ETV Bharat / sports

IPL 2023: ଆଜି ରାହୁଲ-ଡୁପ୍ଲେସି ମୁକାବିଲା

author img

By

Published : Apr 10, 2023, 10:44 AM IST

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି 15 ତମ ମୁକାବିଲା ଖେଳାଯିବ । ଏଥିରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

IPL 2023
ଆଜି ରାହୁଲ-ଡୁପ୍ଲେସି ମୁକାବିଲା

ନୂଆଦିଲ୍ଲୀ: ଆଇପିଏଲ ଚଳିତ ସଂସ୍କରଣରେ ଆଜି 15 ତମ ମୁକାବିଲା ଅନୁଷ୍ଠିତ ହେବ । ଏଥିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । 3ଟି ମ୍ୟାଚରୁ ଦୁଇଟି ଜିତିଥିବା କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇ ଚଳିତ ସଂସ୍କରଣରେ ଦ୍ବିତୀୟ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଫାଫ ଡୁପ୍ଲେସିଙ୍କ ବାଙ୍ଗାଲୋର । ଆରସିବି ଘରୋଇ ଗ୍ରାଉଣ୍ଡରେ ମୁକାବିଲା ଅନୁଷ୍ଠିତ ହେବ । ପୂର୍ବ ସଂସ୍କରଣରେ ଲକ୍ଷ୍ନୌ ବିପକ୍ଷରେ 2ଟି ମ୍ୟାଚ ଖେଳି ଅପରାଜେୟ ରହିଥିଲା ଆରସିବି । ଏଥର ମଧ୍ୟ ଏହି ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି ।

5 ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଫାଫା ଡୁପ୍ଲେସିଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ମ୍ୟାଚରେ କୋଲକାତାଠୁ ପରାସ୍ତ ହୋଇଥିଲା ଆରସିବି । ବ୍ୟାଟିଂ ବିଫଳତା ଦଳର ପରାଜୟର କାରଣ ଥିଲା । କୋଲକାତା ବିପକ୍ଷରେ କରିଥିବା ତ୍ରୁଟିକୁ ସୁଧାରି ଆଜି ଦଳକୁ ମଇଦାନକୁ ଓହ୍ଲାଇବାକୁ ହେବ । ସୁପର ଜାଏଣ୍ଟସକୁ ହରାଇବାକୁ ହେଲେ ବାଙ୍ଗାଲୋର ବ୍ୟାଟରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ପୂର୍ବ ମ୍ୟାଚରେ କୋଲକାତା ସ୍ପିନରଙ୍କ ଆଟାକର ଶିକାର ହୋଇଥିଲା । ଆଜି ଦଳକୁ ଏକ ଜବରଦସ୍ତ ରଣନୀତି ସହ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ହେବ । ବିଶେଷ କରି ବ୍ୟାଟରଙ୍କୁ ସଫଳ ହେବାକୁ ହେବ । ଓପନର ବିରାଟ କୋହଲି ଓ ଫାଫ ଡୁପ୍ଲେସିଙ୍କ ଉପରେ ଦଳ ନିର୍ଭର କରୁଛି ।

ଚଳିତ ସଂସ୍କରଣରେ କେଏଲ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପରଜାଏଣ୍ଟସର ପ୍ରଦର୍ଶନ ଭଲ ରହିଛି । ଏଯାବଦ ଦଳ 3ଟି ମ୍ୟାଚରୁ 2ଟିରେ ବିଜୟ ହାସଲ କରିଛି । ଲକ୍ଷ୍ନୌ ପୂର୍ବ ମ୍ୟାଚରେ ହାଇଦ୍ରାବାଦକୁ 5 ୱିକେଟରେ ପରାସ୍ତ କରିଥିଲା । ଏହି ବଜୟ ଦଳର ମନୋବଳକୁ ଦ୍ବିଗୁଣିତ କରିଛି । ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଆଜି ମ୍ୟାଚ ଜିତିବାକୁ ଦଳ ସମସ୍ତ କୌଶଳ ପ୍ରୟୋଗ କରିବ । ବାଙ୍ଗାଲୋର ବିପକ୍ଷରେ ସୁପର ଜାଏଣ୍ଟସ ଏକ ସନ୍ତୁଳିତ ଦଳ ପ୍ରସ୍ତୁତ କରିଛି । ସୁପର ଜାଏଣ୍ଟସର କେଲି ମାୟର୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ । ହାଇଦ୍ରାବାଦ ବିପକ୍ଷରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । 34 ରନ ସହ 3ଟି ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଏହା ବି ପଢନ୍ତୁ...IPL 2023 SRH vs PBKS: ପଞ୍ଜାବ ପାଇଁ ଏକାକୀ ଲଢ଼ି ହାରିଲେ ଧାୱନ, ୮ ୱିକେଟରେ ହାଇଦ୍ରାବାଦର ପ୍ରଥମ ବିଜୟ

ଏହା ବି ପଢନ୍ତୁ...IPL 2023 GT vs KKR: ଗୁଜରାଟଠାରୁ ମ୍ୟାଚ୍‌ ଛଡ଼ାଇନେଲା କୋଲକାତା, ହିରୋ ସାଜିଲେ ରିଙ୍କୁ ସିଂହ

RCB ସାମ୍ଭାବ୍ୟ ଏକାଦଶ: ବିରାଟ କୋହଲି, ଫାଫ ଡୁପ୍ଲେସି, ଗ୍ଲେନ ମ୍ୟାକ୍ସୱେଲ, ସାହାବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ମାଇକେଲ ବ୍ରେସୱେଲ/ୱାନିଣ୍ଡୁ ହସରଙ୍ଗା, ଡେଭିଡ ୱିଲି, କରଣ ଶର୍ମା, ଆକାଶ ଦୀପ, ହର୍ଷଲ ପଟେଲ, ମହମ୍ମଦ ସିରାଜ ।

LSG ସାମ୍ଭାବ୍ୟ ଏକାଦଶ: କେଲି ମାୟର୍ସ, କେଏଲ ରାହୁଲ, କ୍ବିଣ୍ଟନ ଡି କକ, ଦୀପକ ହୁଡା, କୁନାଲ ପାଣ୍ଡ୍ୟା, ନିକୋଲାସ ପୁରନ, ଆୟୁଷ ବଦୋନି/ ଅମିତ ମିଶ୍ରା, ରୋମାରିଓ ସେଫର୍ଡ/ ମାର୍କ ଉଡ, ୟଶ ଠାକୁର, ଜୟଦେବ ଉନାଉକତ, ରବି ବିଷ୍ଣୋଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.