ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) ଟୁର୍ଣ୍ଣାମେଣ୍ଟର ୪୪ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସମ୍ମୁଖରେ 159 ରନର ଟାର୍ଗେଟ ଦେଇଛି ରାଜସ୍ଥାନ । ଜସ୍ ବଟଲରଙ୍କ ଲଢୁଆ ବ୍ୟାଟିଂ ବଳରେ 158 ସଂଗ୍ରହ କରିପାରିଛି ଟିମ୍ ।
ରାଜସ୍ଥାନ ପାଇଁ ଷ୍ଟାର ୱିକେଟକିପର ବ୍ୟାଟ୍ର ଜସ୍ ବଟଲର ସର୍ବାଧିକ ୬୭ ରନ୍ର ଇଂନିସ ଖେଳିଛନ୍ତି ଦେବଦତ୍ତ ପାଦିକ୍କଲ ୧୫ ଓ କ୍ୟାପଟେନ ସଞ୍ଜୁ ସାମସନ ୧୬ ରନ୍ କରିଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ୨୧ ରନ୍ର ଉପଯୋଗୀ ଇଂନିସ ଖେଳିଛନ୍ତି ।
ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟର କୌଣସି ମ୍ୟାଚ୍ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସମସ୍ତ ବୋଲର ମାପଚୁପ ବୋଲିଂ କରିବା ସହ ରାଜସ୍ଥାନ ବ୍ୟାଟ୍ରଙ୍କୁ ରୋକିବାରେ ସଫଳ ହୋଇଛନ୍ତି । ହ୍ରିତିକ ସୌକିନ ଓ ରିଲେ ମେରେଡିଥ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଡାନିଏଲ ସାମ୍ସ ଓ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।