ମୁମ୍ବାଇ: ଆଜି 24 ତମ ଆଇପିଏଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ଉକ୍ତ ମ୍ୟାଚକୁ ଜିତିବାକୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ନବାଗତ ଦଳ ଗୁଜୁରାଟ ବର୍ତ୍ତମାନ ସୁଦ୍ଧା 4ଟି ମ୍ୟାଚରୁ 3ଟିରେ ବିଜୟ ହାସଲ କରିଛି । ସେହିପରି ରାଜସ୍ଥାନ 4ଟି ମ୍ୟାଚରୁ ମଧ୍ୟ 4ଟି ମ୍ୟାଚରୁ ତିନୋଟି ଜିତି ପଏଣ୍ଟ ଟେବୁଲ ଟପରେ ରହିଛି । ଆଜିର ମ୍ୟାଚକୁ ଜିତି ରୟାଲ୍ସ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ ।
ଚଳିତ ସିଜିନରେ ପାଣ୍ଡ୍ୟାଙ୍କ ନେତୃତ୍ବରେ ନୂଆ ଦଳ ଗୁରୁରାଟର ଲଗାତାର ବିଜୟ ହୋଇଥିଲା । ମାତ୍ର ପୂର୍ବ ମ୍ୟାଚରେ ଦଳର ବିଜୟ ଧାରାରେ ବ୍ରେକ ଲାଗିଥିଲା । ସନରାଇଜର୍ସ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା ଗୁଜୁରାଟ । ଟାଇଟନ୍ସ ପକ୍ଷରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୫୦ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ହେଲେ କିଛି ତ୍ରୁଟି ପାଇଁ ଦଳ ବିଜୟରୁ ଦୂରରେ ରହିଥିଲା । ପୂର୍ବ ପରାଜୟକୁ ଭୁଲି ଆଜି ଦଳ ଉନ୍ନତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଦଳଗତ ପ୍ରଦର୍ଶନ ଓ ଚମତ୍କାର ନେତୃତ୍ବ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରାଯାଉଛି । ଆଜିର ମ୍ୟାଚରେ ରସିଦ ଖାନଙ୍କ ଉପରେ ନଜର ରହିବ । ରସିଦଙ୍କ ସ୍ପିନର ମୁକାବିଲା କରିବାକୁ ରାଜସ୍ଥାନକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ ।
ସେହିପରି ରାଜସ୍ଥାନ ରୟାଲ୍ସ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଆଜି ମ୍ୟାଚକୁ ଜିତି ଦଳ ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛି । ପର୍ବ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା ରାଜସ୍ଥାନ ରୟାଲ୍ସ । ଦଳର ବ୍ୟାଟଂ ଓ ବୋଲିଂ ସ୍ଥିତି ସନ୍ତୁଳିତ ରହିଛି । ଆଜି କୌଣସି ବିଭାଗରେ ତ୍ରୁଟି ନ କରି ଦଳ ଖେଳିବ । ଆଜିର ମ୍ୟାଚକୁ ଜିତିବାକୁ ଦଳ ତାର ସମସ୍ତ ପ୍ରୟାସ କରିବ ।