ETV Bharat / sports

IPL 2022: କାହାକୁ ରିଟେନ କଲା କେଉଁ ଫ୍ରାଞ୍ଚାଇଜ ? ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

୨୦୨୨ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ(IPL) ପାଇଁ ମେଗା ନିଲାମ ପୂର୍ବରୁ ୮ଟି ଫ୍ରାଞ୍ଚାଇଜ ରିଟେନ କରିଥିବା ଖେଳାଳିଙ୍କ ତାଲିକା ମଙ୍ଗଳବାର ଘୋଷଣା କରିଛନ୍ତି । ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଯଥାକ୍ରମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB), ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ମୁମ୍ବାଇ ଇଣ୍ଡିଆନ୍ସ(MI) ଜର୍ସିରେ ନଜର ଆସିବେ । ଅଧିକ ପଢନ୍ତୁ

author img

By

Published : Nov 30, 2021, 10:59 PM IST

IPL 2022: Full list of retained players by existing eight franchises
IPL 2022: 8ଟି ଫ୍ରାଞ୍ଚାଇଜ ଦ୍ବାରା ରିଟେନ ଖେଳାଳିଙ୍କ ସଂପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଯଥାକ୍ରମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB), ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ମୁମ୍ବାଇ ଇଣ୍ଡିଆନ୍ସ(MI) ଜର୍ସିରେ ନଜର ଆସିବେ । ୨୦୨୨ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ(IPL) ପାଇଁ ମେଗା ନିଲାମ ପୂର୍ବରୁ ୮ଟି ଫ୍ରାଞ୍ଚାଇଜ ରିଟେନ କରିଥିବା ଖେଳାଳିଙ୍କ ତାଲିକା ମଙ୍ଗଳବାର ଘୋଷଣା କରିଛନ୍ତି ।

ପ୍ରତ୍ୟେକ ଫ୍ରାଞ୍ଚାଇଜ କେବଳ ୪ଜଣ ଖେଳାଳିଙ୍କୁ ରିଟେନ କରିପାରିବା ନେଇ ନିୟମ ରହିଥିଲା । ତେବେ ଦୁଇଜଣ ଭାରତୀୟ ଓ ଦୁଇଜଣ ବିଦେଶୀ ଖେଳାଳି କିମ୍ବା ୩ଜଣ ଭାରତୀୟ ଜଣେ ବିଦେସୀ ଖେଳାଳିଙ୍କୁ ଗୋଟିଏ ଫ୍ରାଞ୍ଚାଇଜ ରିଟେନ କରିବା ନେଇ ସମୀକରଣ ରହିଥିଲା ।

ନଜର ପକାନ୍ତୁ ସଂପୂର୍ଣ୍ଣ ତାଲିକା ଉପରେ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(୧୫ କୋଟି), ଗ୍ଳେନ ମାକ୍ସୱେଲ(୧୧ କୋଟି), ମହମ୍ମଦ ସିରାଜ(୭ କୋଟି) । RCB ପାଖରେ ବାକି ଖେଳାଳିଙ୍କୁ ନିଲାମରେ କିଣିବା ପାଇଁ ୫୭ କୋଟି ବଳକା ଅର୍ଥ ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(୧୬ କୋଟି), ଜଶପ୍ରୀତ ବୁମରା(୧୨ କୋଟି), ସୂର୍ଯ୍ୟକୁମାର ଯାଦବ(୮ କୋଟି), କିରଣ ପୋଲାର୍ଡ(୬ କୋଟି) । ବଳକା ଅର୍ଥ ୪୮ କୋଟି ।

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ(୧୨ କୋଟି), ଅର୍ଶଦୀପ ସିଂହ(୪ କୋଟି) । ନିଲାମ ପାଇଁ ଅର୍ଥ ରହିଛି ୭୪ କୋଟି ।

ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ(୧୪ କୋଟି), ଅବଦୁଲ ସମାଦ(୪ କୋଟି), ଉମ୍ରାନ ମଲିକ(୪ କୋଟି) । ବଳକା ଅର୍ଥ ରହିଛି ୬୮ କୋଟି ।

ଚେନ୍ନାଇ ସୁପର କିଙ୍ଗ୍ସ: ରବିନ୍ଦ୍ର ଜାଡେଜା(୧୬ କୋଟି), ମହେନ୍ଦ୍ର ସିଂହ ଧୋନି(୧୨ କୋଟି), ମୋଇନ ଅଲୀ(୮ କୋଟି), ଋତୁରାଜ ଗାଏକ୍ବାଡ(୬ କୋଟି) । ବଳକା ଅର୍ଥ ୪୮ କୋଟି ।

ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ(୧୬ କୋଟି), ଅକ୍ଷର ପଟେଲ(୯ କୋଟି), ପୃଥ୍ବୀ ଶ(୭ କୋଟି), ଆନରିଚ ନର୍କିଆ(୬.୫ କୋଟି) । ବଳକା ଅର୍ଥ ୪୭.୫ କୋଟି ।

କୋଲକାତା ନାଇଟ ରାଇଡର୍ସ: ଆନ୍ଦ୍ରେ ରସେଲ(୧୨କୋଟି), ବରୁଣ ଚକ୍ରବର୍ତ୍ତୀ(୮ କୋଟି), ଭେଙ୍କଟସ ଆୟର(୮ କୋଟି), ସୁନୀଲ ନାରିନ(୬ କୋଟି) । ବଳକା ଅର୍ଥ ୪୮ କୋଟି ।

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ(୧୪ କୋଟି), ଜସ୍‌ ବଟଲର(୧୦ କୋଟି), ଜଶସ୍ବୀ ଜୟଶ୍ବାଲ(୪ କୋଟି ) । ନିଲାମ ପାଇଁ ବଳକା ରାଶି ୬୨ କୋଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.