ETV Bharat / sports

IPL 2023 CSK vs LSG: ଚେପକ୍‌ରେ ରନ ବର୍ଷା, ସଙ୍ଘର୍ଷ କରି ହାରିଲା ଲକ୍ଷ୍ନୌ

ଆଇପିଏଲ ୨୦୨୩ର ଷଷ୍ଠ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ 12 ରନରେ ହରାଇଲା ଚେନ୍ନାଇ । ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଛି ସିଏସ୍‌କେ । ଅଧିକ ପଢ଼ନ୍ତୁ

author img

By

Published : Apr 4, 2023, 12:46 AM IST

Updated : Apr 4, 2023, 6:08 AM IST

CSK vs LSG
CSK vs LSG

ଚେନ୍ନାଇ: ଜାରି ରହିଥିବା ଆଇପିଏଲ ୨୦୨୩ର ଷଷ୍ଠ ମ୍ୟାଚ୍‌ରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆଜି ରନ ବର୍ଷା ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ୨୧୭ ରନ ସଂଗ୍ରହ କରିଥିଲା ଚେନ୍ନାଇ ସୁପରକିଙ୍ଗସ । ତେବେ ୨୧୮ ରନର ବଡ଼ ଟାର୍ଗେଟର ପିଛା କରିବାକୁ ଆସି 205 ରନରେ ସୀମିତ ରହିଯାଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ । ଫଳରେ 12 ରନରେ ମ୍ୟାଚ୍‌କୁ ଜିତି ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଛି ସିଏସ୍‌କେ ।

IPL 2023 CSK vs LSG
IPL 2023 CSK vs LSG

ଟସ ଜିତି ପ୍ରଥମେ ଲକ୍ଷ୍ନୌଠାରୁ ବ୍ୟାଟଂ ଆମନ୍ତ୍ରଣ ପାଇଥିଲା ଚେନ୍ନାଇ ସୁପର କିଙ୍ଗସ। ସେପଟେ ନିଜ ରଣନୀତିରେ ଆଜି ଫେଲ ମାରିଥିଲା ଲକ୍ଷ୍ନୌ । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ 110 ରନ ଯୋଡ଼ିଥିଲେ ଚେନ୍ନାଇ ଓପନର । ଋତୁରାଜଙ୍କ ବ୍ୟାଟରୁ ଆଜି ଚୌକା ଛକା ଦେଖିବାକୁ ମିଳଥିଲା। ସେ 31ଟି ବଲରେ 3 ଚୌକା ଓ 4ଟି ଛକା ବଳରେ 57 ରନ କରିଥିଲେ । ତାଙ୍କ ପଛକୁ ଡେଭନ କନୱେ 29 ବଲରେ 47 ରନ କରିଥିଲେ । ଆଉ କୌଣସି ବ୍ୟାଟର ସେତେ ଭଳ ସ୍କୋର କରି ପାରିନଥିଲେ। ମିଡିଲ ଅର୍ଡରରେ ରାୟୁଡୁ ଓ ଶିଭମ ଦୁବେଙ୍କ 27 ଲେଖାଏଁ ରନ ବଳରେ ଦଳୀୟ ସ୍କୋର 217 ରନରେ ପହଞ୍ଚି ପାରିଥିଲା।

ସେପଟେ ଲକ୍ଷ୍ନୌ ପକ୍ଷରୁ ଅତି ସାଧାରଣ ବୋଲିଂ ଦେଖିବାକୁ ମିଳିଥିଲା। ଗତ ମ୍ୟାଚର ଷ୍ଟାର ମାର୍କ ଉଡ ଆଜି ସର୍ବାଧିକ 49 ରନ ଖର୍ଚ୍ଚ କରିଛନ୍ତି । ତେବେ ସେ 3 ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ରବି ବିଷ୍ଣୋଇ ମଧ୍ୟ ତିନୋଟି ୱିକେଟ ହାସଲ କରିଥିବା ବେଳେ ଆଭେସ ଖାନ ଗୋଟିଏ ୱିକେଟ ନେଇଛନ୍ତି। ବାକି ସମସ୍ତ ବୋଲର ଆଜି ରନ ଲୁଟାଇବାରେ ଲାଗିଥିଲେ। ଯାହା ଫଳରେ ଲକ୍ଷ୍ନୌକୁ ଆଜି ବଡ଼ ଟାର୍ଗେଟ ମିଳିଥିଲା।

ଲକ୍ଷ୍ନୌ ପକ୍ଷରୁ ଦୁଇ ଓପନର ଦଳୀୟ ଖାତାରେ 79 ରନ କରିଥିଲେ। ଗୋଟିଏ ସମୟରେ ଲକ୍ଷ୍ନୌ ଏହି ମ୍ୟାଚକୁ ସହଜରେ ଜିତି ନେବା ପରି ମନେ ହେଉଥିଲା । ତେବେ ରାହୁଲ ଆଉଟ ହେବା ପରେ ନିୟମିତ ଅନ୍ତରାଳରେ ୱିକେଟ ହରାଇ ଚାଲିଥିଲା ଲକ୍ଷ୍ନୌ । କାୟଲ ମାୟର୍ସ ଆକ୍ରାମକ ବ୍ୟାଟିଂ କରି 22 ବଲରେ ଦୁଇଟି ଛକା ଓ 8 ଚୌକା ବଳରେ 53 ରନ କରି ଆଉଟ ହୋଇଥିଲେ। ନିକୋଲାସ ପୁରନ 32ରନ କରିଥିବା ବେଳେ ଆଉ କୌଣସି ବ୍ୟାଟର ବଡ଼ ସ୍କୋର କରି ପାରିନଥିଲେ । ଫଳରେ ଦଳକୁ ପରାଜୟ ବରଣ କରିଛି ।

ଚେନ୍ନାଇ ପକ୍ଷରୁ ମୋଇନ ଅଲୀ 4ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ଦୁଇଟି ୱିକେଟ ନେଇଥିଲେ। ମିଚେଲ ସାଣ୍ଟନର ଗୋଟିଏ ୱିକେଟ ନେଇଥିଲେ। ଆଜି ଫାଷ୍ଟ ବୋଲର ଦୀପକ ଚହର 4 ଓଭରରେ 55 ରନ ଖର୍ଚ୍ଚ କରିଥିଲେ। ଏହା ସତ୍ତ୍ବେ ଲକ୍ଷ୍ନୌର ବିଜୟ ସମ୍ଭବ ହୋଇ ପାରିନି।

Last Updated : Apr 4, 2023, 6:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.