୍ଶନ ପାଇଁ ଜେମିମା ରୋଡ୍ରିଗସ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ( Monday nominated for the ICC 'Player of the Month' award ) । ଏହା ସହିତ ସ୍ବର୍ଣ୍ଣ ପଦକ ବିଜେତା ଅଷ୍ଟ୍ରେଲିଆର ଦୁଇ ମହିଳା କ୍ରିକେଟର ବେଥ ମୁନୀ ( Beth Mooney ) ଏବଂ ତାହିଲା ମ୍ୟାକଗ୍ରାଥ (Tahlia McGrath) ମଧ୍ୟ ଆଇସିସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

  • Two gold medallists 🥇 and one silver medallist 🥈 from the Commonwealth Games 2022!

    Nominees for the ICC Women’s Player of the Month for August 2022 announced 👇

    — ICC (@ICC) September 5, 2022 " class="align-text-top noRightClick twitterSection" data=" ">

ଅଗଷ୍ଟରେ ଖେଳାଯାଇଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜେମିମାହ ରୋଡ୍ରିଗସ ଭାରତୀୟ ମହିଳା କ୍ରିକେଟ ଟିମର ମେରୁଦଣ୍ଡ ସାଜିଥିଲେ । ଷ୍ଟାର ବ୍ୟାଟର ଜେମିମାହ ରୋଡ୍ରିଗସଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇପାରିଥିଲା । ଜେମିମାହ ପାଞ୍ଚଟି ମ୍ୟାଚ ଖେଳି ୧୪୬ ରନ ସଂଗ୍ରହ କରିଥିଲେ । ଏହା ସହିତ ରନ ସଂଗ୍ରହ ପଏଣ୍ଟ ଟେବୁଲରେ ସେ ପଞ୍ଚମ ସ୍ଥାନରେ ରହିଥିଲେ । ଜେମିମା ରୋଡ୍ରିଗସ ବାରବାଡୋସ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ୪୬ ବଲରୁ ୫୬ ରନର ଇନିଂସ ଖେଳି ଭାରତୀୟ ବ୍ୟାଟର ହିସାବରେ ଶୀର୍ଷ ସ୍ତାନରେ ରହିଥିଲେ । ପରିଣାମ ସ୍ବରୁପ ଭାରତ ମହିଳା କ୍ରିକେଟ ଟିମ ସେମିଫାଇନାଲକୁ ପ୍ରବେଶ କରିବାର ସଫଳ ହୋଇପାରିଥିଲା ।

ସେହିପରି ଅଷ୍ଟ୍ରେଲିଆ ମହିଳା କ୍ରିକେଟର ବେଥ ମୁନୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସର୍ବାଧିକ ରନ ସଂଗ୍ରହ କରିଥିଲେ । ସେ ଗ୍ରୁପ ଏ ମ୍ୟାଚର ପାକିସ୍ତାନ ବିପକ୍ଷରେ ୪୯ ବଲରୁ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଏହା ପରେ ସେମିଫାଇନାଲରେ ନ୍ୟୁଜଲାଣ୍ଡ ବିପକ୍ଷରେ ୨୯ ବଲରୁ ୩୬ ରନର ଦମଦାର ଇନିଂସ ଖେଳିଥିଲେ । ସେହିପରି ଅଷ୍ଟ୍ରେଲିଆର ଅନ୍ୟତମ ମହିଳା ଅଲରାଉଣ୍ଡର ତାହିଲା ମ୍ୟାକଗ୍ରାଥ ତାଙ୍କ ପ୍ରଦର୍ଶନ ବଳରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ ସ୍ବର୍ଣ୍ଣ ପଦକ ହାସଲ କରିବା ଦିଗରେ ଅଲରାଉଣ୍ଡର ତାହିଲା ମ୍ୟାକଗ୍ରାଥଙ୍କର ମହତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । ସେ ପାଞ୍ଚୋଟି ମ୍ୟାଚରୁ ୮ ଟି ୱିକେଟ ଅକ୍ତିଆର କରି ଟୁର୍ଣ୍ଣାମେଣ୍ଟରେ ଦ୍ବୀତିୟ ସ୍ଥାନରେ ରହିଥିଲେ ।

ସେପଟେ ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ, ଜିମ୍ବାୱେ କ୍ରିକେଟର ସିକନ୍ଦର ରାଜା ଏବଂ ନ୍ୟୁଜଲାଣ୍ଡ ଅଲରାଉଣ୍ଡର ମିଶେଲ ସେଣ୍ଟନର ପୁରୁଷ ବର୍ଗରେ ଆଇସିସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.