ETV Bharat / sports

IPL 2023: ଆଜି ଚିପକରେ ଚେନ୍ନାଇ-ହାଇଦ୍ରାବାଦ ମୁକାବିଲା - ଚେନ୍ନାଇ ସୁପରକିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବଦ

ଇଣ୍ଡିଆନ ପ୍ରିମିୟର ଲିଗ ଚଳିତ ସଂସ୍କରଣରେ ଆଜି 29ତମ ମ୍ୟାଚ ଖେଳାଯିବ । ଏଥିରେ ଚେନ୍ନାଇ ସୁପରକିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

IPL 2023
chennai super kings and Sunrisers Hyderabad
author img

By

Published : Apr 21, 2023, 12:08 PM IST

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି 29 ତମ ମ୍ୟାଚ ଖେଳାଯିବ । ଏଥିରେ ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଘରୋଇ ମାଟିରେ ହାଇଦ୍ରାବାଦକୁ ହରାଇ ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ । ସେହିପରି ଚେନ୍ନାଇକୁ ତା ମାଟିରେ ମାତ ଦେଇ ସିଜନର ତୃତୀୟ ବିଜୟ ସ୍ବପ୍ନରେ ରହିଛି ସନରାଇଜର୍ସ । ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳାଯିବ ଏହି ମୁକାବିଲା ।

CSK VS RR: ଚଳିତ ସିଜନରେ ଚେନ୍ନାଇ ଓ ହାଇଦ୍ରାବାଦର ଏହା ପ୍ରଥମ ମୁକାବିଲା । ଘରୋଇ ଗ୍ରାଉଣ୍ଡରେ ଚେନ୍ନାର ଏହା ତୃତୀୟ ମ୍ୟାଚ । ଚିପକ ଷ୍ଟାଡିୟମମ ସ୍ପିନରଙ୍କୁ ସହାୟକ ହେବ । ଚିପକରେ ଚେନ୍ନାକୁ ହରାଇବା ସନରାଇଜର୍ସ ପାଇଁ କଷ୍ଟକର ହୋଇପାରେ ମାତ୍ର ଦଳ ଚେନ୍ନାଇକୁ ହରାଇବା ନୂଆ ରଣନୀତି ପ୍ରସ୍ତୁତ କରିଛି । ଦଳକୁ ଅନେକ ତ୍ରୁଟି ସୁଧାରି ମଇଦାନକୁ ଓହ୍ଲାଇବାକୁ ହେବ । ଚେନ୍ନାଇ ମୋଟ 5ଟି ମ୍ୟାଚ ଖେଳି 3ଟି ବିଜୟ ହାସଲ କରି 6 ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

ସେହିପରି ସନରାଇଜର୍ସ ହାଇଦ୍ରାବାଦ 5ଟି ମ୍ୟାଚରୁ 2ଟି ଜିତି 4 ପଏଣ୍ଟ ସହ ଟେବୁଲ ନବମ ସ୍ଥାନରେ ରହିଛି । ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ମୋଟ 18ଟି ମ୍ୟାଚ ଖେଳାଯାଇଛି । ସେଥିରୁ ଚେନ୍ନାଇ 13ଟି ମ୍ୟାଚ ଜିତିଥିବା ବେଳେ ହାଇଦ୍ରାବାଦ 5ଟି ମ୍ୟାଚ ଜିତିଛି । ରେକର୍ଡକୁ ଦେଖିଲେ ଚେନ୍ନାଇ ପଲ୍ଲା ଭାରି ରହିଛି । ତେବେ ହାଇଦ୍ରାବାଦ ଅଧିନାୟକ ପରବର୍ତ୍ତନ ହୋଇଛି । କେନ ୱିଲିୟମସନଙ୍କ ବଦଳରେ ଆଡେନ ମାରକ୍ରମ ଦଳର ନେତୃତ୍ବ ନେଇଛନ୍ତି । ତେବେ ସେ ଏହି ଧାରା ଭାଙ୍ଗୁଛନ୍ତି ନା ଚେନ୍ନାଇ ଧାରା ବଜାୟ ରଖୁଛି ତାହା ମ୍ୟାଚ ପରେ ସ୍ପଷ୍ଟ ହୋଇଯିବ ।

ଏହା ବି ପଢନ୍ତୁ...IPL 2023 PBKS vs RCB: ପଞ୍ଜାବ ବ୍ୟାଟରଙ୍କ ଆତ୍ମ ସମର୍ପଣ, ୨୪ ରନ୍‌ରେ ଜିତିଲା RCB

ଏହା ବି ପଢନ୍ତୁ...IPL 2023: ବିଜୟ ଖାତା ଖୋଲିଲା ଦିଲ୍ଲୀ, କୋଲକାତାକୁ 4 ୱିକେଟରେ ହରାଇଲା

CSK ସାମ୍ଭାବ୍ୟ ଦଳ: ଋତୁରାଜ ଗାଏକ୍ବାର୍ଡ, ଡେଭନ କନୱେ, ଆଜିଙ୍କ୍ୟ ରାହାଣେ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନୀ, ତୁଷାର ଦେଶପାଣ୍ଡେ, ମହୀଶ ତୀକ୍ଷଣା, ମାଥିଶା ପରିରଣା/ମିଚେଲ ସାଣ୍ଟନର, ଆକାଶ ସିଂହ ।

SRH ସାମ୍ଭାବ୍ୟ ଦଳ: ହ୍ୟାରୀ ବ୍ରୁକ, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଅଭିଷେକ ଶର୍ମା, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ, ୱାଶିଂଟନ ସୁନ୍ଦର, ଭୁବନେଶ୍ବର କୁମାର, ମାର୍କୋ ଜାନସେନ, ମୟଙ୍କ ମାର୍କଣ୍ଡେ, ଟି ନଟରାଜନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.