ETV Bharat / sports

WPL 2023: ଆଜି ଆରସିବି-ୟୁପି ୱାରିୟର୍ଜ ମଧ୍ୟରେ ମୁକାବିଲା - ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ଜ

ମହିଳା ପ୍ରିମିୟର ଲିଗରେ ଆଜି ମୁହାଁମୁହିଁ ହେବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ଜ । ଅଧିକ ପଢନ୍ତୁ

rcb and upw
rcb and upw
author img

By

Published : Mar 10, 2023, 12:18 PM IST

ମୁମ୍ବାଇ: ସପ୍ତମ ଦିନରେ ପହଞ୍ଚିଛି ମହିଳା ପ୍ରିମିୟର ଲିଗ । ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ଜ ମଧ୍ୟରେ ମୁକାବିଲା ହେବ । ବିଜୟୀ ହେବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇବେ ଦୁଇ ଟିମ । ବାଙ୍ଗାଲୋର ପୂର୍ବ ମ୍ୟାଚରେ ପରାଜିତ ହୋଇ ଥିବାବେଳେ ଆଜିର ମ୍ୟାଚକୁ ନିଜ ସପକ୍ଷରେ ନେବା ପାଇଁ ଜୋରଦାର ପ୍ରୟାସ କରିବ । ସେହିପରି ୟୁପି ଓ୍ବାରିୟର୍ଜ ମଧ୍ୟ ପୂର୍ବ ମ୍ୟାଚରେ ପରାଜିତ ହୋଇଥିବାରୁ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଚେଷ୍ଟା କରିବ ।

ଚଳିତ ସିଜିନରେ ବାଙ୍ଗାଲୋର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏପର୍ଯ୍ୟନ୍ତ ମୋଟ ତିନୋଟି ମ୍ୟାଚ ଖେଳି ଦଳ ଗୋଟିଏରେ ବି ବିଜୟୀ ହୋଇପାରିନାହିଁ । ଫଳରେ କୌଣସି ପଏଣ୍ଟ ନପାଇ ପଏଣ୍ଟ ଟେବୁଲର ଶେଷରେ ରହିଛି । ଲଗାତାର ହ୍ୟାଟ୍ରିକ ପରାଜୟ ବରଣ କରି ପ୍ରଶଂସକଙ୍କୁ ନିରାଶ କରିଛନ୍ତି ବାଙ୍ଗାଲୋର ଦଳର ଖେଳାଳି । ପୂର୍ବ ମ୍ୟାଚରେ ଗୁଜରାଟ ସହ ମୁହାଁମୁହିଁ ହୋଇଥିଲା ବାଙ୍ଗାଲୋର । କିନ୍ତୁ ଏଥିରେ 11ରନରେ ଆରସିବିକୁ ପରାସ୍ତ କରି ମହିଳା ଆଇପିଏଲରେ ବିଜୟ ଖାତା ଖୋଲିଥିଲା ଗୁଜରାଟ । ଫଳରେ ଲଗାତାର ତୃତୀୟ ପରାଜୟ ବରଣ କରିଥିଲା ବାଙ୍ଗାଲୋର । ପୂର୍ବରୁ ମୁମ୍ବାଇ ଓ ଦିଲ୍ଲୀଠୁ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି । ତେଣୁ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ହେଲେ ଆଜିର ମ୍ୟାଚରେ ଦଳକୁ ବିଜୟୀ ହେବାକୁ ପଡିବ ।

ସେହିପରି ୟୁପି ୱାରିୟର୍ଜ ପାଇଁ ଆଜିର ମ୍ୟାଚ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ବର୍ତ୍ତମାନ ସୁଦ୍ଧା ଦଳ ମୋଟ 2ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଛି । ପ୍ରଥମ ମ୍ୟାଚରେ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚରେ ପରଜୟ ବରଣ କରିଥିଲା ୱାରିୟର୍ଜ । ଆଜି ତୃତୀୟ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ବିଜୟୀ ହେବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ଦଳର ସମସ୍ତ ଖେଳାଳି । ସେହିପରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ୱାରିୟର୍ଜ । ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ହେଲେ ଆଜିର ମ୍ୟାଚରେ ୱାରିୟର୍ଜ ଦଳକୁ ବିଜୟୀ ହେବାକୁ ପଡିବ । ଆଜି ସନ୍ଧ୍ୟା 7ଟା 30 ମିନିଟ ସମୟରେ ଏହି ମ୍ୟାଚ ଖେଳାଯିବ । ଆରସିବି ପଏଣ୍ଟ ଚେବୁଲରେ ଖାତା ଖୋଲୁଛି ନା ପରାଜିତ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ୟୁପି ଓ୍ବାରିୟର୍ସ ତୃତୀୟ ଓ ଗୁଜୁରାଟ ଗୋଟିଏ ମ୍ୟାଚ ଜିତି ଚତୁର୍ଥ ସ୍ଥାନରେ ରହିଛି । ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇନପାରି ପଏଣ୍ଟ ଟେବୁଲର ଶେଷରେ ରହିଛି ବାଙ୍ଗାଲୋର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.