ETV Bharat / sports

IPL 2021: ପ୍ଲେ-ଅଫ୍‌ ରେସ୍‌ରେ ଆଗରେ KKR

author img

By

Published : Oct 4, 2021, 5:02 PM IST

ଆଇପିଏଲର ଚଳିତ ସଂସ୍କରଣରେ ଏଯାବତ ୪୯ଟି ମ୍ୟାଚ୍‌ ଖେଳାଯାଇ ସାରିଥିବାବେଳେ ଚତୁର୍ଥ ତଥା ଶେଷ ସ୍ଥାନ ପାଇଁ 4ଟି ଟିମ ମଧ୍ୟରେ ଲଢେଇ ଜୋରଦାର୍‌ । ଅଧିକ ପଢନ୍ତୁ...

IPL 2021: One berth, four contenders - All playoffs possibilties
IPL 2021: ପ୍ଲେ-ଅଫ୍‌ ରେସ୍‌ରେ ଆଗରେ KKR

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ(CSK), ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ୍‌ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ତେବେ ଚଳିତ ସଂସ୍କରଣରେ ଏଯାବତ ୪୯ଟି ମ୍ୟାଚ୍‌ ଖେଳାଯାଇ ସାରିଥିବାବେଳେ ଚତୁର୍ଥ ତଥା ଶେଷ ସ୍ଥାନ ପାଇଁ ଲଢେଇ ଜୋରଦାର୍‌ ଜାରି ରହଛି ।

ବିରାଟ କୋହଲିଙ୍କ ନେତୃତ୍ବତାଧୀନ RCB ରବିବାର ପଞ୍ଜାବ କିଙ୍ଗ୍ସକୁ ହରାଇ ତୃତୀୟ ଟିମ ଭାବେ ୧୨ଟି ମ୍ୟାଚ୍‌ରୁ ୧୬ ପଏଣ୍ଟ ସହ ପ୍ଲେ-ଅଫ୍‌ରେ ପହଞ୍ଚିଯାଇଛି । ଦିଲ୍ଲୀ ଓ ଚେନ୍ନାଇ ୧୨ଟି ମ୍ୟାଚ୍‌ରୁ ୧୮ ପଏଣ୍ଟ ଲେଖାଏଁ ହାସଲ କରି ଶୀର୍ଷ ସ୍ଥାନ ପାଇଁ ଲଢେଇ କରୁଥିବାବେଳେ, ଅନ୍ୟ କୌଣସି ଟିମ୧୬ ପଏଣ୍ଟ ହାସଲ କରିପାରିନାହାନ୍ତି ।

ତେବେ ପ୍ଲେ-ଅଫ୍‌ ଦୌଡରେ ସବୁଠୁ ଆଗରେ ରହିଛି କୋଲକାତା ନାଇଟ ରାଇଡର୍ସ(KKR) । ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ(SRH) କୁ ୬ ୱିକଟରେ ହରାଇବା ପରେ ପ୍ଲେ-ଅଫ୍‌ ଟିକେଟର ପ୍ରମୁଖ ଦାବିଦାର ହୋଇଛି ଦୁଇ ଥରର ଚମ୍ପିଆନ KKR । ଇଆନ ମୋର୍ଗାନଙ୍କ କୋଲକାତା ପାଖରେ ୧୩ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ ରହିଛି । ଏଥିସହ ନେଟ୍‌ ରନରେଟ୍‌(NRR) ରହିଛି +୦.୨୯୪ । ପ୍ଲେ-ଅଫ୍‌ ରେସ୍‌ରେ ଥିବା ୪ଟି ଟିମ ମଧ୍ୟରେ ଏକମାତ୍ର ଟିମ ଭାବେ କୋଲକାତାର ପଜିଟିଭି ନେଟ୍‌ରନରେଟ୍‌ ରହିଛି ।

ନଜର ପକାନ୍ତୁ କଣ ରହିଛି ଚତୁର୍ଥ ସ୍ଥାନ ପାଇଁ ପ୍ଲେ-ଅଫ୍‌ ସମୀକରଣ:-

କୋଲକାତା ନାଇଟ ରାଇଡର୍ସ-- ୧୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି:

ଅକ୍ଟୋବର ୭ରେ କୋଲକାତାର ମୁକାବିଲା ରାଜସ୍ଥାନ ରୟାଲ୍ସ ସହ ରହିଛି । ଯଦି କୋଲକାତା ଏହି ମ୍ୟାଚ୍‌ରେ ଭଲ ବ୍ୟବଧାନରେ ବିଜୟୀ ହୁଏ, ତେବେ ଅନ୍ୟ ସମସ୍ତ ଟିମ ପାଇଁ ପ୍ଲେ-ଅଫ୍‌ ରାସ୍ତା ବନ୍ଦ ହୋଇଯିବ ।

ପଞ୍ଜାବ କିଙ୍ଗ୍ସ-- ୧୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି:

ଅକ୍ଟୋବର ୭ରେ ପଞ୍ଜାବର ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ସହ ରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ସଦ୍ୟତମ ପରାଜୟ ପଞ୍ଜାବର ପ୍ଲେ-ଅଫ୍‌ ଆଶାକୁ କ୍ଷୀଣ କରିଛି । ମାତ୍ର କେଏଲ ରାହୁଲଙ୍କ ଟିମ ପାଇଁ ସାମାନ୍ୟ ବିକଳ୍ପ ମଧ୍ୟ ଏବେବି ଉପଲବ୍ଧ ରହିଥିବାବେଳେ ଯଦି, ହୁଏ ପରି ବିଲକୁଲ୍‌ ଅଡୁଆ ସମୀକରଣ ରହିଛି । ପ୍ରଥମେ CSKକୁ ବଡ ବ୍ୟବଧାନରେ ହରାଇବାକୁ ହେବ, ପରେ ରାଜସ୍ଥାନ ରୟାଲ୍ସ ଠାରୁ KKRକୁ ପରାଜୟ ମିଳିବ ଓ ପରେ ଅକ୍ଟୋବର ୫ରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନକୁ ହରାଇବ । କେବଳ ଏତିକିରେ ମଧ୍ୟ ପଞ୍ଜାବ ପାଇଁ ପ୍ଲେ-ଅଫ୍‌ ସ୍ଥାନ ମିଳିବ ନାହିଁ । ମୁମ୍ବାଇ ଓ ରାଜସ୍ଥାନ ବଡ ବ୍ୟବଧାନରେ ସେମାନଙ୍କ ଶେଷ ମ୍ୟାଚ୍‌ରେ ପରାସ୍ତ ହେବେ । ଏପରି ହେଲେ ଟିମର ପଏଣ୍ଟ ସମାନ ସହ ନେଟ୍‌ ରନରେଟ୍‌ରେ ଆଗୁଆ ହୋଇ ପ୍ଲେ-ଅଫ୍‌ ଟିକେଟ ମିଳିବାର ସମ୍ଭାବନା ସୃଷ୍ଟି ହେବ । ଯାହାକି ପ୍ରାୟତଃ ଘଟିବା ନାହିଁ ବୋଲି ଆଶା କରାଯାଇପାରେ । ସେଥିଲାଗି ବର୍ତ୍ତମାନ ସ୍ଥିତିରେ ପଞ୍ଜାବ ପାଇଁ ଟୁର୍ଣ୍ଣାମେଣ୍ଟ ଅଭିଯାନ ଶେଷ ହୋଇସାରିଛି ।

ରାଜସ୍ଥାନ ରୟାଲ୍ସ-- ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି:

ଅକ୍ଟୋବର ୫ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଓ ଅକ୍ଟୋବର ୭ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ରୟାଲ୍ସର ପରବର୍ତ୍ତୀ ଦୁଇଟି ମୁକାବିଲା ରହିଛି । ପ୍ଲେ-ଅଫ୍‌ ଟିକେଟ ହାତେଇବାକୁ ସେମାନଙ୍କୁ ଦୁଇଟିୟାକ ମ୍ୟାଚ୍‌ ଜିତିବାକୁ ହେବ ।

ମୁମ୍ବାଇ ଇଣ୍ଡିଆନ୍ସ: ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି:

ମୁମ୍ବାଇର ଆଗାମୀ ମୁକାବିଲା ଅକ୍ଟୋବର ୫ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରହିଛି ଓ ଅକ୍ଟୋବର ୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରହିଛି । ମୁମ୍ବାଇର ନେଟ୍‌ ରନରେଟ୍‌ (NRR)-୦.୪୫୩ ରହିଛି ଯାହାକି ଅନ୍ୟ ୪ଟି ଟିମମାନଙ୍କ ମଧ୍ୟରେ ସବୁଠୁ ଖରାପ । ଏପରି ସ୍ଥିତିରେ ଡିଫେଣ୍ଡିଂ ଚମ୍ପିଆନ ସାମ୍ନାରେ କେବଳ ଗୋଟିଏ ବିକଳ୍ପ ରହିଛି, ଦୁଇଟି ଯାକ ମ୍ୟାଚ୍‌ ବଡ ବ୍ୟବଧାନରେ ଜିତିବାକୁ ହେବ । ମାତ୍ର ଯଦି କୋଲକାତା ନାଇଟ ରାଇଡର୍ସ ଯଦି ପରବର୍ତ୍ତୀ ମ୍ୟାଚ୍‌ ଜିତିଯାଏ, ତେବେ ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଆଶାରେ ରହିଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.