ETV Bharat / sports

IPL-2021: ତୃତୀୟ ଦିନରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ - ପଞ୍ଜାବ କିଙ୍ଗ୍ସ

IPL ର ୩୨ତମ ମୁକାବିଲାରେ ଆଜି(ମଙ୍ଗଳବାର) ଆମ୍ନାସାମ୍ନି ହେବେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ସାଙ୍ଗକୁ ରାଜସ୍ଥାନ ରୟାଲ୍ସ । ଅଧିକ ପଢନ୍ତୁ...

IPL-2021 3rd Day: ପଞ୍ଜାବ କିଙ୍ଗ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ

author img

By

Published : Sep 21, 2021, 1:12 PM IST

ଦୁବାଇ: IPL ର ୩୨ତମ ମୁକାବିଲାରେ ଆଜି(ମଙ୍ଗଳବାର) ଆମ୍ନାସାମ୍ନି ହେବେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ସାଙ୍ଗକୁ ରାଜସ୍ଥାନ ରୟାଲ୍ସ । ଭାରତୀୟ ସମୟ ସନ୍ଧ୍ୟା ୭:୩୦ ୟୁଏଇରେ ଖେଳାଯିବ ମ୍ୟାଚ । ଉଭୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଛନ୍ତି । ତେଣୁ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିବ । ଦର୍ଶକେ ମଧ୍ୟ ଛକା-ଚୌକାର ବର୍ଷାରେ ଭିଜିବାକୁ ଏକଦମ୍ ପ୍ରସ୍ତୁତ ।

ତେବେ ପୂର୍ବ ସଂସ୍କରଣରେ ଭଲ ପ୍ରଦର୍ଶନ କରିପାରିନଥିବା ଏହି ୨ ଟିମ୍ ପାଇଁ ମ୍ୟାଚ୍ ବେଶ୍ ଗୁରୁତ୍ବ ବହନ କରିବ । ଫଳରେ ଏକ ତୀବ୍ର ସଙ୍ଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ଆଜିର ମ୍ୟାଚରେ । ପଞ୍ଜାବ କିଙ୍ଗ୍ସର ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ କ୍ରିସ ଗେଲ ପ୍ରାରମ୍ଭିକ ବ୍ୟାଟିଂ ବିଭାଗ ସମ୍ଭାଳିବେ । ବିଶେଷ କରି ଆଜି ଗେଲଙ୍କ ଜନ୍ମଦିନ ଥିବାରୁ ସେ ତାଙ୍କ ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଜୋଡିବା ଆଶାରେ ମଇଦାନକୁ ଓହ୍ଲାଇବେ । ତେଣୁ ପଞ୍ଜାବ ସପୋର୍ଟରଙ୍କ ନଜର ଗେଲଙ୍କ ଉପରେ ରହିବ । ସେହିପରି ରାହୁଲ ତିୱାତିଆ, ଚେତନ ସାକାରିଆଙ୍କ ଉପରେ ମଧ୍ୟ ଭରସା କରିଛି ଦଳ।

ଅନ୍ୟପଟେ ରାଜସ୍ଥାନ ରୟାଲ୍ସରେ ଅଛନ୍ତି ଲୁଇସ୍, ସଞ୍ଜୁ ସାମସନ୍ ଏବଂ ଲାଏମ ଲିଭିଙ୍ଗଷ୍ଟୋନ । ଜୋସ୍ ବଟଲର ଦ୍ବିତୀୟ ଭାଗ ଖେଳୁନଥିବାରୁ ତାଙ୍କ ସ୍ଥାନରେ ଲୁଇସଙ୍କୁ ଚୁକ୍ତି କରିଛି ରୟାଲ୍ସ । ସେହିପରି ଜୟଦେବ ଉନାଦକଟ୍, ଓସାନେ ଥମାସ, ମୁସ୍ତଫିଜୁର ରେହମାନ, କୁଲଦୀପ ଜାଦବଙ୍କ ଭଳି ବୋଲର ଅଛନ୍ତି ରାଜସ୍ତାନରେ । ପରିସଂଖ୍ୟାନ ଦୃଷ୍ଟିରୁ ଉଭୟ ଦଳ ପ୍ରାୟତଃ ପରସ୍ପର ସମକକ୍ଷ ଅଛନ୍ତି । ତେବେ କିଏ ଆଜିର ମ୍ୟାଚ୍ ଅକ୍ତିଆର କରୁଛି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.