ETV Bharat / sports

IPL 2022: ଆଜି ଦିଲ୍ଲୀ-କୋଲକାତା ମୁକାବିଲା - ଆଇପିଏଲ 2022

ଆଜି (ଗୁରୁବାର) ଆଇପିଏଲର 41 ତମ ମ୍ୟାଚ ଖେଳାଯିବ । ଏଥରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ଦିଲ୍ଲୀ - କୋଲକାତା ମୁକାବିଲା
ଆଜି ଦିଲ୍ଲୀ - କୋଲକାତା ମୁକାବିଲା
author img

By

Published : Apr 28, 2022, 1:24 PM IST

ମୁମ୍ବାଇ: ଆଜି (ଗୁରୁବାର) ଆଇପିଏଲର 41 ତମ ମ୍ୟାଚ ଖେଳାଯିବ । ଏଥରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଏହି ମ୍ୟାଚକୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ପାଇଁ ବିଜୟ ଜରୁରୀ ହୋଇପଡିଛି । ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।

ଉଭୟ ଦଳ ଚଳିତ ସିଜିନରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲେ । ହେଲେ ଧିରେ ଧୀରେ ପ୍ରଦର୍ଶନ ଫିକା ଦେବାକୁ ଲାଗିଲା । ଦିଲ୍ଲୀ ଏବେ ସୁଦ୍ଧା 7ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରିଛି ଓ କୋଲକାତା 8ଟି ମ୍ୟାଚ ଖେଳି 2ଟି ଜିତିଛି । ପଏଣ୍ଟ ଟେବୁଲ ଉପର ତଳ ହୋଇ ରହିଛନ୍ତି ଦୁଇ ଦଳ । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଉଭୟଙ୍କୁ ପ୍ରଥମ 4ଟି ସ୍ଥାନ ମଧ୍ୟରେ ରହିବାକୁ ପଡିବ । ବିଜୟ ପାଇଁ ଉଭୟ ଦଳ ଆଜି ସବୁ ଶକ୍ତି ଖଟାଇବ ।

ଏହା ବି ପଢନ୍ତୁ...IPL 2022: ଟାଇଟନ୍ସକୁ ଜିତାଇଲେ ରସିଦ-ତେୱାତିଆ, 5 ୱିକେଟରେ ହାରିଲା ହାଇଦ୍ରାବାଦ

ଗତ 10 ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । କ୍ୟାପିଟାଲ୍ସ 44 ରନରେ କୋଲକାତାକୁ ହରାଇଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ନାଇଟ ରାଇଡର୍ସ । କୋଲକାତା ଅଧିନାୟକ ଶ୍ରେୟାସ ଆୟରଙ୍କୁ ଛାଡି ଦେଲେ ଅନ୍ୟ ବ୍ୟାଟର ଦକ୍ଷତା ଅନୁସାରେ ପ୍ରଦର୍ଶନ କରୁ ନାହାନ୍ତି । ଦଳର ବୋଲିଂ ବିଭାଗ ଭଲ ଅଛି । ଆଜି ବ୍ୟାଟିଂ ବିଭାଗରେ ତ୍ରୁଟି ସୁଧାରି ଖେଳିବାକୁ ପଡିବ ।

ସେପଟେ ଦିଲ୍ଲୀ ଦଳରେ ବ୍ୟାଟିଂ ବିଭାଗରେ ତ୍ରୁଟି ରହିଛି । ପୃଥୀ ଶ' ଓ ୱାର୍ଣ୍ଣରଙ୍କୁ ଛାଡି ଦେଲେ ବାକି କାହାର ପ୍ରଦର୍ଶନ ଭଲ ନାହିଁ । ଋଷବ ପନ୍ତ, ସର୍ଫରାଜଙ୍କୁ ମଧ୍ୟ ଭାଗରେ ସଫଳ ହେବାକୁ ହେବ । ଦଳର ବୋଲିଂ ବିଭାଗ ସନ୍ତୁଳିତ ଅଛି । କୁଳଦୀପ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବ ମ୍ୟାଚରେ ସେ 4ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.