ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ହରାଇ ୧୫୨ ରନ୍ ସଂଗ୍ରହ କରିଛି ।
-
Innings Break!#KKR bowlers restrict #RR to a total of 152/5.#KKR chase coming up shortly. Stay tuned!
— IndianPremierLeague (@IPL) May 2, 2022 " class="align-text-top noRightClick twitterSection" data="
Scorecard - https://t.co/fVVHGJTNYn #KKRvRR #TATAIPL pic.twitter.com/ix06Tv0Zyq
">Innings Break!#KKR bowlers restrict #RR to a total of 152/5.#KKR chase coming up shortly. Stay tuned!
— IndianPremierLeague (@IPL) May 2, 2022
Scorecard - https://t.co/fVVHGJTNYn #KKRvRR #TATAIPL pic.twitter.com/ix06Tv0ZyqInnings Break!#KKR bowlers restrict #RR to a total of 152/5.#KKR chase coming up shortly. Stay tuned!
— IndianPremierLeague (@IPL) May 2, 2022
Scorecard - https://t.co/fVVHGJTNYn #KKRvRR #TATAIPL pic.twitter.com/ix06Tv0Zyq
ଫଳରେ କୋଲକାତା ସାମ୍ନାରେ ୧୫୩ ରନ୍ର ବିଜୟ ଲକ୍ଷ୍ୟ ରହିଛି । କ୍ୟାପଟେନ ସଞ୍ଜୁ ସାମସନ ସର୍ବାଧିକ ୫୪ ରନ୍ ସଂଗ୍ରହ କରିଛନ୍ତି । ସେ ୪୯ ବଲ୍ରେ ୭ଟି ଚୌକା ମାରିବା ସହ ଗୋଟିଏ ଛକା ମାରିଛନ୍ତି । ସଞ୍ଜୁଙ୍କ ପରେ ସିମ୍ରନ ହେଟମେୟର ସର୍ବାଧିକ ଗୋଟିଏ ଚୌକା ଓ ଛକା ସହ ୧୩ ବଲ୍ରେ ୨୭ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଓପନର ବଟଲର ୨୫ ବଲ୍ରେ ବିନା ବାଉଣ୍ଡାରୀରେ ୨୨ ରନ୍ ଯୋଡ଼ିଛନ୍ତି ।
ରାଜସ୍ଥାନ ପ୍ରଥମ ୱିକେଟ ୨ ଓଭରରେ ହରାଇଥିବା ବେଳେ ଆଉଟ ହୋଇଥିଲେ ପଡିକ୍କଲ । ଏହାପରେ ୯ ଓଭର ଚାଲିଥିବା ବେଳେ ବଟଲର ଆଉଟ ହୋଇଥିଲେ । ଅନ୍ୟପଟେ କୋଲକାତା ବୋଲର ଟିମ ସାଉଦି ୪ ଓଭର ବୋଲିଂ କରି ୪୬ ରନ ଦେବା ସହ ସର୍ବାଧିକ ୨ ୱିକେଟ ହାସଲ କରିଛନ୍ତି । ଅନ୍ୟ ବୋଲର ଶିବମ ମାଭି, ଉମେଶ ଯାଦବ ଓ ଅନୁକୁଲ ରଏ ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ ।