ETV Bharat / sports

ଆଜିଠୁ IPL-2021, ପ୍ରଥମ ଦିନରେ ମୁମ୍ବାଇ-ଚେନ୍ନାଇ ମୁକାବିଲା

author img

By

Published : Sep 18, 2021, 12:43 PM IST

Updated : Sep 19, 2021, 8:33 AM IST

ଆଜି(ରବିବାର) ଠାରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ । ୟୁଏଇରେ IPL ର ସବୁ ଦଳର ଖେଳାଳିଙ୍କ ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ...

IPL-2021
ଆସନ୍ତାକାଲିଠୁ IPL-2021, ପ୍ରଥମ ଦିନରେ ମୁମ୍ବାଇ-ଚେନ୍ନାଇ ମୁହାଁମୁହିଁ

ଦୁବାଇ: ଆଜି(ରବିବାର) ଠାରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ ଅର୍ଥାତ୍ IPL ର ଦ୍ବିତୀୟ ସଂସ୍କରଣ । ଏଥିପାଇଁ ୟୁଏଇରେ ସମସ୍ତ ଦଳର ପ୍ରସ୍ତୁତି ସରିଛି । ନେଟ ପ୍ରାକ୍ଟିସରେ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ସବୁ ଦଳର ଖେଳାଳି ।

ତେବେ କୋଭିଡ୍ ପାଇଁ ବନ୍ଦ ରହିଥିବା IPL କୁ ଚାହିଁ ବସିଛନ୍ତି ଫ୍ୟାନ୍ସ । ସମସ୍ତେ ନିଜ ନିଜର ସମର୍ଥିତ ଦଳକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି । ଆସନ୍ତାକାଲି ୟୁଏଇରେ ଆଇପିଏଲ୍‌-୧୪ର ଦ୍ୱିତୀୟ ଭାଗ ମ୍ୟାଚ୍‌ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ । ଆଜି ସନ୍ଧ୍ୟା ୭ ଟା ୩୦ ରେ ଖେଳାଯିବ ମ୍ୟାଚ । ସବୁ ଦେଳର ଖେଳାଳି ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି ।

ତେବେ ଏଥର ଅଧିକ ନଜର କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ରହିବ । କାରଣ ଧୋନି ଏହି IPL ପର ଠୁ ଆଉ ପଡିଆରେ ନଜର ଆସିବେ କି ନାହିଁ ତାହା ସମସ୍ତଙ୍କୁ ଅଜଣା । ତେଣୁ ଧୋନିଙ୍କ ଫ୍ୟାନ୍ସ ଅଧିକ ଆଶାୟୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2021, 8:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.