ETV Bharat / sports

IPL 2021: ଦିଲ୍ଲୀକୁ ୭ ୱିକେଟରେ ହରାଇଲା ବାଙ୍ଗାଲୋର - ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲର ୫୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(DC) କୁ ୭ ଓ୍ବିକେଟରେ ହରାଇଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) । ଅଧିକ ପଢନ୍ତୁ...

IPL 2021: ଦିଲ୍ଲୀକୁ ୭ ଓ୍ବିକେଟରେ ହରାଇଲା  ବାଙ୍ଗାଲୋର

author img

By

Published : Oct 9, 2021, 6:57 AM IST

ଦୁବାଇ: ଆଇପିଏଲର ୫୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(DC)କୁ ୭ ଓ୍ବିକେଟରେ ହରାଇଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) । ଶେଷ ବଲରେ ଛକା ସହ ଶ୍ରୀକର ଭରତ ଦଳକୁ ବିଜୟୀ କରାଇଥିଲେ । ଗତକାଲି ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯାଇଥିଲା ଏହି ମ୍ୟାଚ । ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା । ଫଳରେ ଆରସିବି ସାମ୍ନାରେ ୧୬୫ରନର ଟାର୍ଗେଟ ରହିଥିଲା ।

ଜବାବରେ ଆରସିବି ୨୦ ଓଭର ଶେଷ ଶୁଦ୍ଧା ୩ ଓ୍ବିକେଟ ହରାଇ ୧୬୬ ରନରେ ବିଜୟୀ ହୋଇଥିଲା । ଆରସିବି ୧୦ ଓଭର ବେଳକୁ ୫୫ରନ କରି ୩ ଓ୍ବିକେଟ ହରାଇଥିବା ବେଳେ ଶ୍ରୀକର ଭରତଙ୍କ ଅପରାଜିତ ୭୮ ରନ ଏବଂ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଅପରାଜିତ ୫୧ରନ ବଳରେ ଦଳ ୭ ଓ୍ବିକେଟରେ ଦିଲ୍ଲୀକୁ ପରାଜୟ କରିଥିଲା । ଗତକାଲିର ମ୍ୟାଚ ଜିତିବା ପରେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିବା ସହ ଆରସିବି ପ୍ଲେ ଅଫକୁ ପ୍ରବେଶ କରିଛି ।

ସେହିପରି ଦିଲ୍ଲୀ ପକ୍ଷରୁ ଦୁଇ ଓପନର ପୃଥ୍ବୀ ଶ ଓ ଶିଖର ଧାୱନ ସର୍ବାଧିକ ରନ୍‌ କରିଥିଲେ । ପୃଥ୍ବୀ ୩୧ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୮ ରନ୍‌ର ଇଂନିସ ଖେଳିଥିବାବେଳେ, ଧାୱନ ୩୫ ବଲ୍‌ରୁ ୪୩ ରନ୍‌ର ଇଂନିସ ଖେଳିଥିଲେ । ଉଭୟଙ୍କ ମଧ୍ୟରେ ଓପନିଂ ଯୋଡିରେ ୮୮ ରନ୍‌ର ଭାଗିଦାରୀ ହୋଇଥିଲା । ଶେଷଭାଗରେ ସିମ୍ରନ ହେଟମେୟର ୨୯ ଓ ଶ୍ରେୟସ ଆୟର ୧୮ ରନ୍‌ର ଯୋଗଦାନ ସହ ଦଳୀୟ ସ୍କୋରକୁ ୧୫୦ ପାର୍‌ କରାଇଥିଲେ । ପରାଜୟ ପରେ ମଧ୍ୟ ୨୦ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.